ଶାହଜହାପୁର: ଉତ୍ତରପ୍ରଦେଶ ଶାହଜହାପୁରସ୍ଥିତ ନଦୀକୁ କେତେଜଣ ମାଛଧରାଳି ମାଛ ଧରିବାକୁ ଯାଇଥିଲେ। ସେମାନଙ୍କ ମାଛ ଧରା ଜାଲରେ ଫସି ଏମିତି ଏକ ଜୀବ ସାମ୍ନାକୁ ଆସିଛି ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଛି। ମାଛଧରାଳି ଜାଲରେ ଏକ ଦୁର୍ଲଭ ପ୍ରଜାତିର କଇଁଚ ଫସି ଯାଇଥିଲା। ସେ ଏହି କଇଁଚକୁ ବିକ୍ରି କରିବା ପାଇଁ ଚାହିଁଥିଲେ। ଏହି ସମୟରେ ରାମଦୀନ ନାମକ ଜଣେ ବ୍ୟକ୍ତି ମାଛଧରାଳିଙ୍କୁ ୧୦୦୦ଟଙ୍କା ଦେଇ ସେହି କଇଁଚକୁ କିଣି ନେଇଥିଲେ। ଏବଂ ନିକଟରେ ଥିବା ଏକ ଶିବ ମନ୍ଦିରରେ ରଖି ଦେଇଥିଲେ। ଏହି କଇଁଚର ଉପର ଅଂଶ ଅବିକଳ ଶିବଲିଙ୍ଗ ଭଳି ଦେଖା ଯାଉଥିଲା। ମନ୍ଦିରରେ ଥିବାରୁ ଲୋକମାନେ ଏହାକୁ ଜୀବନ୍ତ ଶିବଲିଙ୍ଗ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଖାସ୍ କଥାଟି ହେଉଛି, ଖନ୍ରୋତ ନଦୀରେ କେତେଜଣ ମାଛଧରାଳି ମାଛ ଧରିବାକୁ ଯାଇଥିଲେ। ସେହି ସମୟରେ ତାଙ୍କୁ ଜାଲରେ କୌଣସି ଏକ ଜୀବ ଫସି ଥିବାର ଅନୁଭବ ହୋଇଥିଲା। ସେମାନେ ଭାବିଥିଲେ ଏକ ବଡ଼ ମାଛ ଜାଲରେ ଫସିଛି। କିନ୍ତୁ ଜାଲ ବାହାରକୁ ଆଣିବା ପରେ ସେଥିରେ ଏହି ଅଦ୍ଭୁତ ପ୍ରଜାତିର କଇଁଚ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏହି କଇଁଚର ଉପର ଅଂଶ ଅବିକଳ ଶିବଲିଙ୍ଗ ଭଳି ଦେଖା ଯାଉଥିଲା। ସେଠାକାର ଲୋକମାନେ ଏହି କଇଁଚକୁ ଜୀବନ୍ତ ଶିବଲିଙ୍ଗ ବୋଲି କହୁଛନ୍ତି।