ଏମିତି ଘଟଣା ଘଟିଲେ ଜାଣନ୍ତୁ ଅସୁବିଧାରେ ପଡ଼ିବାକୁ ଯାଉଛନ୍ତି

ମହାଭାରତରେ ଥିବା ବର୍ଣ୍ଣନା ଅନୁସାରେ, ଋଷି ବ୍ୟାସ ଥିଲେ ଦିବ୍ୟ ଦୃଷ୍ଟିର ଅଧିକାରୀ। ଦୁଇ କୁଟୁମ୍ବ ମଧ୍ୟରେ ବିବାଦ ଚରମରେ ପହଞ୍ଚିବାକୁ ଯାଉଛି ବୋଲି ସେ ପୃଥିବୀରେ ଘଟୁଥିବା ବିଭିନ୍ନ ଅଶୁଭ ଘଟଣାରୁ ପୂର୍ବାଭାସ ପାଇ ସାରିଥିଲେ। ଏ ପ୍ରସଙ୍ଗରେ ସେ ଧୃତରାଷ୍ଟ୍ରଙ୍କୁ ଜଣାଇଥିଲେ। ସେ ନିଜର ପୁତ୍ର ଓ ରାଜ୍ୟ ହରାଇବାକୁ ଯାଉଛନ୍ତି ବୋଲି ବୁଝାଇ ଦେଇଥିଲେ। ଦୁର୍ବିପାକ ଅତି ଦାରୁଣ ଏବଂ ଯଦି ସେ ଏହା ବିଶ୍ୱାସ କରୁ ନାହାନ୍ତି, ତେବେ ଦିବ୍ୟଦୃଷ୍ଟି ନେଇ ଦେଖନ୍ତୁ ବୋଲି ବ୍ୟାସ ତାଙ୍କୁ ଅନୁରୋଧ କରିଥିଲେ।

ନିଜ ବଂଶର ଧ୍ୱଂସ ସେ ବରଦାସ୍ତ କରି ପାରିବେ ନାହିଁ ବୋଲି କହି ଦିବ୍ୟ ଦୃଷ୍ଟି ସଂଜୟଙ୍କୁ ଦେବା ପାଇଁ ଅନୁରୋଧ କରିଥିଲେ।

ଏଥର ସଂଜୟ ବ୍ୟାସଙ୍କୁ ପଚାରିଲେ ଯେ କେଉଁ କେଉଁ ସୂଚନା ଧ୍ୱଂସର ଲକ୍ଷଣ ବୋଲି ସେ ଜାଣିବେ। ଋଷି ବ୍ୟାସ ଉତ୍ତର ଦେଇଥିଲେ ଯେ ଏଇ ସବୁ ଘଟଣା ଧ୍ୱଂସର ଲକ୍ଷଣ :

ପୃଥିବୀରେ ଘନ ଘନ ଭୂମିକମ୍ପ ହେଲେ, କିଛି ଦିନ ଧରି ଅଚାନକ ଧୂଳିଝଡ଼ ବହିଲେ, ବର୍ଷକ ମଧ୍ୟରେ ବହୁ ଥର ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସଂଘଠିତ ହେଲେ- ଜାଣନ୍ତୁ ପ୍ରଳୟ କାଳ ଉପସ୍ଥିତ।

ସାଧାରଣତଃ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଅମାବାସ୍ୟା ପଡ଼େ, କିନ୍ତୁ ଯଦି ଅମାବାସ୍ୟା ଷୋଡ଼ଶ ଦିନ ପଡ଼େ ତାହା ଶୁଭ ଲକ୍ଷଣ ନୁହେଁ।

କୈଳାସ, ମନ୍ଦରାଚଳ ଏବଂ ହିମାଳୟ ଆଦିର ତୁଷାର ଆଚ୍ଛାଦିତ ଶୃଙ୍ଗ ଅଧିକାଂଶ ଥର ଭାଙ୍ଗିପଡ଼ିବା ମଧ୍ୟ ପ୍ରଳୟର ଆଭାସ ଦିଏ।

ସ୍ୱାଭାବିକ ଠାରୁ ପୂର୍ଣ୍ଣଚନ୍ଦ୍ର ଅଧିକ ଉଜ୍ଜ୍ୱଳ ଦିଶୁଥିଲେ ମଧ୍ୟ ଚନ୍ଦ୍ରକିରଣ ମଳିନ ଦିଶିଲେ ଆଗକୁ ଅନିଷ୍ଠକାରକ ସମୟ ଆସୁଛି ବୋଲି ଜାଣ।

ସମ୍ବନ୍ଧିତ ଖବର