ଆଶ୍ଚର୍ଯ୍ୟଜନକ ଦୃଶ୍ୟ, ଦେଖନ୍ତୁ କିଭଳି ଦୁଇଟି ବିଶାଳ ଅଜଗରକୁ କାନ୍ଧରେ ପକାଇ ନୃତ୍ୟ କରୁଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ସାପ ନାମ ଶୁଣିଲେ ସମସ୍ତଙ୍କ ଲୋମମୂଳ ଟାଙ୍କୁରି ଉଠିଥାଏ। ମନରେ ଏକ ପ୍ରକାର ଭୟ ଖେଳି ଯାଇଥାଏ। ଯଦି ଆମେ ବିଶାଳ ଅଜଗର ସାପ ବିଷୟରେ କହିବା, ତେବେ ଏହା ମଣିଷ ଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କୁ ବି ଗିଳି ଦେଇଥାଏ।| ସେଥିପାଇଁ ସର୍ବଦା ସାପ  ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଏ ।

ନିକଟରେ ଦୁଇଟି ଅଜଗର ସାପକୁ ନେଇ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବ୍ୟକ୍ତି କାନ୍ଧରେ ଦୁଇଟି ଅଜଗର ସାପ ପକାଇଥିବାର ନଜର ଆସିଛନ୍ତି । କେବଳ ଏତିକି ନୁହେଁ, ମୁଣ୍ଡରେ ଟୋପି ଓ ମୁହଁରେ ମାସ୍କ ପିନ୍ଧିଥିବା ବ୍ୟକ୍ତି ଜଣକ ଦୁଇଟି ଅଜଗରକୁ କାନ୍ଧରେ ପକାଇ ଖୁସିରେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି।

 

ୱାର୍ଲଡ ଅଫ ସ୍ନେକ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଭିଡିଓ ଅପଲୋଡ୍ ହୋଇଛି । ଭିଡିଓ ଦେଖି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ବ୍ୟକ୍ତି ଜଣକ ତାଙ୍କ ଜୀବନକୁ ନେଇ ଥକି ପଡ଼ିଛନ୍ତି। ଆଉ ଜଣେ ଲେଖିଛନ୍ତି , ବ୍ୟକ୍ତି ଜଣକ ଜନ୍ତୁ ଦୁଇଟିକୁ ଏପରି କାନ୍ଧରେ ପକାଇ ହଇରାଣ କରୁଛନ୍ତି।  ତାଙ୍କୁ ଏପରି କରିବାର ନଥିଲା। ଯିଏବି ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି ବ୍ୟକ୍ତି ଜଣକୁ ଏପରି କରିବାକୁ ମନା କରିବାର ଥିଲା।

ସମ୍ବନ୍ଧିତ ଖବର