ନୂଆଦିଲ୍ଲୀ: ଚର୍ଚ୍ଚାରେ ଦୁଇଭାଇଙ୍କ ସଫଳତା। ଲୋକେ ଅନେକ ଦିନ ଧରି ଚେଷ୍ଟା କରିକରି ଅସଫଳ ହୋଇଯାଉଥିବା କାମକୁ ଷଷ୍ଠ ଓ ଅଷ୍ଟମ ଶ୍ରେଣୀରେ ପାଠପଢ଼ୁଥିବା ଦୁଇଭାଇ କରି ଦେଖାଇଥିଲେ। ଭଲ ନମ୍ବର ରଖି ଦଶମ ଓ ଦ୍ବାଦଶଶ୍ରେଣୀ ପାସ କରିବା ପରେ ଡାକ୍ତର, ଇଞ୍ଜିନିୟର ନଚେତ ଜଣେ ପ୍ରଫେସର ଭାବେ କ୍ୟାରିୟର ଗଢ଼ିବେ ବୋଲି ଦୁଇଭାଇ ସ୍ବପ୍ନ ଦେଖିଛନ୍ତି।
ଏହି ଦୁଇ କୁଶଳୀ ପିଲାଙ୍କ ନାମ ହେଉଛି ଶ୍ରବଣ ଏବଂ ସଞ୍ଜୟ କୁମାରନ। ବ୍ୟବସାୟ ଜଗତରେ ଶ୍ରବଣ ଓ ସଞ୍ଜୟଙ୍କୁ ନେଇ ଖୁବ ଚର୍ଚ୍ଚା ହୋଇଥାଏ। ଦୁଇଭାଇ ଦେଶର ସର୍ବକନିଷ୍ଠ ଆପ୍ ବିକାଶକାରୀ ହେବାର ଆଖ୍ୟା ଅର୍ଜନ କରିଛନ୍ତି।
୧୦ ଏବଂ ୧୨ ବର୍ଷ ବୟସରେ ଶ୍ରବଣ ଏବଂ ସଞ୍ଜୟ ୨୦୧୧ରେ ଚେନ୍ନାଇରେ ଥିବା ନିଜ ଘରୁ ସେମାନଙ୍କ କମ୍ପାନି ଗୋଡାଇମେନସନର ଆରମ୍ଭ କରିଥିଲେ। ସଞ୍ଚୟ ସିଇଓ ଭାବେ କାମ କରୁଥିବା ବେଳେ ଶ୍ରବଣ କମ୍ପାନିର ଚେୟାରମ୍ୟାନ୍ ହୋଇଥିଲେ।
ଏକ ଛୋଟ ଆରମ୍ଭ ପରେ, ଶ୍ରବଣ ଏବଂ ସଞ୍ଜୟ କିଛି ବର୍ଷ ମଧ୍ୟରେ ୭ ଟି ମୋବାଇଲ୍ ଆପ୍ ସୃଷ୍ଟି କରିଥିଲେ। ଯାହା ୫୦ ରୁ ଅଧିକ ଦେଶରେ ପ୍ରସିଦ୍ଧ ହୋଇଥିଲା । ଅନେକ ଉପଭୋକ୍ତା ଏହି ଆପ୍ ବ୍ୟବହାର ମଧ୍ୟ କରିଥିଲେ । ପିଲାଟି ଦିନରୁ ଏଦୁଇ ଭାଇଙ୍କ କମ୍ପ୍ୟୁଟର ପ୍ରୋଗ୍ରାମିଙ୍ଗ ପ୍ରତି ଖୁବ ରୁଚି ଥିଲା। ଦୁଇପୁଅଙ୍କ ରୁଚି ଦେଖି ବାପା କୁମାରନ ସୁରେନ୍ଦ୍ରନ ଶ୍ରବଣ ଓ ସଞ୍ଜୟଙ୍କୁ ଏଦିଗରେ ଉତ୍ସାହିତ କରିବା ସହିତ କାମ କରିବା ପାଇଁ ପ୍ରେରଣା ଦେଇଥିଲେ। ମାତ୍ର ୪ବର୍ଷ ବୟସରେ ଦୁଇଭାଇ ପିପିଟି ତିଆରି କରିବା ଆରମ୍ଭ କରି ଦେଇଥିଲେ।