ରାମାୟଣ ଅନୁଯାୟୀ ମାତା ସୀତା ହନୁମାନଙ୍କୁ ଅଜୟ ଓ ଅମର ହେବାକୁ ବର ପ୍ରଦାନ କରିଥିଲେ। ଯଥା‘‘ଅଜର ଅମର ଗୁଣନିଧି ସୁତ ହୋଉ। ବହୁତ କରଜ ରଘୁନାୟକ।’’ ତେଶୁ ସେ ସର୍ବଦା ସଶରୀରରେ ବିଦ୍ୟମାନ ରହି ଭକ୍ତମାନଙ୍କର ସହାୟତା କରନ୍ତି। ପୁନଶ୍ଚ ଉଲ୍ଲେଖ ଅଛି ଅଷ୍ଟସିଦ୍ଧି ନବ ନିଧି କେ ଦାତା। ଅସ ବର ଦୀହ୍ନ ଜାନବୀ ମାତା।’ ହନୁମାନ ପ୍ରସନ୍ନ ହୋଇ ସମସ୍ତଙ୍କୁ ସମସ୍ତ ପ୍ରକାର ସିଦ୍ଧି ଓ ସମ୍ପତ୍ତି ପ୍ରଦାନ କରିପାରିବେ ବୋଲି ମାତା ସୀତା ଠାକୁରାଣୀ ବର ଦେଇଛନ୍ତି। ଏଣୁ କଳିଯୁଗରେ,ହନୁମାନଜୀ ଭକ୍ତମାନଙ୍କର ମନୋକାମନା ତୁରନ୍ତ ପୁରଣ କରନ୍ତି। ଶାସ୍ତ୍ରମତେ ତଥା ଭକ୍ତମାନଙ୍କର ଅନୁଭବରେ ଏହା ସତ୍ୟ।
ବଜରଙ୍ଗବାଲୀ ପ୍ରଭୁ ଶ୍ରୀ ହନୁମାନଙ୍କୁ ପ୍ରସନ୍ନ କରିବାର ବିଭିନ୍ନ ଉପାୟ ବିଭିନ୍ନ ଶାସ୍ତ୍ରରେ ଉଲ୍ଲେଖ ଅଛି। ଭଗବାନ ହନୁମାନଙ୍କ କୃପାରେ ଭକ୍ତଙ୍କର ସକଳ ଦୁଃଖ ଦୂରହୀ,ଅଭୀଷ୍ଟ ଫଳ ପ୍ରାପ୍ତ ହୋଇଥାଏ। ବିଭିନ୍ନ ପ୍ରକାର ସଙ୍କଟ ମଧ୍ୟରେ ଅର୍ଥ-ସଙ୍କଟ ଅତ୍ୟନ୍ତ ଦୁଃଖ-ଦାୟକ। ହନୁମାନ ପ୍ରସନ୍ନ ହେଲେ ଦୁଖ,ରୋଗ,ଅର୍ଥସଙ୍କଟ,ଗ୍ରହଦଶା ଆଦି ସମସ୍ତ ପ୍ରକାର ବାଧା ଓ କ୍ଲେଶ ନିବାରିତ ହୁଏ।
/sambad/media/post_attachments/wp-content/uploads/2018/10/hanuman-98-300x300.jpg)
ସର୍ବମାନ୍ୟ ଦେବତାମାନଙ୍କ ମଧ୍ୟରେ ହନୁମାନଜୀ ସମସ୍ତଙ୍କ ଠାରୁ ଅଳ୍ପରେ ପ୍ରସନ୍ନ ହୁଅନ୍ତି ବୋଲି ଲୋକମାନଙ୍କର ବିଶ୍ୱାସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/sita-hanuman3.jpg)