ସିଦ୍ଧି ବିନାୟକଙ୍କ ପୂଜା ମାଧ୍ୟମରେ ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ହେବ , ଜାଣନ୍ତୁ କିପରି !

ଆଜି ହେଉଛି ବିଘ୍ନହର୍ତ୍ତା ଶ୍ରୀଗଣେଷଙ୍କର ଜନ୍ମଦିବସ। ଏଥିଲାଗି ସର୍ବତ୍ର ଗଣେଶଙ୍କ ପୂଜନ ଅନୁଷ୍ଠିତ ହେଉଛି। ବୁଦ୍ଧିର ସଦୁପଯୋଗ କରିବା କୌଣସି ବ୍ୟକ୍ତି ନିଜ ଜୀବନକୁ ସୁଖୀ ଓ ସମୃଦ୍ଧଶାଳୀ କରିପାରିବେ। ଏଥିପାଇଁ ଧନ ଓ ଶାନ୍ତିର ଗୁରୁତ୍ୱ ରହିଛି। ବୁଦ୍ଧି ଓ ଧନର ଉନ୍ନତ ସାମଞ୍ଜସ୍ୟରେ ସଫଳତା ପାଇଁ ହିନ୍ଦୁ ଧର୍ମଶାସ୍ତ୍ରମାନଙ୍କରେ ବୁଦ୍ଧିଦାତା ଶ୍ରୀଗଣେଶଙ୍କର ଭକ୍ତିର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି।


ସୁଖୀ,ଦୀର୍ଘ ଜୀବନ ଓ ଧନ ସୁଖ ପାଇଁ ବୁଦ୍ଧିଗଣ ସିଦ୍ଧି ବିନାୟକଙ୍କ ପୂଜା ମାଧ୍ୟମରେ ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ଉପରେ ମଧ୍ୟ ଧର୍ମଶାସ୍ତ୍ରମାନଙ୍କରେ ଉଲ୍ଲେଖ ରହିଛି। ଶ୍ରୀ ଗଣେଶ ଭକ୍ତି ମାଧ୍ୟମରେ ହିଁ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସାମଗ୍ରୀ ଦ୍ୱାରା ନିର୍ମିତ ଗଣେଶଙ୍କ ମୂର୍ତ୍ତିକୁ ପୂଜା କରିବା ଅତ୍ୟନ୍ତ ଶୁଭଙ୍କର ଓ ଚମତ୍କାରୀ ବୋଲି କୁହାଯାଏ। ସ୍ୱତନ୍ତ୍ର ସାମଗ୍ରୀଦ୍ୱାରା ନିର୍ମିତ ଏହି ମୂର୍ତ୍ତିଙ୍କ ପୂଜନ ଦ୍ୱାରା ବ୍ୟକ୍ତି ବୈଭଶାଳୀ ହେବା ସହିତ ନିଜ ପରିବାରର ସଦସ୍ୟ ମାନଙ୍କୁ ଅପାର ଧନଲାଭର ସୁଯୋଗ ପ୍ରଦାନ କରିଥାଏ।

ସମ୍ବନ୍ଧିତ ଖବର