ନୂଆଦିଲ୍ଲୀ: ଇଟ‌ାଲିର ପୋ ନଦୀରୁ ଏକ ରହସ୍ୟମୟ ମାଛ ଉଦ୍ଧାର ହେବା ପରେ ଚାରିଆଡ଼େ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଯାହା ଦେଖିବାକୁ ବଡ଼ ଅଜବ। ଏହା ଏପରି ଏକ ମାଛ ଯାହାକି ଗରମ ଜଳବାୟୁ ଅଞ୍ଚଳରେ ହିଁ ଦେଖିବାକୁ ମିଳେ। ସାରା ଦୁନିଆରେ ଏହି ମାଛର ବିଭିନ୍ନ ପ୍ରଜାତି ରହିଛି। ଏହାର ଆକାର ଅନ୍ୟ ମାଛ ତୁଳନାରେ ଯଥେଷ୍ଟ ବଡ଼ ହୋଇଥାଏ। ମାତ୍ର ଏବେ ଯେଉଁ ମାଛ ମିଳିଛି ତାହାର ଲମ୍ବ ସମସ୍ତ ରେକର୍ଡ ଭଙ୍ଗ କରିଛି।

Advertisment

ନିକଟରେ ଇଟ‌ାଲିର ପୋ ନଦୀରୁ ଜଣେ ମତ୍ସ୍ୟଜୀବୀ ଏହି ମାଛକୁ ଧରିବାରେ ସମର୍ଥ ହୋଇଛନ୍ତି। ଏହାର ଲମ୍ବ ୯.୪ ଫୁଟ୍‌, ଯାହାକି ନୂଆ ବିଶ୍ବ ରେକର୍ଡ ସୃଷ୍ଟି କରିଛି। ଏହା ପୂର୍ବରୁ ୯.୨ ଫୁଟ୍‌ ଲମ୍ବର ଏକ ମାଛ ରେକର୍ଡ କରିଥିଲା।

ଇଟାଲିର ସବୁଠାରୁ ଲମ୍ବା ପୋ ନଦୀର ଗୋଳିଆ ପାଣିରେ ଅନେକ ପ୍ରକାରର ଜୀବ ମିଳିଥାନ୍ତି। ଏଲୋସେଣ୍ଡ୍ରୋ ବୟାନ୍‌କାର୍ଡି ନାମକ ଜଣେ ମତ୍ସ୍ୟଜୀବୀ ଏହି ମାଛକୁ ଧରିଛନ୍ତି। ଏହା ହେଉଛି ଏବେ ସୁଦ୍ଧା ମିଳିଥିବା ସବୁଠାରୁ ବଡ଼ ଫେଟ୍‌ଫିସ୍‌। ଯେଉଁ ମାଛ ୨ ମାସ ତଳେ ଧରା ଯାଇଥିବା ସିଲୁରସ୍‌ ଗ୍ଲାନିସ୍‌ ଫେଟ୍‌ଫିସ୍‌ର ରେକର୍ଡ ଭଙ୍ଗ କରିଛି।

ବୟାନ୍‌କାର୍ଡି କହିଛନ୍ତି ‌ଯେ ସେ ଯେବେ ପ୍ରଥମେ ଏହି ମାଛକୁ ଧରିଲେ ତ ତାଙ୍କୁ ଲାଗିଲା ସେ କୌଣସି ରାକ୍ଷାସକୁ ଧରି ଦେଇଛନ୍ତି। ସେ ଏକା ହିଁ ଏହି ମାଛର ସାମ୍ନା କରିଛନ୍ତି। ନିଜର ୨୩ ବର୍ଷ ମଧ୍ୟରେ ସେ କେବେ ବି ଏତେ ବଡ଼ ମଛର ସାମ୍ନା କରି ନଥିବା କହିଛନ୍ତି।