ଏହି ସପିଂ ସେଣ୍ଟରରେ ଭଡ଼ାରେ ମିଳୁଛନ୍ତି ଗାର୍ଲଫ୍ରେଣ୍ଡ, କିନ୍ତୁ ମାନିବାକୁ ପଡ଼ିବ ଏହି ଗୋଟିଏ ସର୍ତ୍ତ

ହୁଆନ୍‌: ଯଦି ଆପଣ ସିଙ୍ଗଲ ଅଛନ୍ତି କିମ୍ବା କୌଣସି ଯୁବତୀ ଆପଣଙ୍କ ସହିତ କଥା ହେବାକୁ ଚାହୁଁ ନାହାନ୍ତି, ଏପରି କ୍ଷେତ୍ରରେ ଅନେକ ଯୁବବ ଭାଙ୍ଗି ପଡ଼ନ୍ତି। ଏଣିକି ଆଉ ଚିନ୍ତା କରିବାର କୌଣସି କାରଣ ନାହିଁ। ଏଥିପାଇଁ ଆପଣଙ୍କ ପକେଟ ଟିକେ ଖାଲି କରିବାକୁ ପଡ଼ିବ ଓ ଗୋଟିଏ ସର୍ତ୍ତ ରଖିବାକୁ ପଡ଼ିବ। ତା’ପରେ ଆପଣଙ୍କୁ ସମୟ ବିତାଇବା ପାଇଁ ଜଣେ ଗାର୍ଲଫ୍ରେଣ୍ଡ ମିଳିଯିବ।

ସୂଚନାଯୋଗ୍ୟ, ଦକ୍ଷିଣ ଚୀନର ସହର ହୁଆନର ଏକ ସପିଂ ସେଣ୍ଟରରେ ୧୫ଜଣ ଯୁବତୀଙ୍କୁ ଭଡ଼ାରେ ଉପଲବ୍ଧ କରାଇଛି। ଏହି ସେଣ୍ଟରରେ ଯୁବତୀମାନେ ଧାଡ଼ି ହୋଇ ଛିଡା ହୋଇଥିବେ, ଆପଣ ଯାହାକୁ ଚାହିଁବେ ତାଙ୍କୁ ଭଡ଼ାରେ ନେଇ ପାରିବେ। ଏଥିପାଇଁ ଆପଣଙ୍କୁ କେବଳ ୧୩.୭୫ ଡଲାର୍ ପୈଠ କରିବାକୁ ପଡ଼ିବ। ଯୁବତୀଙ୍କ ସହିତ ରହିବା ପାଇଁ ଆପଣଙ୍କୁ ୨୦ମିନିଟ୍‌ର ସମୟ ଦିଆଯିବ। ଏହି ସମୟ ଭିତରେ ଦୁହେଁ ସିପଂ, ଲଞ୍ଚ , ଡିନର ଓ ଭ୍ରମଣ କରିପାରିବେ। କିନ୍ତୁ  ଆପଣ ଯୁବତୀଙ୍କୁ ଆଦୌ ସ୍ପର୍ଶ କରି ପାରିବେ ନାହିଁ। ଏହି ସର୍ତ୍ତରେ ଯଦି ରାଜି ତେବେ ଆପଣଙ୍କୁ ବି ସମୟ ବିତାଇବା ପାଇଁ ଗାର୍ଲଫ୍ରେଣ୍ଡ ମିଳିଯିବ।

ଏହି ସପିଂ ସେଣ୍ଟରର ଦାବି ହେଉଛି, ଆମର ଏଭଳି ପଦକ୍ଷେପକୁ ଯୁବପିଢ଼ି ଖୁବ୍‌ ପସନ୍ଦ କରୁଛନ୍ତି।

ସମ୍ବନ୍ଧିତ ଖବର