୧୯୫୨ମସିହାରୁ ନଖ ବଢ଼ାଇ ଓ୍ଵାଲର୍ଡ ରେକର୍ଡ କରି ସାରିଛନ୍ତି ଶ୍ରୀଧର, ଏବେ ସେ ନିଜ ନଖ ସହିତ ଏପରି କାମ କରିବାକୁ ଯାଉଛନ୍ତି
ଭାରତର ଶ୍ରୀଧର ଚିଲ୍ଲାଲ ବିଶ୍ୱର ସବୁଠାରୁ ଲମ୍ବା ନଖ ରଖି ରେକର୍ଡ ବନାଇଛନ୍ତି। ଗିନିଜ ଓ୍ଵାଲର୍ଡ ରେକର୍ଡ ପାଇଁ ଚିଲ୍ଲାଲ ୧୯୫୨ମସିହାରୁ ନିଜର ବାମ ହାତର ନଖ କାଟି ନଥିଲେ। ତାଙ୍କର ନଖ ବିଶ୍ୱର ସବୁଠାରୁ ଲମ୍ବା ନଖ ଭାବେ ସ୍ଥାନ ପାଇଛି।ଏବେ ୮୨ବର୍ଷ ବୟସରେ ୬୬ବର୍ଷ ପରେ ସେ ନିଜ ନଖ କାଟିବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଟାଇମ୍ସ ସ୍କେ୍ଵୟାର ରିପଲେର ବିଲିବ ଇଟ୍ ଓ ନାଟ ମ୍ୟୁଜିୟମରେ ଆଜି ଶ୍ରୀଧର ଚିଲ୍ଲାଲଙ୍କ ନଖ କାଟିବାର କାର୍ଯ୍ୟକ୍ରମ ରହିଛି। ଯେଉଁଠାରେ ଚିଲ୍ଲାଲଙ୍କ ନଖ କଟାଯିବ। ତାଙ୍କର ସମସ୍ତ ନଖର ଲମ୍ବ ୯୦୯.୬ ସେଣ୍ଟିମିଟର ରହିଛି। ଚିଲ୍ଲାଙ୍କ ଗୋଟିଏ ଆଙ୍ଗୁଳି ନଖର ଲମ୍ବ ୧୯୭.୮ ସେଣ୍ଟିମିଟର ଥିବା ଜଣାପଡ଼ିଛି। ୨୦୧୬ରେ ଶ୍ରୀଧର ଲମ୍ବା ନଖ ପାଇଁ ଗିନିଜ ଓ୍ଵାଲର୍ଡ ରେକର୍ଡରେ ସ୍ଥାନ ପାଇଥିଲେ।
ପୁଣେରେ ରହୁଥିବା ଚିଲ୍ଲାଲ ଅନୁରୋଧ କରି କହିଛନ୍ତି, ନଖ କାଟିବା ପରେ ତାଙ୍କର ନଖକୁ ମ୍ୟୁଜିୟମରେ ରଖାଯାଉ। ଚିଲ୍ଲାଲଙ୍କ ନଖ କାଟିବା ଓ ମ୍ୟୁଜିୟମରେ ରଖିବା ପାଇଁ ତାଙ୍କୁ ଭାରତରୁ ଆମେରିକା ଡକା ଯାଇଛି।