କେବଳ ରୋଷେଇ ଘର ଏବଂ ମନ୍ଦିର ବାହାରେ ନୁହେଁ, ଏହି ସବୁ ଜାଗାରେ ମଧ୍ୟ ବାହାରେ ରଖନ୍ତୁ ଜୋତା

ପୁରୁଣା ପରମ୍ପରା ଅନୁଯାୟୀ ଜୋତା ବା ଚପଲ ସବୁବେଳେ ଘରର ବାହାରେ ରଖିବା ଦରକାର । କିନ୍ତୁ ଆଜିକାଲି ଲୋକମାନେ ବାହାରେ ପିନ୍ଧୁଥିବା ଚପଲକୁ ଘର ବାହାରେ ନ ରଖି ଭିତରକୁ ନେଇ ଆସୁଛନ୍ତି । ଯାହା ଦ୍ୱାରା ଘରେ ବିଭିନ୍ନ ରୋଗର ବ୍ୟାକ୍ଟେରିଆ ଖୁବ୍‌ ସହଜରେ ପ୍ରବେଶ କରି ପାରୁଛନ୍ତି । ବୈଜ୍ଞାନିକଙ୍କ ମତ ଅନୁଯାୟୀ ଚପଲ ବା ଯୋତା ମାଧ୍ୟମରେ ଘରକୁ ଅଧିକ ରୋଗ ସୃଷ୍ଟିକାରି ଭୂତାଣୁ ବା ବ୍ୟାକ୍ଟେରିଆ ପ୍ରବେଶ କରିଥାନ୍ତି । ଯାହା ଦ୍ୱାରା ଘରେ ରହୁଥିବା ଲୋକମାନେ ଖୁବ ସହଜରେ ରୋଗଗ୍ରସ୍ତ ହୋଇ ଯାଇଥାନ୍ତି । କିଛି ଲୋକ ରୋଷେଇ ଘର ଏବଂ ମନ୍ଦିର ଗଲେ ପିନ୍ଧିଥିବା ଚପଲକୁ ବାହାରେ ରଖି ଯାଇଥାନ୍ତି । କିନ୍ତୁ ଏ ଦୁଇଟି ସ୍ଥାନ ବ୍ୟତୀତ ଏହି ସବୁ ସ୍ଥାନକୁ ଗଲେ ମଧ୍ୟ ବାହାରେ ଜୋତା କାଢ଼ିବା ଅତ୍ୟନ୍ତ ଜରୁରୀ ।
୧. ଭଣ୍ଡାର ଘର: ଯେଉଁଭଳି ଭାବରେ ରୋଷେଇ ଘରେ ଅନ୍ନ ଦେବତା ବାସ କରିଥାନ୍ତି । ସେହି ଭଳି ଭାବରେ ଭଣ୍ଡାରଘରେ ମଧ୍ୟ ଅନ୍ନ ଦେବତା ରହିଥାନ୍ତି । ସେଥିପାଇଁ ଭଣ୍ଡାରଘରକୁ ସବୁବେଳେ ସଫା ରଖିବା ସହ ଭଣ୍ଡାରଘର ଭିତରକୁ ଚପଲ ପିନ୍ଧି ଯିବା ଅନୁଚିତ୍‌ । ଯେଉଁ ଲୋକ ଏସବୁ ନିୟମ ମାନି ଚଳିଥାଏ, ତାକୁ କେବେ ହେଲେ ଅନ୍ନର ଅଭାବ ହୋଇ ନଥାଏ ।

Hinduism Stack Exchange

୨. ପବିତ୍ର ନଦୀ: ମନ୍ଦିର ଭଳି ନଦୀମାନଙ୍କର ପବିତ୍ରତା ବିଷୟରେ ବିଭିନ୍ନ ଧର୍ମଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି । ଯେଉଁ ଭଳି ଭାବରେ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଜୋତା ବା ଚପଲକୁ ବାହାରେ ରଖାଯାଏ । ସେହିଭଳି ଭାବରେ ନଦୀ ପ୍ରବେଶ କରିବା ସମୟରେ ଜୋତା-ଚପଲ ବା ଚମଡ଼ାରେ ତିଆରି ହୋଇଥିବା ଜିନିଷକୁ କାଢ଼ି ଯିବା ଦରକାର ।
୩. କିଛି ଲୋକ ନିଜ ଘରେ ତିଜୋରି ରଖିଥାନ୍ତି । ତିଜୋରିରେ ଟଙ୍କା ବା ଅଳଙ୍କାର ରଖାଯାଏ, ଯାହାକୁ ଲକ୍ଷ୍ମୀଙ୍କର ରୂପ ବୋଲି ଧରାଯାଏ । ସେଥିପାଇଁ ତିଜୋରିରେ ଟଙ୍କା ବା କୌଣସି ଜିନିଷ ରଖିବା ବା ବାହାର କରିବା ସମୟରେ ଜୋତା ପିନ୍ଧି ବାହାର କରିବା ଅନୁଚିତ୍‌ ।

ସମ୍ବନ୍ଧିତ ଖବର