ଓଡ଼ିଆରେ ଉଭୟ ଗଦ୍ୟ ଓ ପଦ୍ୟରେ ଯେଉଁସବୁ ସାବିତ୍ରୀ ବ୍ରତକଥା ମିଳେ, ସେଥି ମଧ୍ୟରୁ ହରିକୃଷ୍ଣ ରଥଙ୍କ ଭଣିତା ଥିବା, ପଦ୍ୟରେ ରଚିତ ବ୍ରତକଥା ଅଧିକ ଲୋକପ୍ରିୟ। ‘ଯୁଧିଷ୍ଠିର-ମାର୍କଣ୍ଡେୟ ସମ୍ବାଦ’ ଧାରାରେ ତାହା ବର୍ଣ୍ଣିତ। ରାଜା ଯୁଧିଷ୍ଠିରଙ୍କ ପ୍ରଶ୍ନରେ ମାର୍କଣ୍ଡେୟ ଋଷି ତାଙ୍କୁ ସେହି ବ୍ରତକଥା କହିଛନ୍ତି। ତାହା ଅନୁସାରେ, ଏକଦା ମାତା କୌଶଲ୍ୟା ଶ୍ରୀରାମ ଓ ସୀତାଙ୍କୁ ସେ କଥା କହିଥିଲେ।

Advertisment

ଶ୍ରୀରାମଙ୍କ ବନବାସ ପୂର୍ବର କଥା। ମାତା କୈକେୟୀ ରାଜା ଦଶରଥଙ୍କୁ ସତ୍ୟ କରାଇ, ରାମ ବନକୁ ଯାଆନ୍ତୁ ଏବଂ ଭରତ ରାଜା ହୁଅନ୍ତୁ ବୋଲି ବର ମାଗିନେଲେ। ତାହା ଶୁଣି, ପିତୃସତ୍ୟ ପାଳି, ବନଗମନ ପାଇଁ ବାହାରିଲେ ରାମ। ସାଙ୍ଗରେ ଥିଲେ  ଲକ୍ଷ୍ମୀପ୍ରତିମା ସୀତା ଏବଂ ଅନୁଜ ଲକ୍ଷ୍ମଣ। ବନଗମନ ପୂର୍ବରୁ ରାମ ଓ ସୀତା ଯାଇ ମାତା କୌଶଲ୍ୟାଙ୍କର ଆଶିଷ ଭିକ୍ଷା କଲେ। କୌଶଲ୍ୟା ତାଙ୍କୁ କହିଲେ- ହେ ମୋର ପ୍ରିୟ ପୁତ୍ର! ତୁମେ ବନଗମନ କରିବା ରାଜ୍ୟଧର୍ମ ନୁହେଁ। ଲକ୍ଷ୍ମଣ ସରଳ ବାଳକ। ପୁଣି ସୀତା ସ୍ବଭାବରେ ଅବଳା। ତୁମେ କିପରି ବନଗମନ କରିବ! ବର୍ଷର ଦୁଇ ଅୟନ ଓ ଛଅ ଋତୁ ତୁମେ କିପରି ବଞ୍ଚିବ? ଏଣୁ ତୁମର ପିତା କହିଲେ ମଧ୍ୟ ତୁମେ ବନବାସକୁ ଯାଅ ନାହିଁ।

ମାତା କୌଶଲ୍ୟାଙ୍କୁ ସୀତା ପଚାରିଲେ- ସାବିତ୍ରୀ ତାଙ୍କର ପତିଙ୍କ ପାଇଁ କି କର୍ମ କରିଥିଲେ ମୋ‌େତ କହନ୍ତୁ! ମୋର ମନରୁ ସଂଶୟ ଦୂରହେଉ।

ତାହା ଶୁଣି ରାମ ବାରମ୍ବାର ମାତାଙ୍କ ଚରଣରେ ପ୍ରଣାମ କଲେ। ସୀତା ଓ ଲକ୍ଷ୍ମଣ ମଧ୍ୟ ତାଙ୍କୁ ବାରମ୍ବାର ପ୍ରଣାମ କଲେ। ରାମ କହିଲେ, ପିତୃସତ୍ୟ ପାଳନ କରି ମୁଁ ନିଶ୍ଚୟ ବନକୁ ଯିବି। ଭାଇ ଲକ୍ଷ୍ମଣ ଓ ମହୀଆଳି (ଭୂମିସୁତା) ସୀତା ମଧ୍ୟ ମୋ ସହ ବନକୁ ଯିବେ। ରାମଙ୍କର ସେହି ଦୃଢ଼ ବଚନ ଶୁଣି ମାତା କୌଶଲ୍ୟା ସୀତାଙ୍କୁ କହିଲେ- ରାମ ମୋର ଦୁଇ ଆଖି ପରି। ମା’ ଲୋ! ସାବିତ୍ରୀ ତାଙ୍କ ସ୍ବାମୀଙ୍କୁ ପାଳିଲା ପରି ତୁ ତାକୁ ପାଳିବୁ! ତାହା ଶୁଣି ମାତା କୌଶଲ୍ୟାଙ୍କୁ ସୀତା ପଚାରିଲେ- ସାବିତ୍ରୀ ତାଙ୍କର ପତିଙ୍କ ପାଇଁ କି କର୍ମ କରିଥିଲେ ମୋ‌େତ କହନ୍ତୁ! ଯେଉଁ ସାବିତ୍ରୀଙ୍କର ନାମ ପାପନାଶନକାରୀ, ମୋତେ ସେହି ସାବିତ୍ରୀଙ୍କର ଚରିତ କଥା ଶୁଣାାନ୍ତୁ! ମୋର ମନରୁ ସଂଶୟ ଦୂରହେଉ। ସୀତାଙ୍କର ସେହି ଆଗ୍ରହ ଦେଖି ମାତା କୌଶଲ୍ୟା ତାଙ୍କୁ ସାବିତ୍ରୀ-ସତ୍ୟବାନ ଉପାଖ୍ୟାନ ଓ ସାବିତ୍ରୀବ୍ରତ କଥା କହିଥିଲେ। ପରିଶେଷରେ ବର୍ଣ୍ଣିତ ଅଛି- ଏହି ବ୍ରତକଥା ଶୁଣିଲେ ମନର ସମସ୍ତ ଅଭୀଷ୍ଟ ପୂରଣ ହୁଏ।