‘ସମଂ କାୟଶିରୋଗ୍ରୀବଂ ଧାରୟନ୍ନଚଳଂ ସ୍ଥିରଃ।
ସଂପ୍ରେକ୍ଷ୍ୟ ନାସିକାଗ୍ରଂ ସ୍ୱଂ ଦିଶଶ୍ଚାନବଲୋକୟନ୍।।
ପ୍ରଶାନ୍ତାତ୍ମା ବଗତଭୀର୍ବ୍ରହ୍ମଚାରିବ୍ରତେ ସ୍ଥିତଃ।
ମନଃ ସଂଯମ୍ୟ ମଚ୍ଚିତ୍ତୋ ଯୁକ୍ତ ଆସୀତ ମତ୍ପରଃ।।’
ଅର୍ଥାତ ‘ଶରୀର, ଗ୍ରୀବା(ବେକ) ଓ ମସ୍ତକକୁ ସିଧା ରଖିବାକୁ ପଡ଼ିବ ଏବଂ ନାସିକାର ଅଗ୍ରଭାଗକୁ ଦୃଷ୍ଟି ଦେବାକୁ ପଡ଼ିବ। ଏହିପରି ଭାବରେ ସଂଯତ ଓ ସ୍ଥିର ମନରେ, ଭୟଶୂନ୍ୟ ଭାବରେ ସଂପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ବ୍ରତ ଅବଲମ୍ବନ କରି ବ୍ୟକ୍ତିକୁ ସ୍ଥିର ହୃଦୟରେ ମୋତେ ଧ୍ୟାନ କରିବାକୁ ପଡ଼ିବ ଏବଂ ମୋତେ ହିଁ ଜୀବନର ଅନ୍ତିମ ଲକ୍ଷ୍ୟବୋଲି ସ୍ଥିର କରିବାକୁ ପଡ଼ିବ।’
/sambad/media/post_attachments/wp-content/uploads/2018/02/Meditation_Goleman-300x145.jpg)
ଆଜିକାଲି ମନ ଅସ୍ଥିର ହେବା ଏକ ପ୍ରକାରର ରୋଗ ହୋଇଗଲାଣି। ଏହା ପ୍ରାୟ ସମସ୍ତଙ୍କ ମଧ୍ୟରେ ଅଳ୍ପ ବହୁତ ରହିଛି। ଛୋଟ ଛୋଟ କଥାରେ ବିବ୍ରତ ହେବା, କିଛି ଗୋଟିଏ ଖୁସି ହେଲେ ଆତ୍ମହରା ହୋଇ ଉଠିବା ଏକ ସାଧାରଣ ପ୍ରବୃତ୍ତି ପାଲଟି ଗଲାଣି। ମାତ୍ର ଅସ୍ଥିର ଚିତ ହେତୁ ନାନା ସମସ୍ୟା ଉପୁଜିଥାଏ। ମନକ ସ୍ଥିର କରିବା ପାଇଁ ଧ୍ୟାନର ଆବଶ୍ୟକତା ରହିଛି। ଉପୋରକ୍ତ ଧ୍ୟାନ କରି ଦେଖନ୍ତୁ ଖୁବ୍ ଶୀଘ୍ର ଆପଣ ତାହାର ଫଳାଫଳ ଜାଣିପାରିବେ। ଆପଣ ପ୍ରତିଦିନ ନିଜ ନାକକ ଲକ୍ଷ୍ୟ କରି ଧ୍ୟାନ କରନ୍ତୁ। ଦେଖିବେ କିଛି ଦିନ ପରେ ଏହାର ପ୍ରଭାବ ଆପଣଙ୍କୁ ନିଶ୍ଚୟ ଅନୁଭୂତ ହେବ।
ଉତ୍ସ: ଅନ୍ତରାଷ୍ଟ୍ରୀୟ କୃଷ୍ଣଭାବନାମୃତ ସଂଘ(ଇସ୍କନ୍) ଦ୍ୱାରା ସଂପାଦିତ ଶ୍ରମଦ୍ ଭଗବଦ୍ ଗୀତା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/GettyImages-175515665.jpg)