ହାଇଦ୍ରାବାଦ: ତେଲୁଗୁ ସୁପରଷ୍ଟାର୍ ମହେଶ ବାବୁ ଓ ଅଭିନେତ୍ରୀ ନମ୍ରତା ଶିରୋଡ଼କରଙ୍କ କିଶୋରୀ କନ୍ୟା ସିତାରା ଘଟ୍ଟମାନେନୀ ନିକଟରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସିତାରା ହେଉଛନ୍ତି ପ୍ରଥମ ଭାରତୀୟ ତାରକା ସନ୍ତାନ ଯାହାଙ୍କ ବିଜ୍ଞାପନ ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍‌ସ ସ୍କୋୟାର୍‌ରେ ସ୍ଥାନ ପାଇଛି। ସିତାରା ଏକ ଅଳଙ୍କାର କମ୍ପାନିର ବ୍ରାଣ୍ଡ୍‌ ଆମ୍ବାସଡର୍ ଅଛନ୍ତି। ଉକ୍ତ ବର୍ଣ୍ଣାଢ଼୍ୟ ବିଜ୍ଞାପନର ପ୍ରସ୍ତୁତି ପାଇଁ ତିନି ଦିନ ବ୍ୟାପୀ ସୁଟିଂ ହୋଇଥିଲା। ଏଥିରେ ସିତାରାଙ୍କୁ ବିଭିନ୍ନ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଛି। ୧୧ ବର୍ଷୀୟା ସିତାରା ଏ ଭିତରେ ଜଣେ ମଡେଲ୍ ରୂପେ ପ୍ରତିଷ୍ଠିତ ହୋଇସାରିଛନ୍ତି।

Advertisment

ସେ ନୃତ୍ୟରେ ବେଶ୍ ପାରଙ୍ଗମ। ଅତୀତରେ ସେ ଅନେକ ଗୀତ ଓ ବିଜ୍ଞାପନରେ ଅଭିନୟ କରିଛନ୍ତି। କିଛି ବର୍ଷ ହେଲା ସେ ‘ଆଦ୍ୟା ଆଣ୍ଡ୍‌ ସିତାରା’ ନାମକ ଲୋକପ୍ରିୟ ୟୁଟ୍ୟୁବ୍‌ ଚାନେଲ୍‌ ମଧ୍ୟ ଚଳାଇ ଆସୁଛନ୍ତି।