ନୂଆଦିଲ୍ଲୀ: ଏକକ ବ୍ୟବହାର ପ୍ଲାଷ୍ଟିକ୍( ସିଙ୍ଗ୍ଲ ଇଉଜ୍ ପ୍ଲାଷ୍ଟିକ୍) ଉପରେ ଜୁଲାଇ ପହିଲାରୁ ସରକାର ପ୍ରତିବନ୍ଧକ ଲଗାଇଥିବା ବେଳେ ଆମେ ବ୍ୟବହାର କରୁଥିବା ଅନେକ ଜିନିଷ ବନ୍ଦ ହୋଇଯାଇଛି। ସିଙ୍ଗଲ୍ ଇଉଜ୍ ପ୍ଲାଷ୍ଟିକ୍ ଭିତରେ ଏପରି ଅନେକ ଜିନିଷ ରହିଛି ଯାହାକୁ ଆମେ ରୀତିମତ ଭାବେ ବ୍ୟବହାର କରିଥାନ୍ତି। ଯାହାକି ଆମମାନଙ୍କ ଦୈନନ୍ଦିନ ଜୀବନଶୈଳୀ ଉପରେ ବି ଖୁବ୍ ପ୍ରଭାବ ପକାଇବ।
ସେହି ପ୍ଲାଷ୍ଟିକ୍ ସାମଗ୍ରୀ ମଧ୍ୟରେ କେକ୍ କଟା ଯାଉଥିବା ପ୍ଲାଷ୍ଟିକ୍ ଛୁରୀ ଅନ୍ୟତମ। ଜନ୍ମଦିନରୁ ନେଇ ବିବାହ ବିର୍ଷିକୀ କିମ୍ବା କୌଣସି ସଫଳତା ମନାଇବା ପାଇଁ ଆମେ କେକ୍ କଟିିଂ କରିିବା ବେଳେ ଆଗ ଖୋଜା ପଡ଼େ କେକ୍ ବକ୍ସ ଭିତରେ ମିଳୁଥିବା ପ୍ଲାଷ୍ଟିକ୍ ଛୁରୀ। ମାତ୍ର ବ୍ୟାନ୍ ହୋଇଥିବା ପ୍ଲାଷ୍ଟିକ୍ ମଧ୍ୟରେ ଏହି ଛୁରୀ ମଧ୍ୟ ସାମିଲ୍।
ସରକାର ସମୁଦାୟ ୧୯ଟି ପ୍ଲାଷ୍ଟିକ୍ ସମାଗ୍ରୀକୁ ବ୍ୟାନ୍ କରିଛନ୍ତି। ଏହି କାରଣରୁ କେକ୍ କାଟିବାକୁ ଏବେ କାଗଜ କିମ୍ବା କାଠ ଛୁରୀ ବ୍ୟବହୃତ ହେବ। ବ୍ୟାନ୍ ହୋଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଇୟର୍ବଡ୍, ପ୍ଲାଷ୍ଟିକ୍ ପତାକା, ଆଇସ୍କ୍ରିମ୍ କାଠି, ପ୍ଲେଟ୍, କପ୍, ଗ୍ଲାସ୍ ଓ ଚାମଚ୍ ଆଦି ରହିଛି।
ସରକାର ପ୍ରତିବନ୍ଧକ ଲଗାଇଥିବା ପ୍ଲାଷ୍ଟିକ୍ ବ୍ୟବହାର କଲେ ମୋଟା ଅଙ୍କର ଜରିମାନା ସହ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ରହିଛି। ଜୁଲାଇ ୧ ତାରିଖ ଠାରୁ ଏକକ ବ୍ୟବହାରଯୋଗ୍ୟ ପଲିଥିନ୍(୧୦୦ ମାଇକ୍ରନ୍ରୁ କମ୍) ଉତ୍ପାଦନ, ଆମଦାନି, ମହଜୁଦ, ବିକ୍ରି, ବଣ୍ଟନ ଓ ବ୍ୟବହାର ନିଷିଦ୍ଧ କରାଯାଇଛି।