ନୂଆଦିଲ୍ଲୀ: ଆଜି ପର୍ଯ୍ୟନ୍ତ ଆପଣ ଆଡମିଶନ କିମ୍ବା ଚାକିରି ପାଇଁ ଫର୍ମ ପୂରଣ କରିଥିବେ। କିନ୍ତୁ ଜଣେ ଯୁବତୀ ଏବେ ପ୍ରେମିକ ଖୋଜିବା ପାଇଁ ଫର୍ମ ବାହାର କରିଛନ୍ତି। ଯଦି କେହି ତାଙ୍କ ପ୍ରେମିକ ହେବାକୁ ଚାହୁଁଛନ୍ତି ତେବେ ଫର୍ମ ପୂରଣ କରି ଆବେଦନ କରିପାରିବେ। ଆପଣଙ୍କୁ ଏହି ଖବର ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ। ହେଲେ ଖବରଟି ସତ। ଯୁବତୀଜଣକ ପ୍ରେମିକ ପାଇବା ପାଇଁ ଫର୍ମ ବାହାର କରିବା ପରେ ପ୍ରଥମ ଦିନରେ ୩୦୦୦ଲୋକ ଫର୍ମ ପୂରଣ କରି ତାଙ୍କ ପ୍ରେମିକ ହେବାକୁ ଆବେଦନ କରିଥିବା ଜଣାପଡ଼ିଛି।

Advertisment

बॉयफ्रेंड बनाने के लिए लड़की ने जारी किया आवेदन पत्र।

ଯୁବତୀଙ୍କ ନାମ ବେରା ଡିଜକମାନ୍ସ,(୨୩) ହୋଇଥିବା ବେଳେ ସେ ଟିକଟକରେ ଏକ ଭିଡିଓ ସେୟାର କରି ଏହା ବିଷୟରେ ଜଣାଇଛନ୍ତି। ଭିଡିଓରେ ସେ ନିଜ ଫର୍ମ ଦେଖାଉଛନ୍ତି, ଯେଉଁଥିରେ ତାଙ୍କ ପ୍ରେମିକ ହେବା ପୂର୍ବରୁ କେଉଁ ସବୁ ସୂଚନା ଦେବାକୁ ହେବ ତାହା ସେ ଫର୍ମରେ ଲେଖାଯାଇଛି। ଏହି ଫର୍ମରେ ସେ ଲୋକମାନଙ୍କୁ ସେମାନଙ୍କର କାମ ଏବଂ ଅତୀତରେ ଥିବା ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ପଚାରିଛନ୍ତି। ଯୁବତୀଜଣକ ଭିଡିଓରେ ଏହା ମଧ୍ୟ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ଅବିବାହିତ ଏବଂ ଭବିଷ୍ୟତରେ ହେବାକୁ ଥିବା ପ୍ରେମିକ ତାଙ୍କର ପ୍ରଥମ ପ୍ରେମିକ ହେବେ। ଆଜିର ସମୟରେ ଡେଟିଂ ବହୁତ କଷ୍ଟକର ହୋଇଥିବାରୁ ସେ ଏଭଳି ଫର୍ମ ବାହାର କରି ନିଜ ପାଇଁ ଉପଯୁକ୍ତ ପ୍ରେମିକ ଖୋଜୁଥିବା କହିଛନ୍ତି।