ଜାଣନ୍ତୁ, ବିନା ବିଦ୍ୟୁତରେ କେମିତି କରିବେ ଆପଣଙ୍କ ସ୍ମାର୍ଟଫୋନ୍‌କୁ ଚାର୍ଜ!

ସାଧାରଣତଃ ଆଜିକାଲି ସ୍ମାର୍ଟଫୋନ୍‌ଗୁଡ଼ିକର ଚାର୍ଜ ବହୁତ ଶୀଘ୍ର ହିଁ ସରିଯାଉଛି। ତେବେ ଏ ନେଇ ଆପଣଙ୍କୁ ଆଉ ଚିନ୍ତିତ ହେବାର କୌଣସି ଆବଶ୍ୟକତା ହିଁ ନାହିଁ। କାହିଁକିନା ଆଜି ଆମେ ଆପଣଙ୍କୁ ଏନେଇ ଏପରି ଉପାୟ ବିଷୟରେ ଜଣାଇବୁ, ଯେଉଁ ଉପାୟର କି ଉପଯୋଗ କରି ଆପଣ କୌଣସି ବି ସ୍ମାର୍ଟଫୋନ୍‌କୁ ପାଓ୍ଵାର୍‌ବ୍ୟାଙ୍କ୍‌ ଭଳି ବ୍ୟବହାର କରିପାରିବେ! ଚାଲନ୍ତୁ ଜାଣିବା ଏହି ବିଷୟରେ….

ପ୍ରଥମତଃ ଆପଣ କୌଣସି ବି ଏକ ସ୍ମାର୍ଟଫୋନ୍‌ର ସହାୟତାରେ ଅନ୍ୟ ଏକ ସ୍ମାର୍ଟଫୋନ୍‌କୁ ମଧ୍ୟ ଚାର୍ଜ କରିପାରିବେ । ଯେଉଁଥିପାଇଁକି ଆପଣଙ୍କୁ ବିଜୁଳି ବା ଚାର୍ଜିଙ୍ଗ୍‌ ସ୍ଲଟ୍‌ର ଆବଶ୍ୟକତା ନେବାକୁ ପଡ଼ିବନି। ହଁ, ଯଦି ଆପଣ ଏମିତି ଏକ ସ୍ଥାନରେ ଫସିଯାଇଛନ୍ତି ,ଯେଉଁଠାରେ କି ଆପଣଙ୍କ ପାଖରେ ଚାର୍ଜର ନ ଥାଏ କି ବଜୁଳିର ମଧ୍ୟ ସୁବିଧା ରହିନଥାଏ ,ସେହି ପରିସ୍ଥିତିରେ ଆପଣ ଅନ୍ୟ ଏକ ଫୋନ୍‌ ସାହାଯ୍ୟରେ ଆପଣଙ୍କ ମୋବାଇଲ୍‌ ଫୋନ୍‌କୁ ମଧ୍ୟ ଚାର୍ଜ କରିପାରନ୍ତି!

ତେବେ ଏନେଇ ଆପଣଙ୍କ କେବଳ ଦୁଇଟି ଜିନିଷର ଆବଶ୍ୟକ ପଡ଼ିବ।ପ୍ରଥମତଃ USB କେବୁଲ୍‌ ଏବଂ ଅନ୍ୟଟି ହେଉଛି OTG କେବୁଲ୍‌। ଏହାପରେ ଆପଣ ଏହି ଦୁଇ କେବୁଲ୍‌ ସାହାଯ୍ୟରେ ହିଁ ଆପଣଙ୍କର ଫୋନ୍‌କୁ ଯୋଡ଼ିରଖନ୍ତୁ। ଏହାପରେ ଆପଣଙ୍କ ଫୋନ୍‌ଟି ଆପେ ଆପେ ଚାର୍ଜ ହେବାକୁ ଲାଗିବ। ହେଲେ ମନେରଖନ୍ତୁ ଆପଣ ଯେଉଁ ଫୋନ୍‌କୁ ଚାର୍ଜ କରିବାକୁ ଚାହୁଁଛନ୍ତି ସେହି ଫୋନ୍‌ ହିଁ OTG କେବୁଲ୍‌କୁ ଲଗାନ୍ତୁ।

 

ସମ୍ବନ୍ଧିତ ଖବର