ନୂଆଦିଲ୍ଲୀ: ଆଜିକାଲି ପିଲା ଠାରୁ ବୃଦ୍ଧ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ଦେଖିବାକୁ ମିଳୁଛି। ସମୟ ସମୟରେ ସ୍ମାର୍ଟଫୋନ ବ୍ୟବହାରକୁ ନେଇ ଗବେଷକମାନେ ଅନେକ ପ୍ରକାର ଗବେଷଣା କରିଥାଆନ୍ତି। ନିକଟରେ ଗବେଷକମାନେ ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର କରିବା ଦ୍ବାରା ଆଙ୍ଗୁଳିର ଆକାର ଛୋଟ ହୋଇଯାଉଥିବା ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ଦେଇଛନ୍ତି।

Advertisment

ଏହି ରିପୋର୍ଟରେ ଗବେଷକମାନେ ଦାବି କରିଛନ୍ତି କି,ସ୍ମାର୍ଟଫୋନ ବ୍ୟବହାର ବେଳେ ଆମେ ଆମର ଆଙ୍ଗୁଳିମାନଙ୍କ ମଧ୍ୟରୁ କନିଷ୍ଠ ଆଙ୍ଗୁଳିକୁ ଅଧିକମାତ୍ରାରେ ବ୍ୟବହାର କରିଥାଉ। ଫୋନ ତଳେ ନପଡ଼ିବା ପାଇଁ କନିଷ୍ଠ ଆଙ୍ଗୁଳି ସାହାରା ସାଜିଥାଏ। ତେଣୁ ଅଧିକ ପ୍ରଭାବ କନିଷ୍ଠ ଆଙ୍ଗୁଳି ଉପରେ ପଡ଼ିଥାଏ।

ଆପଣ ବି ଯଦି ଅନେକ ବର୍ଷ ହେବ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ତେବେ ଆଙ୍ଗୁଳି ଉପରେ ଏହାର କ’ଣ ପ୍ରଭାବ ପଡ଼ିଛି। ତାହାକୁ ସ୍ପଷ୍ଟ ଭାବେ ଜାଣିପାରିବେ।

ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର ଯୋଗୁଁ ଛୋଟ ଆଙ୍ଗୁଳିରେ ସମୟ ସମୟରେ ଯନ୍ତ୍ରଣା ହୋଇଥାଏ। ଏହି ଯନ୍ତ୍ରଣା ପ୍ରାୟତଃ ଆଙ୍ଗୁଳିର ହାଡ଼ ଦବି ଯାଉଥିବା ହେତୁ ହୋଇଥାଏ। ତୁରନ୍ତ ଏଭଳି ଅସୁବିଧା ପରିଲକ୍ଷିତ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଫୋନ ଧରିବାର ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ। ଏଥିସହିତ ଫୋନ ବ୍ୟବହାର ସମୟରେ ହାତରୁ ଫୋନ ନଖସିବା ପାଇଁ ବଜାରରେ ବିଭିନ୍ନ ପ୍ରକାର କଭର ମିଳୁଛି ଯାହାକୁ ବ୍ୟବହାର କରି ଆମେ ଆମ ଆଙ୍ଗୁଳିକୁ ସୁରକ୍ଷିତ ରଖିପାରିବେ।