କଥା ରଖିଲେ ଶ୍ୟାମା; ଅସହାୟ ବୃଦ୍ଧଙ୍କ ମୃତ୍ୟୁ ପରେ ଝିଅର କର୍ତ୍ତବ୍ୟ ନିଭାଇ ରୀତିନୀତି ସହ ଅନ୍ତିମ ସଂସ୍କାର କଲେ

ମାଲକାନଗିରି: ଜଣେ ଅସହାୟଙ୍କୁ ମଖାଗ୍ନୀ ଦେଲେ ଯୁବତୀ । ମନବିକତାର ପୁଣି ଏକ ବିରଳ ଉଦାହରଣ ଆସିଛି ମାଲକାନଗିରି ଜିଲ୍ଲାରୁ । ମାଲକାନଗିରି ସଦର ମହକୁମାସ୍ଥିତ ଜଣେ ୮୨ ବର୍ଷୀୟ ବୃଦ୍ଧ ହଠାତ ମୃତ୍ୟୁ ବରଣ କରିଥିଲେ । ତେବେ ତାଙ୍କର କେହି ସମ୍ପର୍କୀୟ କିମ୍ବା ବନ୍ଧୁବାନ୍ଧବ ନ ଥିବାରୁ ଅନ୍ତିମ ସଂସ୍କାର ଲାଗି ଆଗେଇ ଆସି ଥିଲେ ପାଖପଡିଶା ଓ କିଛି ସ୍ୱେଚ୍ଛାସେବୀ । ତେବେ ମୁଖାଗ୍ନୀ କିଏ ଦେବ ବୋଲି ଚିନ୍ତା କରାଯାଉଥିବା ବେଳେ ଆଗେଇ ଆସି ଥିଲେ ଶ୍ୟାମା ହାଲଦାର।

ଗତ ବୁଧବାର ବିଳମ୍ବିତ ରାତିରେ ମାଲକାନଗିରି ନିଗମାନନ୍ଦ ଆଶ୍ରମର କର୍ମକର୍ତା ମାନିକ ଲାଲ ଘୋଷ ହୃଦଘାତରେ ପ୍ରାଣ ହରାଇ ଥିଲେ । ଆଉ ସକାଳ ଯାଏଁ ଶବ ସତ୍କାର ଲାଗି ନାନା ଆଶା ଆଶଙ୍କା ଲାଗି ରହି ଥିଲା । ତେବେ ପାଖ ପଡିଶା ଓ କିଛି  ସ୍ବେଚ୍ଛାସେବୀମାନେ ଶବ କାନ୍ଧ ଦେଇ ମଶାଣିକୁ ନେଇ ଥିଲେ । ଆଉ ମୁଖାଗ୍ନୀ ଦେଇ ଥିଲେ ମାଲକାନଗିରିର ଯୁବତୀ ଶ୍ୟାମା ହାଲଦାର । କେବଳ ମୁଖାଗ୍ନୀ ନୁହଁ, ବରଂ ଜଣେ ଝିଅର ଯାହା ସବୁ କର୍ତବ୍ୟ ରହିଛି, ବୈଦିକ ରୀତିନୀତି ଅନୁଯାୟୀ, ତାହା ସବୁ ପାଳନ କରିଛନ୍ତି ଶ୍ୟାମା ।

ଶ୍ୟାମା ରାଜସ୍ୟ ବିଭାଗର ସହକାରୀ ରାଜସ୍ୟ ନିରୀକ୍ଷକ ଭାବେ କାମ କରନ୍ତି ।  ମାନିକ ଲାଲ ଘୋଷ ବିଦ୍ୟୁତ ବିଭାଗରେ କାମ କରୁଥିଲେ, ଆଉ ଶ୍ୟାମାଙ୍କ ଘରେ ଭଡା ରହୁ ଥିଲେ । ତେବେ ତାଙ୍କର କୌଣସି ସନ୍ତାନ ନ ଥିଲା ଆଉ ବହୁ ବର୍ଷ ପୂର୍ବେ ପତ୍ନୀ ମଧ୍ୟ ଆର ପାରିକୁ ଚାଲି ଯାଇ ଥିଲେ । ଆଉ ଚାକିରିରୁ ଅବସର ପରେ ମାଲକାନଗିରି ସହରରେ ଥିବା ନିଗମାନନ୍ଦ ଆଶ୍ରମରେ ରହି ଆଶ୍ରମ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲେ । ତେବେ ମାନିକଙ୍କ କୌଣସି ଉତ୍ତରାଧିକାରୀ ନ ଥିବାରୁ ଶ୍ୟାମାଙ୍କୁ ମୁଖାଗ୍ନୀ ଦେବା ଲାଗି ହସ ମଜାକରେ କହି ଆସୁ ଥିଲେ ମଣିିକ ଲାଲ । ଆଉ ମାଣିକ ଲାଲଙ୍କ ମୃତ୍ୟୁ ପରେ ସେଇ କଥାକୁ ରଖିଛନ୍ତି ଶ୍ୟାମା।

ସମ୍ବନ୍ଧିତ ଖବର