ରାସ୍ତାରେ ଲାଗିବ ‘ସ୍ମାର୍ଟ ଆଇ’: ସବୁ କାର୍ଯ୍ୟକଳାପ ରେକର୍ଡ କରିବା ସହ ସଚେତନ ବି କରାଇବ

ନୂଆଦିଲ୍ଲୀ: ଭାରତରେ ଟ୍ରାଫିକ ନିୟମ ମାନିବା ଓ ରାସ୍ତାରେ ସୁରକ୍ଷିତ ଯାତ୍ରା କରିବା ପାଇଁ ଲୋକଙ୍କ ଭିତରେ ସଚେତନତାର ଅଭାବ ରହିଥିବାରୁ ବହୁ ମାତ୍ରାରେ ବିଶୃଙ୍ଖଳା ଦେଖା ଦେଇଥାଏ। ପୋଲସେକ ନାମକ ବ୍ରାଜିଲର ଏକ ସିକ୍ୟୁରିଟି କମ୍ପାନି ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ସଂପନ୍ନ ଏକ କ୍ୟାମେରା ଭାରତର ୩ଟି ସହର ଯଥା ଆଗ୍ରା , ମୁମ୍ବାଇ ଏବଂ ଦିଲ୍ଲୀ ଠାରେ ପରୀକ୍ଷାମୂଳକ ଭାବେ ଲଗାଇବ । ଏହି କ୍ୟାମେରାର ନାମ ସ୍ମାର୍ଟ ଆଇ ରଖାଯାଇଛି। ସ୍ମାର୍ଟ ଆଇ କ୍ୟାମେରା ସଂପୂର୍ଣ୍ଣ ରୋଟେଟ ହୋଇପାରିବ, ଯାହା ଦ୍ୱାରା ନୋ-ପାର୍କିଙ୍ଗରେ ଥିବା ଗାଡ଼ି, ଟ୍ରାଫିକ ନିୟମ ମାନୁ ନ ଥିବା ଗାଡ଼ି ଏବଂ ବେଆଇନ ସ୍ଥାନରେ ଆବର୍ଜନା ଫିଙ୍ଗୁଥିବା ବ୍ୟକ୍ତିଙ୍କୁ ଏହି କ୍ୟାମେରା ସୂଚିତ କରିିପାରିବ ।

www.cpplusworld.com

” ଯଦି ରାସ୍ତାରେ କିଏ ନିୟମ ଉଲଂଘନ କରେ ତେବେ ଏହି କ୍ୟମେରା ତାହାକୁ ରେକର୍ଡ କରିବା ସହଦୋଷୀଙ୍କୁ ଏଥିରେ ଖଞ୍ଜା ଯାଇଥିବାସ୍ପିକର ସାହାଯ୍ୟରେ ସୂଚିତ ମଧ୍ୟ କରିବ । ଏହାପରେ ମଧ୍ୟ ଦୋଷୀ ଜଣଙ୍କ ଯଦି ନ ରୁହନ୍ତି ତେବେ ତାଙ୍କ ବିରୁଦ୍ଧରେ ପାଖ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଯିବ । ଏହି କ୍ୟାମେରା ଦ୍ୱାରା ରାସ୍ତାରେ କେତେ ସଂଖ୍ୟାକ ଲୋକ ଅତିକ୍ରମ କରୁଛନ୍ତି ତାହାର ମଧ୍ୟ ହିସାବ ରଖାଯାଇପାରିବ” , ବୋଲି ସୂଚନା ଦେଇଛନ୍ତି ପୋଲସେକର ମୁଖ୍ୟ ରେନାଟୋ ଓ୍ଵାର୍ନର । ଗତ ମାସ ପ୍ରଥମ ପର୍ଯ୍ୟାୟରେ ୩ଟି ସହରରେ ୧୦୦ଟି କ୍ୟାମେରା ଲଗାଯିବ । ଏହି ୧୦୦ ଟି କ୍ୟାମେରା ସଫଳ ଭାବେ କାର୍ଯ୍ୟକାରୀ ହେଲେ ଆଗାମୀ ୫ ବର୍ଷ ମଧ୍ୟରେ ସାରା ଦେଶର ରାସ୍ତାରେ ଏହି କ୍ୟାମେରା ଲଗାଯିବାର ଯୋଜନା ରହିଛି ।

ସ୍ମାର୍ଟ ଆଇ କ୍ୟାମେରା ବ୍ୟକ୍ତିଙ୍କର ବ୍ୟକ୍ତିଗତ ପରିଚୟକୁ ସୁରକ୍ଷିତ ରଖିଥାଏ ଏବଂ ଆବଶ୍ୟକ ସମୟରେ ଏହାର ପ୍ରଘଟ କରିଥାଏ । ଏହି କ୍ୟାମେରା ଦ୍ୱାରା ରାସ୍ତାରେ ଘଟୁଥିବା ବିଭିନ୍ନ ପ୍ରକାରର ଅପରାଧର ମାତ୍ରା କମିବାର ସମ୍ଭାବନା ରହିଛି ଏବଂ ବ୍ରାଜିଲରେ ଏହି କ୍ୟାମେରାର ବ୍ୟବହାର ଦ୍ୱାରା ୭୦ ପ୍ରତିଶତ ରାସ୍ତାରେ ଘଟୁଥିବା ଅପରାଧ କମ ହୋଇଛି ବୋଲି କହିଛନ୍ତି ପୋଲସେକ କମ୍ପାନି।

ସମ୍ବନ୍ଧିତ ଖବର