ନୂଆଦିଲ୍ଲୀ: ଆପଣ ଲୋକପ୍ରିୟ ବଲିଉଡ ଚଳଚ୍ଚିତ୍ର ‘ଥ୍ରୀ ଇଡିଏଟ’ ଦେଖିଛନ୍ତି କି? ଏହି ଚଳଚ୍ଚିତ୍ରରେ ଜଣେ ପ୍ରଫେସରଙ୍କୁ ଦେଖିବାକୁ ମିଳିଥିଲା। ଯିଏକି ଦୁଇଟି ହାତରେ ଲେଖି ପାରୁଥିଲେ। ଏମିତି ଏକ ଘଟଣା ବାସ୍ତବରେ ଦେଖିବାକୁ ମିଳିଛି।
ଏମିତି ଏକ ସ୍କୁଲ ଅଛି ଯେଉଁଠାରେ ଜଣେ କି ଦୁଇଜଣ ନୁହେଁ, ୧୦୦ରୁ ଅଧିକ ପିଲା ଦୁଇଟି ହାତରେ ଖୁବ୍ ସହଜରେ ଏକା ସହିତ ଲେଖିପାରନ୍ତି। କେବଳ ଏତିକି ନୁହେଁ, ଦୁଇଟି ହାତରେ ଲେଖିବା ସହିତ ୫ଟି ଭାଷାର ଉପରେ ବି ସେମାନଙ୍କ ଜ୍ଞାନ ରହିଛି।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ ଅବସ୍ଥିତ ସିଙ୍ଗାରୋଲି ଜିଲ୍ଲାର ବୁଧେଲା ଗାଁରେ ଥିବା ଏକ ସ୍କୁଲର ୧୦୦ଜଣ ପିଲା ଦୁଇ ହାତରେ ଏକା ସହିତ ଲେଖିବାର କୌଶଳ ଜାଣିଛନ୍ତି। ଏହି ପିଲାମାନଙ୍କର କାହାଣୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଦୁଇଟି ହାତରେ ପିଲା ଲେଖୁଥିବାର ଦୃଶ୍ୟ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଚକିତ ହୋଇଯାଇଛନ୍ତି। ସେମାନଙ୍କ ଲେଖିବାର ଗତି ଦେଖି ଆପଣ ଭାବିବେ କି କମ୍ପ୍ୟୁଟର ଲେଖୁ ନାହିଁ ତ? ତେବେ ଗୋଟିଏ ଲେଖାକୁ ସାଧାରଣ ପିଲା ଅଧଘଣ୍ଟାରେ ଶେଷ କରୁଥିବା ବେଳେ ଏହି ସ୍କୁଲର ପିଲାମାନେ ଏହାକୁ କିଛି ମିନିଟ ମଧ୍ୟରେ ଶେଷ କରି ଦେଇଥାଆନ୍ତି।
देस की बात | #MadhyaPradesh के सिंगरौली के बच्चों का कमाल, दोनो हाथों से लिखते हैं pic.twitter.com/HXeI1xoDDZ
— NDTV India (@ndtvindia) November 14, 2022
ପିଲାଙ୍କ ପ୍ରତିଭା ଏତିକିରେ ସୀମିତ ନାହିଁ, ସେମାନେ ହିନ୍ଦୀ, ଇଂରାଜୀ, ଊର୍ଦୁ, ସ୍ପେନିଶ ଓ ସଂସ୍କୃତ ଆଦି ଭାଷା ବି ଜାଣିଛନ୍ତି।