ଏ ବିଷୟ ପଢ଼ିଲେ ବୁଝିବେ ଦୁନିଆରେ ପ୍ରଥମେ ଜନ୍ମ ନେଇଛନ୍ତି ନା, ଆଗରୁ ଜନ୍ମି ଥିଲେ

ଆତ୍ମା ଅମର ଏବଂ ଥରକୁ ଥର ଜନ୍ମ ନିଏ ବୋଲି ହିନ୍ଦୁବାଦୀମାନେ ବିଶ୍ୱାସ କରନ୍ତି। ଏହାଦ୍ୱାରା ଜଣେ ଅଭିଜ୍ଞତା ହାସଲ କରେ, ଶିକ୍ଷା ପାଏ ଏବଂ ଆଧ୍ୟାତ୍ମିକ ଭାବେ ବିକଶିତ ହୁଏ। ଶେଷରେ ମୋକ୍ଷ ପ୍ରାପ୍ତି ହୁଏ। ଏମିତି ଧାରା କାହିଁକି ରଖାଯାଇଛି, ତା’ର ତତ୍ତ୍ୱ ଥିଲେ ମଧ୍ୟ ତାହା କେହି ଠିକଣା ରୂପେ ଜାଣନ୍ତି ନାହିଁ। କିନ୍ତୁ, କେତେକ ଲକ୍ଷଣ ଓ ଉପାୟରୁ ଜାଣି ହେବ- ଜଣେ ପ୍ରଥମ କରି ଦୁନିଆକୁ ଆସିଛି ନା ପୂର୍ବରୁ ଆସିଥିଲା।

ଜଣେ ସମ୍ମୋହନକାରୀଙ୍କ ପାଖକୁ ଯାଇ ନିଜର ଅତୀତ ଜୀବନକୁ ଫେରିହେବ, ଧ୍ୟାନ ବଳରେ ଜାଣି ହେବ ଜଣେ ପୂର୍ବରୁ ଜନ୍ମ ହୋଇଥିଲା ବୋଲି, ବା ବ୍ୟକ୍ତି ଠାରେ କେତେକ ଲକ୍ଷଣ ଦେଖି ଜଣାପଡ଼ିଯିବ ଜଣେ ପୂର୍ବରୁ ପୃଥିବୀରେ ଜନ୍ମିଥିଲା କି, ନାହିଁ।

ସବୁ ରାତିରେ ସମାନ ସ୍ୱପ୍ନ ଦେଖିବା: ପ୍ରତି ରାତିରେ ଏକା ସମୟରେ ଏକା ସ୍ୱପ୍ନ ଦେଖନ୍ତି କି? ସ୍ୱପ୍ନରେ ଇତିହାକୁ ଦର୍ଶାଇଲା ଭଳି ବ୍ୟକ୍ତିମାନଙ୍କୁ କି, କୌଣସି ସ୍ଥାନ ଦେଖାଯାଉଛି କି? ସ୍ୱପ୍ନରେ ନିଜେ କେବେ ମରିଛନ୍ତି? ଏସବୁର ଅର୍ଥ ହେଲା ଆତ୍ମା ପୂର୍ବଜନ୍ମ କଥା ସ୍ମରଣ କରୁଛି।

କୌଣସି ଦୃଶ୍ୟ ବା ଘଟଣା ପୂର୍ବରୁ ଜାଣିଥିବା ପରି ଲାଗିଲେ: ଏ ଭଳି ଅନୁଭବକୁ ‘ଦେଜା ଭୁ’ କହନ୍ତି। ଏଥିରେ ମନେହୁଏ କୌଣସି ନୂଆ ଜାଗାକୁ ଗଲେ ସେଠାକୁ ଆଗରୁ ଆସିଥିବା ପରି ଲାଗିବା ଏବଂ କୌଣସି ଘଟଣା ଘଟିଲେ ତାହା ପୂର୍ବରୁ ଘଟିଥିବା ପରି ମନେହୋଇଥାଏ। ଶବ୍ଦ, ବାସ୍ନା, ଦୃଶ୍ୟ, ସ୍ୱାଦ ଏବଂ ଅନ୍ୟାନ୍ୟ ଇନ୍ଦ୍ରିୟଭିତ୍ତିକ ଅନୁଭୂତି ମଧ୍ୟ ଦେଇ ଦେଜା ବୁ ଆପଣାଛାଏଁ ଆସିଥାଏ। ଏହାର ଅର୍ଥ ହେଲା ପୂର୍ବଜନ୍ମରେ ଜଣେ ଏ ଭଳି ଅନୁଭୂତି ଗ୍ରହଣ କରିଛନ୍ତି।

ଅନ୍ୟ ପ୍ରତି ଦରଦ ଦେଖାଇବା: ପୋଖତ ଆତ୍ମା ଆବେଗ ଶୋଷି ନିଏ। ସ୍ଥଳବିଶେଷରେ ଯନ୍ତ୍ରଣା ମଧ୍ୟ ଶୋଷି ନିଏ। ଅନ୍ୟମାନଙ୍କ ମାତ୍ରାଧିକ ଦରଦ ପ୍ରଦର୍ଶନ କରୁଥିବା ବ୍ୟକ୍ତି ନିଜ ଚର୍ତୁପାର୍ଶ୍ୱରେ ଥିବା ଲୋକମାନଙ୍କର ଅନୁଭୂତିକୁ ସିଧାସଳଖ ହୃଦୟଙ୍ଗମ କରି ପାରନ୍ତି। ଏହାର ଅର୍ଥ ସେ ଆତ୍ମା ପୂର୍ବରୁ ବହୁଥର ଜନ୍ମ ନେଇ ସାରିଛି।

ପିଲା ଚପଳ ନ ହେବା: ଅନେକ ପିଲାଙ୍କ ଠାରେ ଚପଳତା ନ ଥାଏ। ସେମାନେ ପ୍ରାପ୍ତ ବୟସ୍କମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା କରିବାକୁ ଇଚ୍ଛା କରନ୍ତି। ଏ ଭଳି ପିଲାଙ୍କ ଠାରେ ଥିବା ଆତ୍ମା ଏ ଦୁନିଆରେ ବହୁବାର ଜନ୍ମ ନେଇ ସାରିଛି।

ଇତିହାସ ପ୍ରୀତି: କୌଣସି ନିର୍ଦ୍ଦିଷ୍ଟ ସଂସ୍କୃତି ପ୍ରତି ବା ଇତିହାର କୌଣସି ସମୟ ଆଡ଼କୁ ଆକର୍ଷିତ ହେବା ବା ପରିବେଶ ପ୍ରତି ଶ୍ରଦ୍ଧା ଦେଖାବାର ଲକ୍ଷଣ ହେଉଛି, ପୂର୍ବଜନ୍ମ ସବୁର ଅନୁଭୂତି।

ଅକାରଣ ଭୟ: କଥା କଥାରେ ଅନେକଙ୍କ ଠାରେ ଅକାରଣ ଭୟ ଓ ଆତଙ୍କ ଦେଖାଯାଏ, ଯେମିତି ବୁଡ଼ିମରିବା, କେତେକ ଜୀବଜନ୍ତୁଙ୍କୁ ଡରିବା, କେତେକ ଜାଗାକୁ ଦେଖି ଡରିବା, କେତେକ ସଂଖ୍ୟା, ରଙ୍ଗ, ସାମଗ୍ରୀ ଆଦି ପ୍ରତି ଭୟ ଦେଖାଇବା। ଏହାର ଅର୍ଥ ହେଲା ପୂର୍ବଜନ୍ମରେ ଭୋଗିଥିବା ଯାତନା।

ଏକା ରହିବାକୁ ସୁଖମଣିବା: ପ୍ରଥମ ଥର ପାଇଁ ଦୁନିଆକୁ ଆସିଲେ ଜଣକର ପ୍ରବୃତ୍ତି ହୁଏ ଅନ୍ୟମାନଙ୍କ ସହ ମିଶି ନିଜ ଜୀବନକୁ ସୁଖମୟ କରିବା। କିନ୍ତୁ, ପୂର୍ବରୁ ଅନେକ ଥର ଦୁନିଆକୁ ଆସିଥିବା ବ୍ୟକ୍ତି ଜାଣି ପାରନ୍ତି ଏ କାମ ପୂର୍ବରୁ ସେ ସାରିଛି। ତେଣୁ ଏଥି ପ୍ରତି ଆଉ ମନ ବଳେ ନାହିଁ।

ସମ୍ବନ୍ଧିତ ଖବର