ବସ୍ତ୍ର ବଦଳାଇବା ଠାରୁ ବି କ’ଣ ବେଶି ଜରୁରୀ? କେଉଁ ଦୁଇଟି ବାରମ୍ବାର ଧୋକା ଦିଏ? ଜାଣନ୍ତୁ ଗୀତାର ଏହି ୧୦ ସାର କଥା

ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିସୃତ ବାଣୀ ଗୀତାରେ ସାର କଥା ସବୁ ଲୁଚି ରହିଛି। ଗୀତା ରହସ୍ୟକୁ ବୁଝିଥିବା ବ୍ୟକ୍ତି ଜୀବନର ଅନେକ ସମସ୍ୟାକୁ ଚୁଟ୍‌କିରେ ସମାଧାନ କରିଥାନ୍ତି। ତେବେ, ଚାଲନ୍ତୁ ଆଜି ଗୀତାର ଏହି ୧୦ ଉପଦେଶକୁ ବୁଝିବା।

: ଆନନ୍ଦ ନିଜ ଭିତରେ ଥାଏ। ଧନ, ପତ୍ନୀ କିମ୍ବା ଅନ୍ୟ କୌଣସି ବିଳାସପୂର୍ଣ୍ଣ ସାମଗ୍ରୀରେ ନଥାଏ।

: ଭଗବାନଙ୍କ ବନ୍ଦନା ଶରୀରରେ ନୁହେଁ ମନରୁ ହେବା ଦରକାର।

: ବାସନା ହିଁ ପୁନର୍ଜନ୍ମର କାରଣ।

: ଇନ୍ଦ୍ରିୟର ଅଧୀନ ହେଲେ ମଣିଷ ଜୀବନରେ ବିକାର ଆସେ।

HariBhakt

: ସଂଯମ, ସଦାଚାର, ସ୍ନେହ ଓ ସେବା ସତ୍‌ସଙ୍ଗ ବିନା ଆସେ ନାହିଁ।

: ବସ୍ତ୍ର ବଦଳାଇବାର ଆବଶ୍ୟକତା ନାହିଁ, ହୃଦୟ ପରିବର୍ତ୍ତନ କରିବା ଉଚିତ।

: ଯୁବାବସ୍ଥାରେ କରିଥିବା ପାପ ପାଇଁ ବୃଦ୍ଧାବସ୍ଥାରେ ନିଦ ହଜିଯାଏ।

: ଭୋଗରେ ଅସ୍ଥାୟୀ ସୁଖ ଓ ତ୍ୟାଗରେ ସ୍ଥାୟୀ ଆନନ୍ଦ ଥାଏ।

: ସତ୍‌ସଙ୍ଗ ଈଶ୍ୱରଙ୍କ କୃପାରୁ ମିଳେ। ମାତ୍ର କୁସଂଗ କରିବା ବ୍ୟକ୍ତିର ନିଜସ୍ୱ ପସନ୍ଦ।

: ମନ ଏବଂ ବୁଦ୍ଧି ଉପରେ ବିଶ୍ୱାସ କର ନାହିଁ। ଏହା ବାରମ୍ବାର ଧୋକା ଦେଇଥାନ୍ତି।

ସମ୍ବନ୍ଧିତ ଖବର