ସ୍ମାର୍ଟ ସିଟି ଭଳି ଗାଁ ବି ସ୍ମାର୍ଟ ହେଉ: ସୌମ୍ୟରଂଜନ

ଭୁବନେଶ୍ବର : ଆଲୁଅ, ପାଣି ଓ ପବନର ଜାତି ନାହିଁ। କିନ୍ତୁ ଏବେ ଜାତିଭେଦ ଆରମ୍ଭ େହାଇଗଲାଣି। େକଉଁଠି େଲାକେ ଥ୍ରି ଫେଜ୍ ଲାଇନ ପାଇଛନ୍ତି, ଏସି, କମ୍ପ୍ୟୁଟର ଚାଲିଛି। ଆଉ େକଉଁଠାରେ ୧୨୦ ପାଵାର ବଲବ, ୬୦ ପାଵାର ଭଳି ଜଳୁଛି। ବାବୁଙ୍କ ଘରେ କୁକୁର ଗାଧୋଇବା ପାଇଁ ପାଇପରେ କାହିଁକି କେତେ ପାଣି ସରୁଛି। ଆଉ କେଉଁଠି େଲାକଙ୍କ ପାନୀୟ ଜଳ ସମସ୍ୟା ଉତ୍କଟ, ଚାଷ ଜମିକୁ ପାଣି ଯାଉନାହିଁ। ସେହିପରି ପବନ ମାନେ ପରିବେଶକୁ ମଧ୍ୟ ଧୀରେ ଧୀରେ ସଙ୍କୁଚିତ କରିଦିଆଗଲାଣି।

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ େନଇ ବିେଜଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଏଭଳି ମର୍ମସ୍ପର୍ଶୀ ବକ୍ତବ୍ୟ ରଖିବା ସହିତ କହିଥିଲେ, ରାଜ୍ୟ ସରକାର ସ୍ମାର୍ଟ ସିଟିର ବିକାଶ କରନ୍ତୁ। କିନ୍ତୁ ଓଡ଼ିଶାର ପ୍ରତି ଗାଁକୁ ମଧ୍ୟ ସ୍ମାର୍ଟ କରାଯିବାର ସମୟ ଆସିଯାଇଛି। ଯେତେବେଳେ ଆଲୁଅ, ପାଣି, ପବନ ବା ପରିବେଶ େକ୍ଷତ୍ରରେ େଭଦଭାବ ରହିବ ନାହିଁ, ନ୍ୟାେୟାଚିତ ଭାବେ ସମସ୍ତଙ୍କୁ ଏହା ମିଳିବ, ସେତେବେଳେ ସମ ବିକାଶ ଘଟିଲା ବୋଲି କୁହାଯିବ। େଯବେ ଗାଁକୁ ସହର ସହ ତୁଳନା କରାଯାଇପାରିବ, ସେବେ େଲାକେ ଆଉ ସହରାଭିମୁଖୀ ହେବେ ନାହିଁ।

ଦୀର୍ଘ ୪୦ମିନିଟର ବକ୍ତବ୍ୟ ରଖି ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ େଯ ରାଜ୍ୟରେ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ମୁଖ୍ୟମନ୍ତ୍ରୀ ଟିମ୍‌ ୱାର୍କ, ଟ୍ରାନ୍ସପରେନ୍ସିଂ, ଟେକ୍ନୋଲୋଜି, ଟ୍ରାନ୍ସଫର୍ମେସନ୍‌ କଥା କହି ସେଥିରେ ଆଉ େଗାଟିଏ ‘ଟି’ ଅର୍ଥାତ୍ ‘ଟାଇମ୍’ କୁ େଯାଡିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ୫ ‘ଟି’ କୁ ଅଧିକ େଲାକାଭିମୁଖୀ କରିବା ପାଇଁ ସେ ଏହାର ଓଡ଼ିଆ ରୂପାନ୍ତରିତ କରିଛନ୍ତି। ଏହାର ବାଖ୍ୟା କରି ସହଯୋଗ (ଟିମ୍‌ ୱାର୍କ), ସ୍ବଚ୍ଛତା (ଟ୍ରାନ୍ସପରେନ୍ସିଂ), ଶିଳ୍ପ ବିଦ୍ୟା (ଟେକ୍ନୋଲୋଜି), ସଂସ୍କାର (ଟ୍ରାନ୍ସଫର୍ମେସନ୍‌) ଓ ସମୟ (ଟାଇମ୍) ଉପରେ ଗୁରୁତ୍ବ ଦେବାକୁ ଏବେଠାରୁ ସେ ଲାଗିପଡିବେ। ଏହି ୫ ‘ସ’ ଫର୍ମୁଲାକୁ ସମସ୍ତେ ବିକାଶ େକ୍ଷତ୍ରରେ ଆପଣାଇବା ପାଇଁ ସେ ଆହ୍ବାନ ଦେଇଥିଲେ।

ଜଣେ ରାଜନୀତି ବିଜ୍ଞାନର ଛାତ୍ର ଓ ଅଧ୍ୟାପକ ଭାବେ ଯାହା ଏକଦା ସେ ପିଲାମାନଙ୍କୁ ପଢାଇଥିେଲ, ସେହି ଛାତ୍ରମାନେ ବର୍ତମାନର ସ୍ଥିତି େଦଖିଲେ, ସମ୍ଭବତଃ ଏକଥା ପଚାରିପାରନ୍ତି େଯ ବହିରେ େଲଖାଯାଇଥିବା ଓ ସେ ପଢାଇଥିବା ପାଠ ଭୁଲ୍। ଏଭଳି ଏକ ଆବେଗଭରା ବାକ୍ୟରୁ ବକ୍ତବ୍ୟ ଆରମ୍ଭ କରି ଶ୍ରୀ ପଟ୍ଟନାୟକ ବିେରାଧୀ ଦଳକୁ ତେରଚ୍ଛା ବାଣ ମାରିଥିଲେ। କହିଥିଲେ, ବିରୋଧୀ ଦଳ େନତାଙ୍କ ନାମ େଘାଷଣା ଓ ରାଜ୍ୟସଭା ସଦସ୍ୟଙ୍କୁ େକନ୍ଦ୍ର କରି ଗତ ଦୁଇ ଦିନ ଧରି ବିେରାଧୀ ଦଳ ଗୃହରେ େଯଉଁ ଭୂମିକା ନିର୍ବାହ କରୁଛନ୍ତି, ତାହା ନ କରିଥିଲେ ଚଳିଥାନ୍ତା। ଗଣତନ୍ତ୍ରରେ ବିଧାୟକମାନଙ୍କ ଭୂମିକା େହଉଛି ସେମାନେ ପ୍ରତିନିଧିତ୍ବ କରୁଥିବା ‌େଲାକମାନଙ୍କ କଥାଙ୍କୁ ସରକାରଙ୍କ ନିକଟରେ ପହଞ୍ଚାଇ ତଦନୁଯାୟୀ ଆଇନ କରିବା ଓ ସରକାରଙ୍କ ବିକାଶ କାର୍ଯ୍ୟକ୍ରମର ସର୍ବାଧିକ ଲାଭ େଯଭଳି େଲାକେ ପାଇବେ ତାହାକୁ ନିଶ୍ଚିତ କରିବା। ଦୁଇ ନିର୍ବାଚନ ଅବଧି ମଧ୍ୟରେ ଗଣତନ୍ତ୍ରକୁ ଚଳ ଚଞ୍ଚଳ କରି ରଖିବା ପାଇଁ ବିଧାନସଭା ଗୁରୁତ୍ବପୂର୍ଣ୍ଣ। ରାଜ୍ୟପାଳଙ୍କ ଭାଷଣକୁ ଅଧିକ ତର୍ଜମା କରି ବିକାଶର ରାସ୍ତା କାଢିବା ପାଇଁ ଏହି ଧନ୍ୟବାଦ ଆେଲାଚନା ଏକ ବାହାନା ମାତ୍ର। ବିେଜପି ହେଉ କେଂଗ୍ରସ ଅଥବା ବିଜେଡି କିଏ ବିକାଶ ଚାହୁଁନି? ସମସ୍ତେ ତ ବିକାଶ କଥା କହୁଛନ୍ତି। ତେବେ ବିକାଶ ହୋଇପାରୁନାହିଁ େବାଲି ଅଭିେଯାଗ କାହିଁକି? େବାଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ।

ସେ ଆହୁରି କହିଥିଲେ, ଆମକୁ ନିଷ୍ପତ୍ତି କରିବାକୁ ହେବ, ବିେରାଧ କରିବା ପାଇଁ ବିେରାଧ କରିବା ନା ପ୍ରସଙ୍ଗ ସହିତ ଯିବା। ଏ େକ୍ଷତ୍ରରେ ଲକ୍ଷ୍ୟ ନିର୍ଦିଷ୍ଟ କରିବାକୁ େହବ।ନବୀନ ପଟ୍ଟନାୟକଙ୍କର ଈର୍ଷଣୀୟ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶ୍ରୀ ପଟ୍ଟନାୟକ ତାଙ୍କ ପାଠପଢା ସମୟର ମଧୁବାବୁଙ୍କ କଥା ସ୍ମରଣ କରିଥିଲେ। କହିଥିଲେ, େଗାଟିଏ ସମୟରେ ମଧୁବାବୁଙ୍କୁ ଅର୍ଧ ଶତାଦ୍ଦୀର ଇତିହାସ େବାଲି କୁହାଯାଉଥିଲା। ଏବେ ନବୀନ ପଟ୍ଟନାୟକଙ୍କ ସରକାରକୁ ୨୦୨୪ ବେଳକୁ ୨୫ ବର୍ଷ ଛୁଇଁବ। ଏହି ୨୫ ବର୍ଷର କାଳଖଣ୍ଡ କିଛି କମ୍ ସମୟ ନୁେହଁ। ଏହାକୁ ପରବର୍ତୀ ପିଢୀ ନିଶ୍ଚିିତ ଭାବେ ତର୍ଜମା କରିବେ। ନବୀନ ବାବୁ ନିଜେ ତାଙ୍କ ସଫଳତାର ରହସ୍ୟ େଖାଲାେଖାଲି କହିଛନ୍ତି। ଚିନ୍ତା ଓ ଚେତନା ଭିତରେ ଯଦି ସାଧାରଣ େଲାକ ରହିବ, ତେବେ ନିେଶ୍ଚ ସଫଳତା ମିଳିବ। ସେଥିପାଇଁ ନବୀନ ବାବୁଙ୍କ େଯାଜନା ସବୁବେଳେ ସାଧାରଣ େଲାକଙ୍କ କଥା କହିଥାଏ।

ଶ୍ରୀ ପଟ୍ଟନାୟକ କହିଥିଲେ, ରାଜ୍ୟ ସରକାର ସମନ୍ବିତ ବିକାଶ କଥା କହିଛନ୍ତି ଏବଂ ମା’ େପଟରେ ଥିବା ଛୁଆ ଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର େଯାଜନା ପର୍ଯ୍ୟନ୍ତ ସବୁ ବର୍ଗର ଉନ୍ନତି ପାଇଁ କାର୍ଯ୍ୟକ୍ରମ କରିଛନ୍ତି। ନିର୍ବାଚନ ପୂର୍ବର ମଧ୍ୟ କ୍ଷୁଧାମୁକ୍ତି ସଂକ୍ରାନ୍ତ େଯାଜନା େହଉ କି କାଳିଆ ଭଳି କୃଷକ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ େଭାଟ କାଙ୍ଗାଳ େନତାମାନେ କେତେ କଣ କହି ସମାଲୋଚନା କରିଥିଲେ। ହେଲେ ନିର୍ବାଚନ ପରେ ଏସବୁ କାର୍ଯ୍ୟକ୍ରମ ଓ େଯାଜନାକୁ ବଳବତ୍ତର ରଖି ନବୀନ ଗରିବ ଓ କୃଷିକଙ୍କ ପାଇଁ ତାଙ୍କ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି।

େଗାଟିଏ ସମୟ ଥିଲା, େଯତେବେଳେ କି ରାଜ୍ୟ ବାହାରେ ଓଡ଼ିଶାର ପରିଚୟ ଥିଲା ଦାରିଦ୍ର୍ୟ ଓ ଶିଶୁବିକ୍ରି। ଏବେ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ବିକାଶ ପର୍ବ ସରିଛି। ଆଉ ତାର ଉପଲବ୍ଧି େହଲା, ରାଜ୍ୟରୁ ଅନାହାର ବିେଲାପ ଘଟିଛି। ଅନାହାରରେ କେହି ମୃତ୍ୟୁବରଣ କରୁଛି େବାଲି କହିପାରି‌େବ ନାହିଁ। ଅବଶ୍ୟ େଯତେବେଳେ କୌଣସି କାରଣରୁ ଜଣେ ଗରିବ ପ୍ରାଣ ହରାଉଛି, ସେତେବେଳେ ବିେରାଧୀ ଦଳ ତାକୁ ଅନାହାର ମୃତ୍ୟୁ େବାଲି ଦାବି କରୁଛି। ଦଣ୍ଡ ଭୟରେ ପ୍ରଶାସନ ମୃତ୍ୟୁର କାରଣ ବ୍ୟକ୍ତିଗତ େବାଲି କହି ଏଡାଇ ଯାଉଛି। େଗାଟିଏ ଗରିବ େଲାକର ମୃତ୍ୟୁକୁ ନେଇ ଏଭଳି ରାଜନୀତି ଆଦୌ େଶାଭନୀୟ ନୁହେଁ। ଏବେ ଏଭଳି ଅଭିେଯାଗ ଯଦି ଆସୁଛି, ରାଜ୍ୟ ସରକାର ସ୍ଥାନୀୟ ବିଧାୟକ ଓ ପ୍ରତିପକ୍ଷ ଦଳର େନତାଙ୍କୁ ନେଇ ଏକ ସ୍ବତନ୍ତ୍ର ଅନୁସନ୍ଧାନ କମିଟି ଗଠନ କରନ୍ତୁ। ସେମାନେ ଏହାର ତଦନ୍ତ କରନ୍ତୁ େବାଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଟଙ୍କିକିଆ ଚାଉଳରେ ଭାତ ରନ୍ଧା େହାଇଗଲେ, ବିକାଶ ହୋଇଗଲା। ଏକଥା କ୍ଷମତାସୀନ ଦଳ ପାଇଁ ଶୋଭନୀୟ ନୁହେଁ େବାଲି ମତ ରଖି ଶ୍ରୀ ପଟ୍ଟନାୟକ କହିଥିଲେ, ଖାସ୍ ଏଇଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯାତ୍ରାର ଦ୍ବିତୀୟ ପର୍ବର ଆରମ୍ଭ ସଶକ୍ତ ସ୍ବାସ୍ଥ୍ୟ ସେବା, ଉତ୍ତମ ଶିକ୍ଷା ବ୍ୟବସ୍ଥା, ମହିଳାଙ୍କ ବିକାଶ, ସାମାଜିକ ନିରାପତ୍ତା, େବକାରୀ ଦୂରୀକରଣ ପାଇଁ ଉଦ୍ୟମ ଆରମ୍ଭ େହାଇଛି।

ସରକାର କୃଷିକୁ ପ୍ରାଧାନ୍ୟ େଦଇଛନ୍ତି। ସ୍ବତନ୍ତ୍ର କୃଷି ବଜେଟ୍ କରୁଛନ୍ତି। ଚାଷୀକୁ ପାଣି ଦରକାର, ବିହନ ମିଳିବା ଦରକାର। ପ୍ରଶାସନିକସ୍ତରରେ ଅବହେଳା କାରଣରୁ ଏହି ଲକ୍ଷ୍ୟ ବିଚ୍ୟୁତ େହବା ଉଚିତ ନୁହେଁ। ଖଣିଜ ସଂପଦ ଲୁଟେରାଙ୍କୁ ଦଣ୍ଡ ଦେବା ପାଇଁ ଆହୁରି କିଛି ଦଣ୍ଡ ବିଧାନ ଆବଶ୍ୟକ ପଡୁଛି, ତେବେ ତାହା େକାର୍ଟକୁ ଛାଡି ଦିଆଯାଉ। ସେହି ଆେଲାଚନା ପାଇଁ ଆଉ ଗୃହରେ ସମୟ ନଷ୍ଟ ନ କରାଯାଉ। ୨୦୨୦ରେ କେନ୍ଦ୍ର ସରକାର େଯଉଁ ଆଇନ ଆଣୁଛନ୍ତି, ତାହା ଆହୁରି ବଳିଷ୍ଠ ଓ ସଶକ୍ତ ହେବା ଦରକାର ଏବଂ ଏଥିରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହୁ, ଏଥିପ୍ରତି ବରଂ ଉଦ୍ୟମ େହବା ଦରକାର। ହେଲେ ଖଣି ପଟ୍ଟାଦାରଙ୍କ ଠାରୁ େଯତିକି ବି ଜରିମାନା ଆଦାୟ େହଉଛି, ତାହା ଖଣି ଅଞ୍ଚଳର ବିକାଶରେ ଲାଗୁ େବାଲି ସେ ସରକାରଙ୍କୁ ନିେବଦନ କରିଥିଲେ।

ସଂଖ୍ୟାର ଅହଂକାର ନିଶ୍ଚିତ ଭାବେ କ୍ଷତିକାରକ େବାଲି ସୂଚାଇ ଶ୍ରୀ ପଟ୍ଟନାୟକ କହିଥିଲେ, କ୍ଷମତାସୀନ ଦଳ ଫଳନ୍ତି ଗଛ ନଇଁଲା ଭଳି ଆଚରଣ ପ୍ରଦର୍ଶନ କରିବା ଉଚିତ୍। ବିେରାଧୀ ଦଳ ସବୁ କଥାରେ ବିେରାଧ କରିବା ମାନସିକତା ନ ଛାଡିବା ମଧ୍ୟ ଆହୁରି କ୍ଷତିକାରକ।

ଏହି ଅବସରରେ ରାଜ୍ୟରେ ୫ଟି ମହାନଗରୀକୁ ସ୍ମାର୍ଟସିଟି ରୂପେ ବିକଶିତ କରିବାକୁ ଉଦ୍ୟମ କରାଯିବା ସଂପର୍କରେ ବକ୍ତବ୍ୟ ରଖି ଶ୍ରୀ ପଟ୍ଟନାୟକ କହିଥିଲେ, ରାଜଧାନୀ ଭୁବନେଶ୍ୱର ଭଳି ଅନ୍ୟ ସହରରେ ମଧ୍ୟ ସ୍ମାର୍ଟ ସିଟିର ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ହେଲେ ଭଲ। କିନ୍ତୁ କେବଳ ସହରରେ ନୁହେଁ, ଗ୍ରାମାଞ୍ଚଳର ମଧ୍ୟ ବିକାଶ ଆବଶ୍ୟକ। ମୂଳ ଗ୍ରାମାଞ୍ଚଳବାସୀ ଥରେ ସହରକୁ ଆସିଲେ ଆଉ ଗାଁକୁ ଫେରିଯିବାକୁ ମନ କରୁନାହାନ୍ତି। ଗାଁ ମୁରବୀ ଶୂନ୍ୟ େହାଇଯାଉଛି। ଥରେ ଗ୍ରାମାଞ୍ଚଳରେ ସମସ୍ତ ମୌଳିକ ସୁବିଧା ସୁଯୋଗ ଉପଲବ୍ଧ ହେଲେ ଆଉ କେହି ଗାଁକୁ ଛାଡ଼ି ସହରକୁ ଯିବାକୁ ଚାହିଁବେ ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର