ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ମାନସିକ ଦୁଶ୍ଚିନ୍ତା, ଅତ୍ୟଧିକ ରୌଦ୍ରତାପ, ଶୀଘ୍ର ବାର୍ଦ୍ଧକ୍ୟ, ଋତୁସ୍ରାବ ଜନିତ ସମସ୍ୟା ଓ ହର୍ମୋନ ଅସନ୍ତୁଳନ ଆଦି କାରଣରୁ ତ୍ୱଚା ଓ ଆଖି ତଳେ ଦାଗ ସୃଷ୍ଟି ହେବା ଏକ ବଡ଼ ସମସ୍ୟା ରୂପେ ଉଭା ହେଇଛି। ଏହି ସମସ୍ୟାର ଉପଚାର ପାଇଁ କିଛି ଘରୋଇ ଟିପ୍ସ...

Advertisment

 ଦିନକୁ ଅତି କମ୍‌ରେ ୩ରୁ ୪ ଲିଟର ବିଶୁଦ୍ଧ ଜଳ ପାନ କରନ୍ତୁ।
 ଅତ୍ୟଧିକ ରୌଦ୍ରତାପ ସମୟରେ ବାହାରକୁ ବାହାରନ୍ତୁ ନାହିଁ।
 ହର୍ମୋନରେ ଅସନ୍ତୁଳନ ଓ ଋତୁସ୍ରାବ ଜନିତ ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
 ଅତ୍ୟଧିକ ଲାପଟପ୍, ମୋବାଇଲ୍‌, ଟେଲିଭିଜନ ଆଦିର ବ୍ୟବହାରରୁ ନିଜକୁ ଦୂରେଇ ରଖନ୍ତୁ। ଏସବୁ ଆଖି ତଳେ କଳା ଦାଗ ସୃଷ୍ଟି କରିବାର ମୁଖ୍ୟ କାରଣ।
 ନିଜକୁ ଯଥା ସମ୍ଭବ ପରିଷ୍କାର, ପରିଚ୍ଛନ୍ନ ରଖନ୍ତୁ ଏବଂ ଇନ୍‌ଫେକ୍ସନ୍‌, ଇନ୍‌ଫ୍ରାମେସନ୍‌ରୁ ନିଜକୁ ଦୂରେଇ ରଖନ୍ତୁ।
 ହର୍ବାଲ୍‌ ବା ବ୍ରାଣ୍ଡ୍‌ଯୁକ୍ତ ପ୍ରସାଧନ ସାମଗ୍ରୀର ବ୍ୟବହାର କରନ୍ତୁ।
 ପ୍ରସାଧନ ସାମଗ୍ରୀ କିଣିଲା ବେଳେ ଏକ୍ସପାଏରି ତାରିଖ ଦେଖି କିଣନ୍ତୁ।
 ଯଦି ଆପଣଙ୍କ ତ୍ବଚାରେ କିଛି କଳା ଦାଗ ଆରମ୍ଭ ହେବାର ଦେଖୁଛନ୍ତି, ତୁରନ୍ତ ଚର୍ମରୋଗ ବିଶେଷଜ୍ଞଙ୍କ ସଙ୍ଗେ ପରାମର୍ଶ କରନ୍ତୁ। ନଚେତ୍ ଚର୍ମ କ୍ୟାନ୍‌ସର ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।
ଡକ୍ଟର ପ୍ରୀତିପଦ୍ମା ପଣ୍ଡା, ସହଯୋଗୀ ପ୍ରଫେସର ଓ
ସୌନ୍ଦର୍ଯ୍ୟ ବିଶେଷଜ୍ଞ, ଭୁବନେଶ୍ୱର