ଗୀତାର ପ୍ରତ୍ୟେକ ଶ୍ଳୋକ ଶିକ୍ଷଣୀୟ, ଆସନ୍ତୁ ସେଥିରୁ ଆଜି ଗୋଟିଏକୁ ବୁଝିବା
Sambad is now on WhatsApp
Join and get latest news updates delivered to you via WhatsApp
ଧ୍ୱଂସ କହିଲେ କେବଳ ପ୍ରାକୃତିକ ଦୁର୍ବିପାକ ନୁହେଁ। ମନୁଷ୍ୟର ଗୁଣ ଏବଂ ଆଚରଣ ବି ଧ୍ୱଂସର କାରଣ ହୋଇଥାଏ। ଜଣେ ମଣିଷ ଏକ ସୃଷ୍ଟିକର୍ତ୍ତା ବି ଏକ ଧ୍ୱଂସର କାରଣ ବି। ଭଗବାନ ଶ୍ରୀକୃଷ୍ଣ ଗୀତାର ନିମ୍ନଲିଖିତ ଶ୍ଳୋକରେ ସଖା ଅର୍ଜୁନଙ୍କୁ ଯାହା ଉପଦେଶ ଦେଇଛନ୍ତି ତାହାକୁ ମାନି ଚାଲିଲେ ଆମେ ଧ୍ୱଂସରୁ ବର୍ତ୍ତି ଯାଇପାରିବା। ତେବେ ଚାଲନ୍ତୁ ଜାଣିବା ଶ୍ରୀକୃଷ୍ଣ ମନୁଷ୍ୟ ଭିତରେ ଥିବା କେଉଁ ଦୁର୍ଗୁଣକୁ ଏହି ଶ୍ଳୋକରେ ଗୁରୁତ୍ୱାରୋପ କରିଛନ୍ତି।
ଶ୍ରେୟାନ୍ସ୍ୱଧର୍ମୋ ବିଗୁଣଃ ପରଧର୍ମାତ୍ସୁନୁଷ୍ଠିତାତ୍।
ସ୍ୱଧର୍ମେ ନିଧନଂ ଶ୍ରେୟଃ ପରର୍ମୋ ଭୟାବହୁଃ।।
ଅର୍ଥାତ, ଅନ୍ୟର କର୍ମକୁ ନଜର ଦେବା ଅପେକ୍ଷା ନିଜର କର୍ମ ଯେତେ ମାର୍ଜିତ ହେଲେ ବି ତାହାକୁ ନିରୀକ୍ଷଣ କରିବା ଉଚିତ। ଅନ୍ୟର ଧର୍ମ ବା ଅନ୍ୟର କର୍ମକୁ ଆଚରଣ କରିବା ଅପେକ୍ଷା ନିଜ କର୍ମରେ ସ୍ଥିର ରହି ମୃତ୍ୟୁବରଣ କରିବା ବରଂ ଶ୍ରେୟସ୍କର ଅଟେ। ପରର ଧର୍ମକୁ ଦୃଷ୍ଟି ଦେବା ଭୟାବହ ହୋଇଥାଏ।
ପ୍ରତ୍ୟେକ ଲୋକ ପାଇଁ କିଛି ନା କିଛି କାର୍ଯ୍ୟ ସ୍ଥିର ହୋଇଥାଏ। ଯଦି ଜଣେ ଲୋକ ନିଜ କାମକୁ ଅଣଦେଖା କରି ପର କାର୍ଯ୍ୟରେ ନଜର ରଖେ ତେବେ ତାହା ସେ ଲୋକ ପ୍ରତି ଶୁଭଙ୍କର ଆଦୌ ବି ନୁହେଁ। କ୍ଷତ୍ରିୟଙ୍କ ଧର୍ମ ହିଂସା ଏବଂ ବ୍ରାହ୍ମଣଙ୍କ ଧର୍ମ ଅହିଂସା। କ୍ଷତ୍ରିୟ ଯଦି ବ୍ରାହ୍ମଣଙ୍କୁ ଅନୁକରଣ କରି ଅହିଂସା ଏବଂ ବ୍ରାହ୍ମଣ ଯଦି କ୍ଷତ୍ରିୟଙ୍କୁ ଅନୁକରଣ କରି ହିଂସା ଆଚରନ୍ତି ତେବେ ଭୟାବହ ପରିସ୍ଥିତି ସୃଷ୍ଟି ହେବ। କେବଳ ବ୍ରାହ୍ମଣ କ୍ଷତ୍ରିୟଙ୍କ ପାଇଁ ନୁହେଁ। ଏହି ଉଦାହରଣଟି ସମଗ୍ର ମାନବ ଜାତି ପାଇଁ। କହିବାର ଅର୍ଥ ହେଲା ବ୍ୟକ୍ତିକୁ ଜୀବନ ସାରା କେବଳ ନିଜ କାମରେ ଧ୍ୟାନ ଦେବା ଉଚିତ।