ହର ହର ଦେବ ମହାଦେବଙ୍କ ଲିଙ୍ଗକୁ ନେଇ ଭିନ୍ନ ଭିନ୍ନ ପୁରାଣରେ ଭିନ୍ନ କଥା ବର୍ଣ୍ଣିତ। ଏ ନେଇ ଗୁଡ଼ାଏ ମତ ରହିଛି। କାହାଣୀ ଯାହା ବି ହେଉ, ମାତ୍ର ମହାଦେବଙ୍କ ଲିଙ୍ଗ ପୂଜା କଲେ ଯେ ନାନା ରିଷ୍ଟ ଖଣ୍ଡନ ହୁଏ ଏଥିରେ ସନ୍ଦେହ ନାହିିଁ। ତେବେ ଚାଲନ୍ତୁ ଜାଣିବା ଶିବଙ୍କ ଲିଙ୍ଗ ସଂପର୍କିତ କିଛି କଥା।

Advertisment

ବିଶ୍ୱାସ କରାଯାଏ ଯେ ଶିବଙ୍କ ଲିଙ୍ଗ ଅଣ୍ଡା ପରି ଦେଖିବାକୁ। ଗୋଟାଏ ଅଣ୍ଡାରୁ ଯେପରି ଏକ ଜୀବନ ସୃଷ୍ଟି ହୋଇଥାଏ ସେହିପରି ଶିବଙ୍କ ଭିତରୁ ସାରା ସଂସାର ସୃଷ୍ଟି ହୋଇଥାଏ।

publive-image

ଆହୁରି ବି ବିଶ୍ୱସେ ରହିଛି ଯେ ଶିବଙ୍କ ଲିଙ୍ଗରେ ଲୁଚି ରହିଛି ପୁରୁଷ ଏବଂ ନାରୀର ମିଳନର କଥା। ଯେଉଁ ପବିତ୍ର ବନ୍ଧନ ହେତୁ ଏ ସୃଷ୍ଟି ତିଷ୍ଠି ରହିଛି।

ଲିୟା ଏବଂ ଗମ୍ୟ ଶବ୍ଦରୁ ‘ଲିଙ୍ଗ’ର ସୃଷ୍ଟି। ଲିୟା ଅର୍ଥ ଉତ୍ସ ଏବଂ ଗମ୍ୟ ଅର୍ଥ ଲକ୍ଷ୍ୟ। ଅର୍ଥାତ ଶିବଙ୍କ ପାଖରୁ ହିଁ ସୃଷ୍ଟି ଏବଂ ଶିବ ହିଁ ଜୀବନର ଚରମ ଲକ୍ଷ୍ୟ।

ଅନ୍ୟ ଏକ ପୁରାଣରେ ବର୍ଣ୍ଣିତ ଶିବ ଲିଙ୍ଗରେ ତିନି ଭଗବାନ ବିଦ୍ୟମାନ। ସବୁଠାରୁ ତଳକୁ ବ୍ରହ୍ମା, ମଧ୍ୟମ ଭାଗକୁ ବିଷ୍ଣୁ ଏବଂ ଶେଷ ଭାଗକୁ ଶିବ ବୋଲି ବିଶ୍ୱାସ କରାଯାଏ।