ନୂଆଦିଲ୍ଲୀ : ଦେଶରେ ଏବେ ଦୁଷ୍କର୍ମ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଯାହା ପାଇଁ ସାରା ଦେଶର ଲୋକ ମିଶି ଏହାର ପ୍ରତିରୋଧ କରିବା ସହ ମହିଳା ସଶକ୍ତିକରଣ ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି । ଏଭଳି ପରିସ୍ଥିତିରେ ବିଶ୍ୱରେ ଏମିତି ଏକ ଦେଶ ରହିଛି ଯେଉଁଠି ଦୁଷ୍କର୍ମକୁ ପ୍ରୋତ୍ସାହନ ଦିଆଯାଉଛି । ଏଠି ଦୁଷ୍କର୍ମ କଲେ ଦୁଷ୍କର୍ମକାରୀକୁ ଦଣ୍ଡ ନୁହେଁ ବରଂ ଏକ ନବବଧୂକୁ ଉପହାରରେ ଦିଆଯାଇଥାଏ । ଏଠାରେ ମହିଳାଙ୍କ ଇଚ୍ଛା ବୋଲି କିଛି ନାହିଁ । ନିଜ ଦୁଷ୍କର୍ମକାରୀର ହାତ ସେମାନଙ୍କୁ ବାଧ୍ୟ ହୋଇ ଧରିବାକୁ ପଡ଼ିଥାଏ । ଏଠାରେ ରହିଥିବା ପରମ୍ପରା ଅନୁଯାୟୀ ଯଦି କେହି ଜଣେ ମହିଳା ସହ ଦୁଷ୍କର୍ମ କରୁଛି, ତେବେ ତାକୁ ତା’ର ଦୁଷ୍କର୍ମକାରୀକୁ ହିଁ ବିବାହ କରିବାକୁ ପଡ଼ିବ ।
/sambad/media/post_attachments/wp-content/uploads/2018/05/he-raped-me-300x214.jpg)
କିଜ୍କିସ୍ତାନରେ ଏଭଳି ପରମ୍ପରା ଅନେକ ଦିନରୁ ଚାଲି ଆସୁଛି । ବିଶ୍ୱର ଅନେକ ଦେଶରେ ଦୁଷ୍କର୍ମକାରୀଙ୍କୁ କଡ଼ା ଦଣ୍ଡ ଦିଆଯାଉଥିବା ବେଳେ କିଜ୍କିସ୍ତାନରେ ଦୁଷ୍କର୍ମକାରୀଙ୍କୁ ଉପହାର ଦିଆଯାଉଛି । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ତେବେ ଏପରି ପରମ୍ପରା ପଛରେ ରହିଛି ଏକ ଗୁରୁତ୍ୱପୂର୍ଣ୍ଣ କାରଣ । ଯଦି କୌଣସି ଯୁବକ କାହାକୁ ମନ ଦେଇ ବସିଛି ଏବଂ ଉକ୍ତ ଯୁବତୀଙ୍କ ପରିବାର ଲୋକେ ବିବାହ ପାଇଁ ମନା କରୁଛନ୍ତି, ତେବେ ଯୁବକ ଜଣଙ୍କ ବିବାହ କରିବା ପାଇଁ ଯୁବତୀଙ୍କ ସହ ଦୁଷ୍କର୍ମ କରି ପାରିବ । ଯାହା ଫଳରେ ପରିବାର ଲୋକେ ବାଧ୍ୟ ହୋଇ ବିବାହ କରିବେ ।
/sambad/media/post_attachments/wp-content/uploads/2018/05/indian-wedding-couple-300x193.jpg)
ଏଠାରେ କେବଳ ବିବାହ ପାଇଁ ପୁରୁଷମାନେ ଦୁଷ୍କର୍ମ କରିଥାନ୍ତି । ଦୁଷ୍କର୍ମ କରେ ପୀଡ଼ିତାଙ୍କୁ କେହି ବିବାହ ନ କରିବାରୁ ବାଧ୍ୟ ହୋଇ ସେ ନିଜ ଦୁଷ୍କର୍ମକାରୀକୁ ହିଁ ବିବାହ କରିଥାଏ । ପ୍ରତି ବର୍ଷ ୧୨୦୦୦ରୁ ଅଧିକ ମହିଳାଙ୍କୁ ବିବାହ କରିବା ପାଇଁ ଅପହରଣ କରାଯାଇ ଦୁଷ୍କର୍ମ କରାଯାଇଥାଏ ।