ଏହି ଅପରିଷ୍କାର ଜୋତାର ମୂଲ୍ୟ ୬୨ ହଜାର ଟଙ୍କା, କମ୍ପାନିର ଏକ ପ୍ରଡକ୍ଟକୁ ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: କଥାରେ ଅଛି ମଣିଷର ବ୍ୟକ୍ତିତ୍ୱ ତାହାର ଜୋତାରୁ ହିଁ ଜଣାପଡ଼ିଥାଏ। ସେଥିପାଇଁ ପ୍ରାୟଲୋକ ନିଜ ଜୋତା ଓ ଚପଲ ଉପରେ ବିଶେଷ ଧ୍ୟାନ ଦେଇ ଥାଆନ୍ତି। ଏଥିପାଇଁ ମାର୍କେଟରେ ବିଭିନ୍ନ ପ୍ରକାର ଜୋତା ଲୋକାଲରୁ ନେଇ ଫରେନ୍‌ ବ୍ରାଣ୍ଡ ପର୍ଯ୍ୟନ୍ତ ବିକ୍ରି ବି ହୋଇଥାଏ। କିଛି ଲୋକଙ୍କୁ ମହଙ୍ଗା ଜୋତା କିଣିବା ଓ ପିନ୍ଧିବା ପସନ୍ଦ ହୋଇଥାଏ। ଏମିତି ଲୋକଙ୍କ ପାଖରେ ଦାମିକା ଜୋତାର କଲେକ୍‌ସନ୍‌ ରହିଥାଏ ଦେଖିବାକୁ ମିଳିଥାଏ। ଏହି ଶ୍ରେଣୀର ଲୋକମାନେ ଜୋତା କିଣିବା ସମୟରେ ବିଶେଷ ଧ୍ୟାନ ଦେଇଥାଆନ୍ତି।

ଚର୍ଚ୍ଚିତ କମ୍ପାନି Gucci ଏମିତି ଏକ ଜୋତା ବିକ୍ରି କରିଛି, ଯାହାର ମୂଲ୍ୟ ୬୧୫ପାଉଣ୍ଡ ଅର୍ଥାତ୍‌ ୬୨ ହଜାର ଟଙ୍କା ରହିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଜୋତାଟି ଦେଖିବାକୁ ସମ୍ପୂର୍ଣ୍ଣ ଭାବେ ଅପରିଷ୍କାର। screener leather sneaker ନାମରେ ବିକ୍ରି ହେଉଥିବା ଏହି ଜୋତା ଦେଖିବାକୁ ବହୁତ ଅପରିଷ୍କାର ଓ ଅସୁନ୍ଦର ଲାଗୁଛି। ତେବେ ଫ୍ୟାସନ କଥା ଉଠିଲେ ସବୁକିଛି ଚଳିଥାଏ ବୋଲି କୁହାଯାଇଥାଏ। କିନ୍ତୁ Gucciର ଏହି ୬୨ହଜାର ଟଙ୍କାର ବିକ୍ରି ହେଉଥିବା ଅପରିଷ୍କାର ଜୋତାକୁ ନେଇ ସୋସିଆଲ ମିଡିଆରେ ଲୋକେ ଟ୍ରୋଲ କରୁଛନ୍ତି। ଏହାକୁ ଦେଖି ସ୍ପଷ୍ଟ ଭାବେ କୁହାଯାଇପାରେ ବି ଲୋକମାନଙ୍କୁ ଏହା ବୋଧ ହୁଏ ପସନ୍ଦ ଆସୁ ନାହିଁ।

 

ସମ୍ବନ୍ଧିତ ଖବର