ପିଲାଦିନେ ଦଳିତ ବାଳକକୁ ମାରିଥିଲେ ଚାପୁଡା, ୨୨ବର୍ଷ ପରେ ହେଲା ଦଣ୍ଡ: ସକାଳ ୧୦ରୁ ମଧ୍ୟାହ୍ଣ ୨ପର୍ଯ୍ୟନ୍ତ ମାରୁଛନ୍ତି ଛାଡୁ

ଶାହାଜହାନପୁର: ଉତ୍ତରପ୍ରଦେଶ ଶାହାଜାହାନପୁର ଜିଲ୍ଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ପିଲାଦିନେ ଏକ ଦଳିତ ବାଳକଙ୍କୁ ଚାପୁଡା ମାରିଥିଲେ। ତେବେ ଏହି ଚାପୁଡା ମାରିବା ଅପରାଧର ଦଣ୍ଡ ତାଙ୍କୁ ୨୨ବର୍ଷ ପରେ ଭୋଗିବାକୁ ପଡ଼ିଛି।

୧୯୯୫ରେ ହିମାଂଶୁ ଶୁକ୍ଳା ମାତ୍ର ନଅବର୍ଷର ହୋଇଥିଲେ। ଏହି ସମୟରେ ସେ ନିଜ ଗ୍ରାମର କାଳୁ ନାମକ ଜଣେ ଦଳିତ ବାଳକକୁ ଚାପୁଡ଼ା ମାରିଥିଲେ। ତେବେ ଏହି ଚାପୁଡ଼ା ମାରିବା ଘଟଣାକୁ ୨୨ବର୍ଷ ବିତି ଯାଇଥିଲେ ମଧ୍ୟ ଏସସି/ଏସ୍‌ଟି ଆକ୍ଟ ମାମଲାରେ ହିମାଂଶୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ତେବେ ଏହି ଘଟଣାକୁ ନେଇ ହିମାଂଶୁ କହନ୍ତି, ‘ମୋର ସଠିକ୍‌ ଭାବେ ମନେ ନାହିଁ ମୁଁ କାଳୁକୁ କାହିଁକି ମାରିଥିଲି। କିନ୍ତୁ ମୁଁ ଅନୁଭବ କରି ପାରୁଛି ସେଦିନ କିଛି ଗୋଟେ ବଡ଼ ଭୁଲ କରିଥିଲି। ଘଟଣା ଘଟିଥିବା ଦିନ ପୁଲିସ ଆମ ଘରକୁ ବି ଆସି ମୋତେ ଗିରଫ କରିଥିଲା। କିନ୍ତୁ ତା’ପର ଦିନ ଛାଡ଼ି ଦେଇଥିଲା। ଏହାପରେ ୨୨ବର୍ଷ ବିତି ଯାଇଥିଲେ କୌଣସି ଦିନ ଏହି ଘଟଣାକୁ ନେଇ ଆଲୋଚନା ହୋଇ ନଥିଲା। ମୁଁ ଏବେ ୩୧ବର୍ଷରେ ପ୍ରଦାର୍ପଣ କରିଛି। ଆଶ୍ଚର୍ଯ୍ୟର କଥା ଏବେ ଯାଇ ଏହି ମାମଲାର ଶୁଣାଣି ହୋଇଛି ଏବଂ ଜୁଭେନାଇଲ କୋର୍ଟ ଜରିଆରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିସହିତ ଏକମାସ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ସଞ୍ଚାଳିତ ଏକ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ଛାଡୁଦାର ଭାବେ କାମ କରିବା ଦଣ୍ଡ ମିଳିଛି।

ସୋମବାର ଠାରୁ ପୋବାୟନ ସିଏଚସିରେ ମୋର ଦଣ୍ଡ ଆରମ୍ଭ ହୋଇଯାଇଛି। ମୁଁ ଏକ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲି । ମୋତେ ଦଳିତର ଅର୍ଥ କ’ଣ ଜଣା ନଥିଲା। ସମୟ ସହିତ ମୁଁ ଦଳିତ ବାଳକଙ୍କୁ ମାଡ ମାରିବା ଘଟଣାକୁ ଏକ ଖରାପ ସ୍ୱପ୍ନ ଭାବି ଭୁଲି ଯାଇଥିଲି। ଏହାପରେ ମୁଁ ଡ୍ରାଇଭିଂ ଶିଖିଲି, ଚାକିରି କଲି, ମୋର ବିବାହ ହେଲା। ଦୁଇଟି ସନ୍ତାନର ବାପା ବି ହେଲି। ସବୁକିଛି ଠିକ୍‌ ଠାକ୍‌ ଚାଲିଥାଏ। ୨୦୧୧ରେ ମୋତେ କୋର୍ଟରୁ ଏକ ନୋଟିସ୍‌ ମିଳିଥିଲା। ଯେଉଁଥିରେ ଲେଖା ଥିଲା କି ମୋର ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ୨୦୦-୨୫୦ ଟଙ୍କା ପ୍ରତିଦିନ ମୁଁ ରୋଜଗାର କରିଥାଏ। ତେବେ ପ୍ରତିଦିନ କୋର୍ଟକୁ ଯାଇ ହାଜର ହେବାରେ ମୋତେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଛଅବର୍ଷ ପରେ ମୋତେ ଜଣେ ଭଦ୍ର ବ୍ୟକ୍ତି କହିଲେ ନିଜର ଦୋଷକୁ ସ୍ୱୀକାର କରି ନିଅ ଏବଂ ମୁଁ ତାହା କରିଲି। ଏବେ ମୋତେ ଦଣ୍ଡ ଆଧାରରେ ସିଏଚସିରେ ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଛାଡୁ ଦେବାକୁ ପଡ଼ୁଛି। ମୁଁ ମୋର କେସ୍‌ ଲଢ଼ୁଥିବା ଓକିଲଙ୍କୁ କରଜ ନେଇ ୪୦୦୦ଟଙ୍କା ଦେଇଥିଲି।’

ସିଏଚସି ଅଧୀକ୍ଷକ ଡାକ୍ତର ଡି ଆର ମନୁ କହନ୍ତି, ‘ହିମାଂଶୁ ଅଶିକ୍ଷିତ ହୋଇଥିବାରୁ ଆମେ ତାଙ୍କୁ ହସ୍‌ପିଟାଲର ସଫା-ସୁତୂରା କାମ ଦେଇଛୁ।’

ସମ୍ବନ୍ଧିତ ଖବର