ଘରେ ଶିବ ଲିଙ୍ଗ ରଖିଛନ୍ତି କି? ମାନନ୍ତୁ ଏହି ସବୁ ନିୟମ, ଏସବୁ ପୂଜା ସାମଗ୍ରୀ ଗ୍ରହଣ କରନ୍ତିନାହିଁ ମହାଦେବ

ଘରେ ଶିବ ଲିଙ୍ଗ ରଖିଛନ୍ତି କି? ତେବେ, ଖୁବ୍‌ ଭଲ କଥା। ମାତ୍ର ଶିବ ଲିଙ୍ଗ ରଖିଛନ୍ତି ମାନେ କିଛିଟା ନିୟମ ବି ମାନିବା ଉଚିତ।

ଶିବ ଲିଙ୍ଗକୁ ଏପରି କୌଣସି ସ୍ଥାନରେ ରଖନ୍ତୁ ନାହିଁ ଯେଉଁଠାରେ ଆପଣ କେବେ ବି ପୂଜା କରିବେ ନାହିଁ। ଲିଙ୍ଗ ରଖିବେ ମାନେ ପୂଜା କରିବା ବାଧ୍ୟତାମୂଳକ।

ଶିବ ଲିଙ୍ଗକୁ ନିଶ୍ଚିତ ଭାବେ ଏକ ପରିଷ୍କାର ପରିଚ୍ଛନ ସ୍ଥାନରେ ରଖନ୍ତୁ। ଏପରି ସ୍ଥାନରେ ରଖନ୍ତୁ ଯେଉଁ ସ୍ଥାନରେ ପ୍ରତିଦିନ ପ୍ରାର୍ଥନା କରିପାରିବେ।

ହଳଦୀ ମୁଖ୍ୟତଃ ଦେବୀମାନଙ୍କ ଦେହରେ ଲଗାଯାଏ। ତେଣୁ, ଭୁଲ୍‌ରେ ବି ଶିବଙ୍କ ଲିଙ୍ଗରେ ହଳଦୀ ଲଗାଇବେ ନାହିଁ।

ଶିବଙ୍କୁ କେବଳ ହଳଦୀ ନୁହେଁ, ସୁନ୍ଦୂର ବି ଦେବା ମନା। ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଆୟୁ କାମନା କରି ଦେବୀମାନଙ୍କୁ ହଳଦୀ ଦେବା ଉଚିତ।

ଯଦି ଶିବ ଲିଙ୍ଗକୁ ରଖିଥିବା ସ୍ଥାନରୁ ଆଉ କେଉଁଠିକୁ ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ପ୍ରଥମେ ସେ ସ୍ଥାନକୁ କ୍ଷୀର ଓ ଗଙ୍ଗାଜଳରେ ଧୋଇ ଦିଅନ୍ତୁ।

ଯଦି ଆପଣ ଶିବ ଲିଙ୍ଗରେ କ୍ଷୀର ଢାଳୁଛନ୍ତି ତେବେ ସିଧା ସଳଖ ଜରି ମିଶା ଢାଳନ୍ତୁ ନାହିଁ। ବଜାର କ୍ଷୀର ହୋଇଥିଲେ ବିତଳ ଠାକୁର ବାସନକୁ କାଢ଼ି ଲିଙ୍ଗରେ ଢାଳନ୍ତୁ।

ଭୁଲ୍‌ରେ ବି ଶିବଙ୍କୁ ତୁଳସୀ ପତ୍ର ଦେବେ ନାହିଁ।

ସମ୍ବନ୍ଧିତ ଖବର