ମନୁଷ୍ୟ ଏକ ସାମାଜିକ ପ୍ରାଣୀ ବୋଲି ଆମେ ପିଲା ବେଳୁ ଶୁଣି ଆସିଛନ୍ତି ଓ ଦେଖି ଆସିଛନ୍ତି। ତେବେ ଅନ୍ୟ ପ୍ରାଣୀମାନଙ୍କର ସାମାଜିକ ସହାବସ୍ଥାନ ମଧ୍ୟ କିଛି କମ୍ ନୁହେଁ। ଏହି କ୍ରମରେ ଜଳଚର ଜୀବ ସମୁଦ୍ର ଓଧ ବା ଜଳମାର୍ଜାର (ସି’ ଓଟ୍ଟର)ର ସାମାଜିକ ସହଯୋଗ ଆଶ୍ଚର୍ଯ୍ୟଜନକ। ବିଶେଷ କରି ଶିକାର କରିବା, ଖାଇବା, ସଂଗମ କରିବା ଓ ଛୁଆ ଜନ୍ମ କରିବା ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଣି ଭିତରେ ସଂପନ୍ନ କରୁଥିବା ଏହି ଜୀବମାନେ ଶୋଇଲା ବେଳେ ପରସ୍ପର ସହ ହାତ ଧରାଧରି ହୋଇ ଶୋଇଥା’ନ୍ତି। ଅବଶ୍ୟ ଏହା ପଛରେ ଏକ ରୋଚକ କାରଣ ରହିଛି। ଜାଗ୍ରତ ଥିଲା ବେଳେ ସିନା ସମୁଦ୍ର ସୁଅ ବିରୋଧରେ ସେମାନେ ପହଁରି ନିଜ ଇଚ୍ଛା ମୁତାବକ ସ୍ଥାନରେ ପହଞ୍ଚି ପାରିବେ। ମାତ୍ର ନିଦ୍ରା ଗଲା ବେଳେ ସେମାନେ ନିଜ ଗୋଷ୍ଠୀ ଠାରୁ ଅନ୍ୟତ୍ର ଭାସି ଯିବାର ଆଶଙ୍କା ରହିଛି। ତେଣୁ ଏକାଧିକ ଓଟ୍ଟର ପରସ୍ପରର ହାତ ଧରି ଶୋଇବା ସେମାନଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି। ଆଉ ଏକ ମଜା କଥା ହେଲା, ସେମାନେ ନିଘଞ୍ଚ ସାମୁଦ୍ରିକ ତୃଣ ଜଙ୍ଗଲରେ ମଧ୍ୟ ବିଚରଣ କଲା ବେଳେ ପରସ୍ପରର ହାତ ଧରି ପହଁରିଥା’ନ୍ତି। ଏହା ସେମାନଙ୍କୁ ବାଟ କଢ଼ାଇବାରେ ସାହାଯ୍ୟ କରିଥାଏ। ଏହି ଇତର ପ୍ରାଣୀଙ୍କର ଏ ପ୍ରକାର ସହଯୋଗିତାକୁ ‘ଭେଳା ଗଠନ’ ବା ରାଫ୍ଟିଂ କୁହାଯାଏ। ଏହାଦ୍ବାରା ସେମାନେ ଦଳଗତ ଭାବେ ବଞ୍ଚିବା ସହ ନିଜକୁ ମଧ୍ୟ ବିପଦମୁକ୍ତ ରଖିପାରିଥା’ନ୍ତି।
ପରସ୍ପର ହାତ ଧରି ଶୋଉଥିବା ଜୀବ
/sambad/media/post_attachments/wp-content/uploads/2022/06/srtsrttr6549545646546.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)