ବିଶ୍ବର ସବୁଠାରୁ ଛୋଟ ନଡ଼ିଆ ଦକ୍ଷିଣ ଆମେରିକାରେ ଫଳେ। ସ୍ପାନିସ୍ ଭାଷାରେ ଏହାର ନାମ- କୋକିତୋ। ଏହା ଦେଖିବାକୁ ସାଧାରଣ ନଡ଼ିଆ ପରି; ସ୍ବାଦ ମଧ୍ୟ ପ୍ରାୟ ସମାନ। ତେବେ, ଆକାରରେ ସାଧାରଣ ନଡ଼ିଆଠାରୁ ଯଥେଷ୍ଟ ଛୋଟ ଏବ˚ ଭିତରେ ପାଣି ନ ଥାଏ। କୋକିତୋର ଆକାର ପିଲା ଖେଳୁଥିବା ବଡ଼ କାଚ ଗୋଲି ଭଳି।
/sambad/media/post_attachments/wp-content/uploads/2021/01/cocunut2.jpg)
ଛୋଟିଆ ନଡ଼ିଆ ଫଳୁଥିଲେ ହେଁ ଗଛର ଗଣ୍ତି ବେଶ୍ ମୋଟା। ନିମ୍ନା˚ଶର ଗୋଲେଇ ଦୁଇ ମିଟର୍ରୁ ଅଧିକ। ଏହି ନଡ଼ିଆ ଗଛ ପୂର୍ଣ୍ଣାକାର ପାଇବାକୁ ପଚାଶ ବର୍ଷ ଲାଗିଯାଏ ଏବ˚ ପ୍ରାୟ ଶହେ ବର୍ଷ ବଞ୍ଚେ। ଚିଲିରେ ଏହା ସବୁଠାରୁ ଅଧିକ ସ˚ଖ୍ୟାରେ ଦେଖାଯାଏ। ସେଠାରେ କୋକିତୋରୁ ଵାଇନ୍ ପ୍ରସ୍ତୁତ କରାଯାଏ।