ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ମାନସିକ ଦୁଶ୍ଚିନ୍ତା, ଅତ୍ୟଧିକ ରୌଦ୍ରତାପ, ଶୀଘ୍ର ବାର୍ଦ୍ଧକ୍ୟ, ଋତୁସ୍ରାବ ଜନିତ ସମସ୍ୟା ଓ ହର୍ମୋନ ଅସନ୍ତୁଳନ ଆଦି କାରଣରୁ ତ୍ୱଚା ଓ ଆଖି ତଳେ ଦାଗ ସୃଷ୍ଟି ହେବା ଏକ ବଡ଼ ସମସ୍ୟା ରୂପେ ଉଭା ହେଇଛି। ଏହି ସମସ୍ୟାର ଉପଚାର ପାଇଁ କିଛି ଘରୋଇ ଟିପ୍ସ...
ଦିନକୁ ଅତି କମ୍ରେ ୩ରୁ ୪ ଲିଟର ବିଶୁଦ୍ଧ ଜଳ ପାନ କରନ୍ତୁ।
ଅତ୍ୟଧିକ ରୌଦ୍ରତାପ ସମୟରେ ବାହାରକୁ ବାହାରନ୍ତୁ ନାହିଁ।
ହର୍ମୋନରେ ଅସନ୍ତୁଳନ ଓ ଋତୁସ୍ରାବ ଜନିତ ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଅତ୍ୟଧିକ ଲାପଟପ୍, ମୋବାଇଲ୍, ଟେଲିଭିଜନ ଆଦିର ବ୍ୟବହାରରୁ ନିଜକୁ ଦୂରେଇ ରଖନ୍ତୁ। ଏସବୁ ଆଖି ତଳେ କଳା ଦାଗ ସୃଷ୍ଟି କରିବାର ମୁଖ୍ୟ କାରଣ।
ନିଜକୁ ଯଥା ସମ୍ଭବ ପରିଷ୍କାର, ପରିଚ୍ଛନ୍ନ ରଖନ୍ତୁ ଏବଂ ଇନ୍ଫେକ୍ସନ୍, ଇନ୍ଫ୍ରାମେସନ୍ରୁ ନିଜକୁ ଦୂରେଇ ରଖନ୍ତୁ।
ହର୍ବାଲ୍ ବା ବ୍ରାଣ୍ଡ୍ଯୁକ୍ତ ପ୍ରସାଧନ ସାମଗ୍ରୀର ବ୍ୟବହାର କରନ୍ତୁ।
ପ୍ରସାଧନ ସାମଗ୍ରୀ କିଣିଲା ବେଳେ ଏକ୍ସପାଏରି ତାରିଖ ଦେଖି କିଣନ୍ତୁ।
ଯଦି ଆପଣଙ୍କ ତ୍ବଚାରେ କିଛି କଳା ଦାଗ ଆରମ୍ଭ ହେବାର ଦେଖୁଛନ୍ତି, ତୁରନ୍ତ ଚର୍ମରୋଗ ବିଶେଷଜ୍ଞଙ୍କ ସଙ୍ଗେ ପରାମର୍ଶ କରନ୍ତୁ। ନଚେତ୍ ଚର୍ମ କ୍ୟାନ୍ସର ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।
ଡକ୍ଟର ପ୍ରୀତିପଦ୍ମା ପଣ୍ଡା, ସହଯୋଗୀ ପ୍ରଫେସର ଓ
ସୌନ୍ଦର୍ଯ୍ୟ ବିଶେଷଜ୍ଞ, ଭୁବନେଶ୍ୱର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/ggdjjjgjggj.jpg)