ବାରବୁଲା କୁକୁରକୁ ଖୁସି କରାଇବା ପାଇଁ କାନ୍ଧରେ ବସାଇ ନଚାଉଛନ୍ତି ବ୍ୟକ୍ତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ମଜାଦାର ଭିଡିଓ ପୋଷ୍ଟ ହୋଇଥାଏ। ଏହି ଭିଡିଓଗୁଡିକ ମଧ୍ୟରୁ କିଛି ଭିଡିଓ ଅତ୍ୟନ୍ତ ମଜାଳିଆ ହୋଇଥାଏ। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥାଏ।

ଏହିପରି ଏକ ଭିଡିଓ ବର୍ତ୍ତମାନ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି । ଏହି ଭିଡିଓଟି ଏକ କୁକୁର ଏବଂ ଜଣେ ବ୍ୟକ୍ତିଙ୍କର ରହିଥିବା ଦେଖିବାକୁ ମିଳୁଛି। ଏହି ମଜାଳିଆ ଭିଡିଓ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଥର ଦେଖାଯାଇଛି ଏବଂ ବହୁ ସଂଖ୍ୟକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ପସନ୍ଦ ବି କରୁଛନ୍ତି।

 

 

View this post on Instagram

 

A post shared by GiDDa CoMpAnY (@giedde)

ଭାଇରାଲ ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି କାନ୍ଧରେ କୁକୁରକୁ ବସାଇ ନାଚୁଥିବା ଦେଖିବାକୁ ମିଳୁଛି। କୁକୁର ବି ମଣିଷ କାନ୍ଧରେ ବସି ମଜା ନେଉଥିବା ଦେଖିବାକୁ ମିଳୁଛି। କୁକୁରକୁ କାନ୍ଧରେ ବସାଇ ନାଚୁଥିବା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ହସୁଥିବା ଭିଡିଓରେ ଶୁଣିବାକୁ ମିଳୁଛି। ଭିଡିଓଟି ବହୁ ଦିନ ତଳର ବୋଲି କୁହାଯାଉଥିଲେ ବି ଏହା ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛି।

 

ସମ୍ବନ୍ଧିତ ଖବର