ଆଜି କୃଷ୍ଣଜନ୍ମ। ସାରା ଦେଶ ଆଜିର ଦିନରେ ଜନ୍ମାଷ୍ଟମୀ ପାଳନ କରୁଛି। ହିନ୍ଦୁ ପାଞ୍ଜି ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷର ଯେଉଁ ମଧ୍ୟ ରାତ୍ରରେ ଅଷ୍ଟମୀ ତିଥି ହୋଇଥାଏ ସେହି ରାତି ଏବଂ ତାହାର ପରଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ଏହି ଦୁଇଟିଯାକ ଦିନକୁ ହିଁ କୃଷ୍ଣଙ୍କ ଜନ୍ମଦିନ ବୋଲି ବିବେଚନା କରାଯାଏ। ଏହି ଦିନ ଭକ୍ତମାନେ କୃଷ୍ଣଙ୍କ ପାଇଁ ଉପାସ ରଖି ପୂଜାର୍ଚ୍ଚନା କରିଥାନ୍ତି। ଏବର୍ଷ ଅଧିକାଂଶ ଲୋକ ଅଗଷ୍ଟ ୧୫ ତାରିଖରେ ଜନ୍ମାଷ୍ଟମୀ ମନାଉଥିବା ବେଳେ କେହି କେହି ଅଗଷ୍ଟ ୧୬ ତାରିଖରେ ବି କୃଷ୍ଣଜନ୍ମ ପାଳନ କରୁଛନ୍ତି।
ତେବେ ଏପରି କିଛି ଜିନିଷ ଅଛି ଯାହାକୁ ଜନ୍ମାଷ୍ଟମୀରେ ଘରକୁ ଆଣିଲେ ତାହା ଆପଣଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ଥ ହୋଇପାରେ। ସେଥିମଧ୍ୟରୁ ଗୋଟାଏ ହେଉଛି କାମଧେନୁ ଗାଈ। ଏହାକୁ ଘରକୁ ଆଣିଲେ ବିକାଶ ହୋଇଥାଏ ବୋଲି ବିଶ୍ବାସ କରାଯାଏ। ଏହାକୁ ଆଣି ଆପଣ ନିଜ ପୂଜା ଘରେ ରଖନ୍ତୁ।
ଦ୍ବିତୀୟଟି ହେଉଛି ବଂଶୀ। ଆପଣ ଜାଣନ୍ତି ଯେ ବଂଶୀ କୃଷ୍ଣଙ୍କର ଭାରି ପ୍ରିୟ। ବିଶ୍ବାସ ରହିଛି ଯେ ଘରେ ବଂଶୀ ରହିଲେ ଘରେ ବେଶି ପାଟିତୁଣ୍ଡ ହୁଏନାହିଁ।
ପାରୁଛନ୍ତି ଯଦି ଏବର୍ଷ ଜନ୍ମାଷ୍ଟମୀରେ ଏକ ଲଡୁଗୋପାଳ ଆଣନ୍ତୁ। ଲଡୁଗୋପାଳଙ୍କ ମୂର୍ତ୍ତି ରଖିଲେ କୃଷ୍ଣଙ୍କ ଆଶୀର୍ବାଦ ସଦା ଆପଣଙ୍କ ଉପରେ ରହିବ।
ଏହାବ୍ୟତୀତ ଗଙ୍ଗାଜଳ, ଚନ୍ଦନ, ମହୁ, ବୀଣା ଆଦି ନିଜ ଘରକୁ ଆଣନ୍ତୁ। ଜନ୍ମାଷ୍ଟମୀ ଦିନରେ ଏହି ସବୁ ସାମଗ୍ରୀ ଘରକୁ ଆଣିଲେ ଶୁଭ ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/15/12-2025-08-15-12-43-05.jpg)