ଭାରତର କୌଣସି ସ୍ଥାନରେ ମଧ୍ୟ ଟ୍ରାକ୍ କରାଯାଇ ପାରିବ
ଖର୍ଚ୍ଚ ହେବ କେବଳ ୧୯୯୦ ଟଙ୍କା
ଯଦି ଆପଣଙ୍କର କାର୍, ବାଇକ୍ କିମ୍ବା ସ୍କୁଟର୍ ଚୋରି ହେବାର ଭୟ ଲାଗୁଛି, ତେବେ ଆପଣ ଗାଡ଼ିରେ ମୋବାଇଲ୍ ସିମ୍ ଲଗାଇ ତାହାକୁ ନିରାପଦ ରଖି ପାରିବେ। ବଜାରକୁ ବର୍ତ୍ତମାନ ଏମିତି ଅନେକ ଡିଭାଇସ୍ ଆସୁଛି ଯେଉଁଥିରେ ଆପଣ ସିମ୍ ଲଗାଇ ତା’କୁ ଗାଡ଼ିରେ ଲୁଚାଇ ରଖି ପାରିବେ। ଏହାଦ୍ୱାରା ଯଦି ଆପଣଙ୍କ ଗାଡ଼ି ଚୋରି ହୋଇ ଯାଏ ତା’ହେଲେ ଆପଣ ସହଜରେ ଗାଡ଼ିକୁ ଟ୍ରାକ୍ କରି ପାରିବେ ବା ଠାବ କରି ପାରିବେ।
ଗାଡ଼ି ଚୋରି ହେଲା ମାତ୍ରେ ଆସିବ ଆଲର୍ଟ୍
ଇଲେକ୍ଟ୍ରୋନିକ୍ସ୍ ଡିଭାଇସ୍ ତିଆରି କରୁଥିବା କମ୍ପାନି ଏକ ମାଇକ୍ରୋ GPS ଟ୍ରାକର୍ ତିଆରି କରିଛି। ଏଥିରେ ମୋବାଇଲ୍ ସିମ୍ ଲଗାଯାଇଥାଏ। ତା’ପରେ ଏହାକୁ ଗାଡ଼ିର ବ୍ୟାଟେରି ସହ କନେକ୍ଟ୍ କରି ଭିତରେ କଉଠି ଲୁଚାଇ ଦିଆଯାଏ। ଏହା ପରେ ଡିଭାଇସ୍ର ମୋବାଇଲ୍ ଆପ୍ ଫୋନ୍ରେ ଇନ୍ଷ୍ଟଲ୍ କରାଯାଏ। ଯଦି ଆପଣଙ୍କ ବିନା ଅନୁମତିରେ କେହି ଗାଡ଼ି ଚଲାଏ ତା’ହେଲେ ଆପଣଙ୍କ ଫୋନ୍କୁ ଆଲର୍ଟ୍ ଆସିଯାଇଥାଏ।
କେମିତି କାମ କରିଥାଏ ଡିଭାଇସ୍
ଡିଭାଇସ୍ରେ ମାଇକ୍ରୋ ସିମ୍ ଲାଗିଥାଏ।
ଏଥିରେ ୩ଟି ତାର ରହିଥାଏ। ୨ଟି ତାର ବ୍ୟାଟେରି ଓ ଗୋଟିଏ ତାର ଇଗ୍ନିସିୟନ୍ରେ ଲଗାଯାଏ।
ଏହା କାର୍, ବାଇକ୍ ଓ ସ୍କୁଟରରେ ବ୍ୟବହାର ହୋଇ ପାରିବ।
ଡିଭାଇସ୍ର ତିନୋଟି ତାରକୁ ଯୋଡ଼ିଲା ପରେ ଏଥିରେ ସିମ୍ କାର୍ଡ୍ ପକାଯାଏ।
ଏହାପରେ ଡିଭାଇସ୍ର ଲାଇଟ୍ ଅନ୍ ହୋଇଯାଏ ଓ କାମ କରିବା ଆରମ୍ଭ ହୋଇଯାଏ।
ଡିଭାଇସ୍ର ମାନୁଆଲ୍ରେ ଏକ QR କୋଡ୍ ରହିଥାଏ ଯାହାକୁ ଆପଣଙ୍କୁ ସ୍କାନ୍ କରିବା ପାଇଁ ପଡ଼ିଥାଏ।
ସ୍କାନ୍ କଲାପରେ LKGPS ଆପ୍ର ଲିଙ୍କ୍ ଖୋଲିଯିବ, ଏହାକୁ ଇନ୍ଷ୍ଟଲ୍ କରନ୍ତୁ।
ଆପ୍ରେ ଲଗ୍ଇନ୍ କଲା ପରେ ଆପଣ ଗାଡ଼ିର ଲୋକେସନ୍କୁ ଟ୍ରାକ୍ କରି ପାରିବେ।
ଗାଡ଼ିର ରିଡିଙ୍ଗ୍ ମଧ୍ୟ ଆପ୍ ମାଧ୍ୟମରେ ଦେଖି ପାରିବେ ଓ ଗାଡ଼ିରେ ଯଦି ଆଉ କିଛି ଘଟେ ତା’ହେଲେ ଆଲର୍ଟ୍ ଆସିଯିବ ଆପଣଙ୍କ ପାଖକୁ।
ବି.ଦ୍ର: ଡିଭାଇସ୍କୁ ବିଜୁଳି ଗାଡ଼ିର ବ୍ୟାଟେରିରୁ ହିଁ ଆସିଥାଏ। ଗାଡ଼ି ଅନ୍ କଲେ ଡିଭାଇସ୍ ମଧ୍ୟ ଆକ୍ଟିଭ୍ ହୁଏ। ଅଟୋ ଏକ୍ସ୍ପର୍ଟ୍ ମଧ୍ୟ ଏହି ଡିଭାଇସ୍କୁ ବ୍ୟବହାର କରିବା ପାଇଁ ସଜେଷ୍ଟ୍ କରନ୍ତି।