ନୂଆଦିଲ୍ଲୀ: ମଣିଷ ହେଉ ଅବା ପଶୁ, ଶରୀରରେ ସାମାନ୍ୟ ଆଘାତଟିଏ ଲାଗିଲେ ବି ବହୁତ କଷ୍ଟ ହୋଇଥାଏ। ତେବେ ନିକଟରେ ଜଣେ ୧୧ବର୍ଷ ପିଲାର ହୃତପିଣ୍ଡରେ ମୁନିଆ ଲୁହା ଛଡ଼ ପଶି ଯିବା ଘଟଣା ଶୁଣିଲେ ଲୋମମୂଳ ଟାଙ୍କୁରି ଉଠୁଛି। ସାମାନ୍ୟ ଛୁଞ୍ଚିଟିଏ ଯଦି ହାତରେ ଫୁଟି ଯାଏ, ତେବେ କେତେ କଷ୍ଟ ହୋଇଥାଏ। ଏଭଳି କ୍ଷେତ୍ରରେ ପିଲାଟିର ହୃତପିଣ୍ଡରେ ଲୁହା ଛଡ଼ ପଶିବା କେତେ ଯେ କଷ୍ଟ ତାହା କେବଳ ଆମେ ଅନୁଭବ କରି ପାରିବା। ପିଲାଟିର ଏଭଳି ଅବସ୍ଥାରେ ଜୀବିତ ରହିବା ଦେଖି ଡାକ୍ତର କହିଲେ ଏହା କୌଣସି ଚମତ୍କାରଠାରୁ କମ୍ ନୁହେଁ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା।
/sambad/media/post_attachments/wp-content/uploads/2018/01/1516861418_725x725-300x157.jpg)
ବ୍ରାଜିଲର ନର୍ଥଇଷ୍ଟରେ ରହୁଥିବା ୧୧ବର୍ଷର ବାଳକ ମାରିଭାଲଦୋ ଜୋସେ ଦା ସଲ୍ଭା ଘର ବାହାରେ ସାଙ୍ଗସାଥୀଙ୍କ ସହିତ ଖେଳୁଥିଲା। ଏହି ସମୟରେ ବେରୋଲ ପାଖରେ ଥିବା ଏକ ଲୁହା ଛଡ଼ ତାର ବାମ ପିଠି ପଟୁ ପଶି ହୃତପିଣ୍ଡ ଦେଇ ବାହାରକୁ ବାହାରି ଯାଇଥିଲା। ଯାହାକୁ ସ୍ଥାନୀୟଲୋକେ ଦେଖି ଭୟଭୀତ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ସଲ୍ଭାକୁ ସେହି ଅବସ୍ଥାରେ ଡାକ୍ତରଖାନାରେ ନେଇ ଭର୍ତ୍ତି କରାଯାଇଥିଲା । ଡାକ୍ତର ବି ସଲ୍ଭାର ଏଭଳି ଅବସ୍ଥା ଦେଖି ଭୟଭୀତ ହୋଇ ଯାଇଥିଲେ। ସମୟ ବିଳମ୍ବ ନକରି ସଙ୍ଗେସଙ୍ଗେ ଡାକ୍ତର ଅସ୍ତ୍ରୋପଚାର ଆରମ୍ଭ କରି ସଲ୍ଭାର ହୃତପିଣ୍ଡ ଭିତରୁ ଲୁହା ଛଡ଼କୁ ବାହାର କରିବାରେ ସଫଳ ହୋଇଥିଲେ।
/sambad/media/post_attachments/wp-content/uploads/2018/01/4887B6F500000578-5306173-image-a-10_1516784512962-300x225.jpg)
ସଲ୍ଭାର ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ କହିବାନୁସାରେ, ଏଭଳି ଅବସ୍ଥାରେ ସଲ୍ଭା ବଞ୍ଚିବା ଅସମ୍ଭବ ଥିଲା। ସେ ଏଭଳି ଅବସ୍ଥାରେ କିପରି ଡାକ୍ତରଖାନା ପର୍ଯ୍ୟନ୍ତ ପହଞ୍ଚି ପାରିଛି ତାହା ଜାଣି ଆମେ ଆଶ୍ଚର୍ଯ୍ୟ ହୋଇଯାଉଛି। ତେବେ ଏହି ଘଟଣା କୌଣସି ଚମତ୍କାର ଠାରୁ କମ୍ ନୁହେଁ। ସଲ୍ଭା ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଏବେ ସେ ବିନା ମେସିନ୍ରେ ବି ନିଶ୍ୱାସ ନେଇ ପାରୁଛି, ତାକୁ ଆଇସିୟୁରୁ ଡିସ୍ଚାର୍ଜ କରି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/4887B6EC00000578-5306173-image-a-9_1516784342350.jpg)