ଧୂମପାନ ନ କଲେ, ଛଅଟି ଅତିରିକ୍ତ ଛୁଟି ମିଳିବ !

ପ୍ରତ୍ୟେକ ଅଫିସରେ ବା କାରଖାନାରେ କେତେକ ଏଭଳି ବ୍ୟକ୍ତି ଅଛନ୍ତି ,ଯେଉଁମାନେ ଧୂମପାନ କରିଥାନ୍ତି। ଅଫିସରେ ଧୂମପାନ କରିଲେ ଏହାକୁ ନେଇ ସହକର୍ମୀମାନେ ଅସନ୍ତୁଷ୍ଟ ହୋଇଥାନ୍ତି। ତଥାପି ସେମାନେ ଏଥିରୁ ନିବୃତ୍ତ ହୋଇ ନଥାନ୍ତି।

କିନ୍ତୁ ଆପଣ କ’ଣ ଜାଣନ୍ତି ଯେ, ଜାପାନର ଏକ କଂପାନି ଧୂମପାନରୁ ବିରତ ରହିବା ଲାଗି କର୍ମଚାରୀମାନଙ୍କୁ ପ୍ରୋତ୍ସାହିତ କରୁଛି। ଏଥିପାଇଁ ଜାପାନର ମାର୍କେଟିଂ କଂପାନି ପିଆଲାଇଙ୍କ ନିଜର କର୍ମଚାରୀମାନଙ୍କ ପାଇଁ ଏକ ନୂଆ ଯୋଜନାର ପ୍ରଚଳନ କରିଛି। ତାହା ଅନୁଯାୟୀ ଯେଉଁ କର୍ମଚାରୀ ଆଦୌ ଧୂମପାନ କରିବେ ନାହିଁ,ତାଙ୍କୁ ବର୍ଷରେ ଛଅଟି ଅତିରିକ୍ତ ଛୁଟି ମିଳିବ।

ଧୂମପାନ କରୁନଥିବା ଜଣେ କର୍ମଚାରୀଙ୍କ ଅଭିଯୋଗ କ୍ରମେ କଂପାନି ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ସେହି କର୍ମଚାରୀ ଅଭିଯୋଗ କରିଥିଲେ କି ଯେଉଁମାନେ ଧୂମପାନ କରୁଛନ୍ତି ସେମାନେ କାମ ମଝିରେ ମଝିରେ ଅଧିକ ବ୍ରେକ୍‌ ନେଉଛନ୍ତି । ତା’ଛଡା ସେମାନେ ଅଧିକ ଛୁଟି ବି ନେଉଛନ୍ତି। ଏହାପରେ କଂପାନି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର