ନୂଆଦିଲ୍ଲୀ: ଅନେକ ସମୟରେ ଲୋକେ ନକଲି ନୋଟ ନେଇ ଠକାମିର ଶିକାର ହୋଇଥାନ୍ତି। ଅସଲି ନୋଟ ଜାଣି ପାରୁନଥିବାରୁ ଲୋକେ ସହଜରେ ଠକି ହୋଇଯାଆନ୍ତି। ଏଭଳି ଘଟଣା ପୂର୍ବରୁ ଅନେକ ଘଟିଛି। ହେଲେ ବେଳେ ବେଳେ କିଛି ଭୁଲ ସୂଚନା ପାଇଁ ଲୋକେ ଅସଲି ନୋଟକୁ ନକଲି ବୋଲି ଭାବି ନିଅନ୍ତି। ବର୍ତ୍ତମାନର ଏକ ଗୁଜବକୁ ନେଇ ଖୁବ ଚର୍ଚ୍ଚା ହେଉଥିବା ଦେଖାଯାଉଛି। ୫୦୦ ବା ୨୦୦୦ଟଙ୍କିଆ ନୋଟରେ ମହାତ୍ମା ଗାନ୍ଧୀଙ୍କ ପାଖରେ ସବୁଜ ଷ୍ଟ୍ରିପ୍ ଥିଲେ ଏବଂ ରାଜ୍ୟପାଳଙ୍କ ଦସ୍ତଖତ ପାଖରେ ସବୁଜ ଷ୍ଟ୍ରିପ୍ ଥିଲେ ତାହା ନକଲି ବୋଲି ଚର୍ଚ୍ଚା ହେଉଛି। ଗତ କିଛି ଦିନ ହେଲା ଏହି ଖବର ଚର୍ଚ୍ଚାରେ ରହିଥିବା ବେଳେ ପିଆଇବି ପକ୍ଷରୁ ଦ୍ବନ୍ଦ୍ବ ଦୂର କରାଯାଇଛି।
/sambad/media/post_attachments/wp-content/uploads/2021/12/t-51.jpg)
ପିଆଇବି ପକ୍ଷରୁ କୁହାଯାଇଛି ଯେ, ମହାତ୍ମା ଗାନ୍ଧୀଙ୍କ ପାଖରେ ସବୁଜ ଷ୍ଟ୍ରିପ୍ ଥିବା ନୋଟ ଏବଂ ରାଜ୍ୟପାଳଙ୍କ ଦସ୍ତଖତ ପାଖରେ ସବୁଜ ଷ୍ଟ୍ରିପ୍ ଥିବା ନୋଟ, ଉଭୟ ଅସଲି। ଭାଇରାଲ ହେଉଥିବା ଖବର ସମ୍ପୂର୍ଣ୍ଣ ମିଛ। ଆପଣଙ୍କ ପାଖରେ ଯଦି ମହାତ୍ମା ଗାନ୍ଧୀଙ୍କ ପାଖରେ ସବୁଜ ଷ୍ଟ୍ରିପ୍ ଥିବା ନୋଟ ଏବଂ ରାଜ୍ୟପାଳଙ୍କ ଦସ୍ତଖତ ପାଖରେ ସବୁଜ ଷ୍ଟ୍ରିପ୍ ଥିବା ନୋଟ ରହିଛି, ତେବେ ଆପଣ ଉଭୟ ନୋଟକୁ ବ୍ୟବହାର କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/t-52.jpg)