ନାଁତାଙ୍କର ଶ୍ରେୟୋଭି ମେହେତା। ବୟସ ମାତ୍ର ୧୦ ବର୍ଷ ଏବଂ ଏତେ କମ୍‌ ବୟସରେ ସେ ହାସଲ କରିଛନ୍ତି ଏକ ଅବିଶ୍ବସନୀୟ ସଫଳତା। ‘ୱାର୍ଲଡ୍‌ୱାଇଡ୍‌ ୱାଇଲ୍‌ଡ ଲାଇଫ୍‌ ଫଟୋଗ୍ରାଫର୍‌ ଅଫ୍‌ ଦ ଇୟର୍‌’ ପ୍ରତିଯୋଗିତାରେ ସେ ରନର୍ସ ଅପ୍‌ ରହି ସାରା ବିଶ୍ବରେ ଭାରତର ପରିଚିତିକୁ ଦ୍ବିଗୁଣିତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୧୧୭ଟି ‌ରାଷ୍ଟ୍ର ତଥା ଅଞ୍ଚଳରୁ ବିଭିନ୍ନ ପ୍ରତିଯୋଗୀଙ୍କ ଦ୍ବାରା ଦାଖଲ ହୋଇଥିବା ପାଖାପାଖି ୬୦,୦୦୦ ଫଟୋ ମଧ୍ୟରୁ ତାଙ୍କ ଫଟୋଗ୍ରାଫ୍‌ ମନୋନୀତ ହୋଇଥିଲା। ତାଙ୍କୁ ଯେତେବେଳେ ମାତ୍ର ୨ ବର୍ଷ ବୟସ ହୋଇଥିଲା ତାଙ୍କ ମାଆ ଶ୍ରେୟାଭିଙ୍କ ହାତରେ ଧରାଇଦେଇଥିଲେ ତାଙ୍କ ବାପାଙ୍କ କ୍ୟାମେରା। ବାସ୍‌ ସେଇଠୁ ଆରମ୍ଭ ହୋଇଥିଲା ତାଙ୍କର ଫଟୋଗ୍ରାଫି କ୍ୟାରିୟର୍‌।

Advertisment

ଶ୍ରେୟୋଭି ହରିୟାଣା ରାଜ୍ୟ ଫରିଦାବାଦ ଅଞ୍ଚଳ‌େର ଥିବା ଶିବ୍‌ ନାଦର ସ୍କୁଲ୍‌ର ପଞ୍ଚମ ଶ୍ରେଣୀ ‌ଛାତ୍ରୀ। ତାଙ୍କର ଫଟୋଗ୍ରାଫି ପ୍ରତି ଉତ୍ସାହ ଦେଖି ତାଙ୍କ ବାପାମାଆ ହିଁ ତାଙ୍କୁ ଏ ଦିଗରେ ପ୍ରୋତ୍ସାହନ ଦେଲେ। ଶ୍ରେୟୋଭି ସବୁଦିନ ମାଆ କହିନି ଘୋଷ ମେହେତାଙ୍କ ତତ୍ତ୍ବାବଧାନରେ ତାଙ୍କ ଚାରିପାଖରେ ଥିବା ପ୍ରାକୃତିକ ଦୁନିଆ, ଜୈବ ବିବିଧତା, ପଶୁପକ୍ଷୀ ଆଦିଙ୍କୁ କଏଦ୍‌ କରୁଥିଲେ ତାଙ୍କ ଲେନ୍‌ସରେ। ଏଥିପାଇଁ ବୟସ ତୁଳନାରେ ତାଙ୍କ ଧୈର୍ଯ୍ୟ, ସାହସ, ଉତ୍ସାହ ତଥା ଦୂରଦୃଷ୍ଟି ନିହାତି ପ୍ରଶଂସାଯୋଗ୍ୟ। ରାଜସ୍ଥାନର ଭରତପୁରରେ ଅବସ୍ଥିତ କିଓଲାଡେଓ ଜାତୀୟ ଉଦ୍ୟାନରେ ଘଣ୍ଟା ଘଣ୍ଟା ଧରି ଧୈର୍ଯ୍ୟର ସହ ଅପେକ୍ଷା କରି ହଳେ ମୟୂର ଜଙ୍ଗଲ ଭିତରେ ଗଛ ଆଢୁଆଳରେ ଚାଲି ଯାଉଥିବା ସ୍ଥିର ଚିତ୍ର ଉତ୍ତେ‌ାଳନ ପାଇଁ ‌େସ ଲଣ୍ଡନର ପ୍ରାକୃତିକ ଐତିହାସିକ ସଂଗ୍ରହାଳୟ (ନାଚୁରାଲ୍‌ ହିଷ୍ଟ୍ରି ମ୍ୟୁଜିୟମ୍‌) ଦ୍ବାରା ଆୟୋଜିତ ୬୦ତମ ବାର୍ଷିକ ବନ୍ୟପ୍ରାଣୀ ଫଟୋଗ୍ରାଫର୍‌ ଅଫ୍‌ ଦି ଇୟର ପ୍ରତିଯୋଗିତାରେ ରନର୍ସ ଅପ୍‌ ହୋଇଛନ୍ତି। ଶ୍ରେୟାଭି ଏବେ ‘ସୋନି ଆଲ୍‌ଫା ୯ ଆଇଆଇଆଇ’ କ୍ୟାମେରାକୁ ଅତି ପାରଦର୍ଶୀ ଭାବରେ ବ୍ୟବହାର କରୁଛନ୍ତି ଏବଂ ଘରେ ଏକ ‘କାନନ୍ ୫ଡି’ କ୍ୟାମେରାରେ ଅଭ୍ୟାସ କରୁଛନ୍ତି। 

ସେ ଜଣେ ସଫଳ ଫଟୋଗ୍ରାଫର୍‌ ବ୍ୟତୀତ ଜଣେ ମେଧାବୀ ଛାତ୍ରୀ ତଥା ନୃତ୍ୟ ସଂଗୀତ ନିପୁଣା ଓ ଚିତ୍ରକର ମଧ୍ୟ। ଏପରି ଅନନ୍ୟ ପ୍ରତିଭାର ଅଧିକାରିଣୀ ଶ୍ରେ‌େୟାଭି ଅକ୍‌ଟୋବର ୮ରେ ନାଚୁରାଲ୍ ହିଷ୍ଟ୍ରି ମ୍ୟୁଜିୟମ୍‌ ଦ୍ବାରା ଲଣ୍ଡନଠାରେ ଅନୁଷ୍ଠିତ ଉତ୍ସବରେ ପୁରସ୍କୃତ ହେବେ। ଏଥିପାଇଁ ସେ ଖୁବ୍‌ ଖୁସି ଏବଂ ୱାଇଲ୍‌ଡ ଲାଇଫ୍ ଫଟୋଗ୍ରାଫିରେ ନିଜ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ବେଶ୍‌ ଆଶାବାଦୀ। ଏହି ସଫଳତା ପାଇଁ ସବୁ ଶ୍ରେୟ ତାଙ୍କ ବାପାମାଆଙ୍କୁ ଦେବେ ବୋଲି କହିଛନ୍ତି ଶ୍ରେୟାଭି।