ହ୍ଵାର୍ଟସ୍‌ଆପ୍‌ରେ ଆସୁଛି ୬ଟି ଆକର୍ଷଣୀୟ ଫିଚର୍‌! ଗ୍ରୁପ୍‌ରେ ଥାଇ ବି କରିପାରିବେ ପ୍ରାଇଭେଟ୍‌ ଚାଟ୍‌

ଯଦି ଆପଣ ହ୍ଵାର୍ଟସ୍‌ଅପ୍‌ ବ୍ୟବହାରକାରୀ ଅଟନ୍ତି ତ, ତେବେ ଖବରଟି ଆପଣଙ୍କ ପାଇଁ ଉପଯୋଗୀ। ହ୍ଵାର୍ଟସ୍‌ଆପ୍‌ରେ ଏପରି ୬ଟି ଆକର୍ଷଣୀୟ ଫିଚର୍‌ ଯୋଡ଼ିହେବାକୁ ଯାଉଛି, ଯେଉଁଥିରେ କି ଆପଣ ଗ୍ରୁପ୍‌ରେ ଥାଇ ବି ପ୍ରାଇଭେଟ୍‌ ଚାଟିଙ୍ଗ୍‌, ଆଡ଼୍‍ମିନ୍‌ ସେଟିଙ୍ଗ୍‌ ଭଳି ଫିଚର୍‌ର ସୁବିଧା ପାଇପାରିବେ।

୧-ପ୍ରାଇଭେଟ୍‌ ଚାଟ୍‌: ନୂଆ ଅପ୍‌ଡ଼େଟ୍‌ରେ  ମୁଖ୍ୟ ଫିଚର୍‌  ହେଲା  ଗ୍ରୁପ୍‌ରେ ପ୍ରାଇଭେଟ୍‌  ଚାଟିଂ ସୁବିଧା ମିଳିବ। ଅର୍ଥାତ୍‌ ଆପଣ ଏହି ଫିଚର୍‌ ସାହାଯ୍ୟରେ ଗ୍ରୁପ୍‌ରେ ଥାଇ ବି  ଯେକୌଣସି ସଦସ୍ୟଙ୍କ ସହ ପ୍ରାଇଭେଟ୍‌ ଚାଟ୍‌ କରିପାରିବେ ଏବଂ ଗ୍ରୁପ୍‌ରେ କେହି ଜାଣିପାରିବେ ନାହିଁ।

୨-ଗ୍ରୁପ୍‌ ଇନ୍‌ଭାଇଟ୍‌ ଲିଂଙ୍କ୍‌ : ନୂଆ ଅପ୍‌ଡେଟ୍‌ରେ ଗ୍ରୁପ୍‌ ଇନ୍‌ଭାଇଟ୍‌ ଲାଗି ସର୍ଟକଟ୍‌ ବଟନ୍‌ ମିଳିବ,ଯାହାକି ପୂର୍ବରୁ ହିଁ ଆପ୍‌ର iOS ଭର୍ସନରେ ଉପଲବ୍ଧ ଅଟେ। ତେବେ ଆପଣଙ୍କ ସୂଚନା ଲାଗି ଜଣାଉଛୁକି ,ଗ୍ରୁପ୍‌ ଇନ୍‌ଭାଇଟ୍‌ ଲିଂଙ୍କ୍‌ ଜରିଆରେ କୌଣସି ବି ଗ୍ରୁପ୍‌ ଆଡ଼୍‍ମିନ୍‌ଙ୍କ ପରାମର୍ଶ ବିନା ଯୋଡ଼ି ହୋଇପାରିବେ।

୩-ଶେକ୍‌ ଟୁ ରିପୋର୍ଟ:ଏହି ଫିଚର୍‌ ସାହାଯ୍ୟରେ ଆପଣ ଫୋନ୍‌ ମାଧ୍ୟମରେ ଯେକୌଣସି ଚାଟ୍‌ ବା ଗ୍ରୁପ୍‌ ବିରୋଧରେ କଂପ୍ଲେନ୍‌ କରିପାରିବେ।ଏହାବ୍ୟତୀତ ଏହି ଫିଚର୍‌ ସାହାଯ୍ୟରେ ଆପଣ ଆପ୍‌ସରେ ଆସୁଥିବା ଯେ କୌଣସି ସମସ୍ୟା ବିଷୟରେ କଂପାନିକୁ ବି କଂପ୍ଲେନ୍‌ ଦେଇପାରନ୍ତି।

୪-ଆଡ଼୍‍ମିନ୍‌ ସେଟିଙ୍ଗ୍‌: ଏହି ଫିଚର୍‌ ସାହାଯ୍ୟରେ ଆଡ୍‍ମିନ୍‌ ଏହା କରିବାରେ ସକ୍ଷମ ଅଟନ୍ତି ଯେ, କେଉଁ ସଦସ୍ୟ ଗ୍ରୁପ୍‌ରେ ମେସେଜ୍‌ ପଠାଇପାରିବେ ଏବଂ କେଉଁ ସଦସ୍ୟ ଗ୍ରୁପ୍‌ର ନାମ ଏବଂ ଡ଼ିସ୍‌ପ୍ଲେ ପିକ୍‌ଚର୍‌କୁ ପରିବର୍ତ୍ତନ କରିପାରିବେ?ଅର୍ଥାତ୍‌ ଆଡ଼୍‍ମିନ୍‌ଙ୍କ ପରାମର୍ଶ ବିନା ଆପଣ ଗ୍ରୁପ୍‌ର ନାମ ଏବଂ ଡ଼ିପିକୁ ବଦଳାଇ ପାରିବେ ନାହିଁ।

୫-ପିକ୍‌ଚର୍‌-ଇନ୍‌-ପିକ୍‌ଚର୍‌: ତେବେ ଏହି ଫିଚର୍‌ ସାହାଯ୍ୟରେ ଆପଣ ଭିଡ଼ିଓ ଚାଟିଙ୍ଗ୍‌ ସହ ଅନ୍ୟ କୌଣସି ଫ୍ରେଣ୍ଡ୍‌ସଙ୍କ ସହିତ ମେସେଜ୍‌ ଜରିଆରେ ମଧ୍ୟ ଚାଟିଙ୍ଗ୍‌ କରିପାରନ୍ତି।

୬-ଗ୍ରୁପ୍‌ କଲିଙ୍ଗ୍‌:ଏହି ଫିଚର୍‌ ଆସିବା ଫଳରେ ହ୍ଵାର୍ଟସ୍‌ଅପ୍‌ରେ ଆପଣ ଗ୍ରୁପ୍‌ କଲିଙ୍ଗ୍‌ ମଧ୍ୟ କରିପାରିବେ। ତେବେ ଏହା ସାହାଯ୍ୟରେ ଆପଣ ଗ୍ରୁପ୍‌ କଲିଙ୍ଗ୍‌ କରିବା ମାତ୍ରେମସ୍ତ ବନ୍ଧୁଙ୍କ ନିକଟକୁ ଏହାର ଏକ ନୋଟିଫିକେସନ୍‌ ପଳାଇବ। ଏହାପରେ ଯେଉଁ ମେମ୍ବର ଚାହିଁବେ ଏହି ଗ୍ରୁପ୍‌ କଲିଙ୍ଗ୍‌ରେ ନିଜକୁ ସାମିଲ୍‌ କରିପାରିବେ।

ସମ୍ବନ୍ଧିତ ଖବର