କେମିତି ‘ମୋନାଲିସା’ର ହସ ଏତେ ସୁନ୍ଦର! କ’ଣ ଏହି ଛବିର ରହସ୍ୟ? ଜାଣନ୍ତୁ ଏହି ଚିତ୍ରରେ ଲୁଚିଛି ବାସ୍ତବରେ କାହା ଓଠର ହସ

ସଂସାରରେ ଏମିତି ଖୁବ୍‌ କମ୍‌ ଲୋକ ଜନ୍ମ ନିଅନ୍ତି ଯାହାଙ୍କୁ ତାଙ୍କ କଳା ପାଇଁ ଅୟୁତ ଅୟୁତ ବର୍ଷ ପର୍ଯ୍ୟନ୍ତ ମନେ ରଖାଯାଏ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଚିତ୍ରକର ଲିଓନାର୍ଡ ଭିନ୍‌ସି। ଏହି ଚିତ୍ରକରଙ୍କୁ ଯେତେବେଳେ ୫୧ ବର୍ଷ ହୋଇଥାଏ ସେ ଏକ ଚିତ୍ର ଆଙ୍କନ୍ତି। ଚିତ୍ରଟି ଜଣେ ନାରୀଙ୍କର। ସେହି ନାରୀଙ୍କୁ ସାରା ବିଶ୍ୱ ମୋନାଲିସା ନାମରେ ଜାଣେ। ମାତ୍ର ରହସ୍ୟର କଥା ହେଉଛି କି ‘ମୋନାଲିସା’ ଏକ ଅପଭ୍ରଂସ ଶବ୍ଦ। ଲିଓନାର୍ଡ ବନାଇଥିବା ଚିତ୍ରର ନାମ ବାସ୍ତବରେ ‘ମୋନା-ଲିଜା’। ଯାହାର ଅର୍ଥ ଇଟାଲିରେ ‘ମାଇଁ ଲେଡି’ ବା ‘ମୋ ନାରୀ’।

ଏହି ଚିତ୍ରଟିର ମହତ୍ତ୍ୱ ହେଉଛି ନାରୀ ଜଣଙ୍କର ହସ। କୁହାଯାଏ ମୋନାଲିସାଙ୍କ ଓଠର ହସ ହେଉଛି ଦୁନିଆର ସବୁଠାରୁ ସୁନ୍ଦର ହସ। ଏହି ଚିତ୍ରଟିକୁ ଭିନ୍ନ କୋଣରୁ ଦେଖିଲେ ହସ ପରିବର୍ତ୍ତନ ହେବା ପରି ଦିଶେ। ଏହାକୁ ନେଇ ଅନେକ ଗବେଷକ ଭିନ୍ନ ଭିନ୍ନ ଗବେଷଣା କରିଛନ୍ତି। ହେଲେ ଚିତ୍ର ପଛର ରହସ୍ୟ ଏଯାଏ ବି ସଂପୂର୍ଣ୍ଣ ଅସ୍ପଷ୍ଟ। ଜାଣିବାକୁ ମିଳିଛି ଯେ ଏହି ଚିତ୍ରଟିକୁ ସାଧାରଣ ଚିତ୍ର ପରି କୌଣସି କାଗଜ ନୁହେଁ, ବରଂ କାଠରେ ବନାଯାଇଥିଲା। ୨୦୦୫ ମସିହାରେ ଜଣେ ଗବେଷକ ଏହି ଚିତ୍ରଟିର ଭିନ୍ନ ଭିନ୍ନ ଫଟୋ କପି ବାହାର କରି ଯେଉଁ ସୂଚନା ଦେଇଛନ୍ତି ତାହା ଅତ୍ୟନ୍ତ ରୋଚକ। ଗବେଷକଙ୍କ କହିବା ଅନୁଯାୟୀ ମୋନାଲିସା ପେଣ୍ଟିଂ ପଛରେ ଏକ ଏଲିୟନ୍‌ର ଚେହେରା ଲୁଚି ରହିଛି। ଅର୍ଥାତ ଏକ ଏଲିୟନ୍‌ର ଚେହେରା ସାହାଯ୍ୟରେ ଲିଓନାର୍ଡ ଚିତ୍ରଟିକୁ ବନାଇଛନ୍ତି।

କିଛି ବୈଜ୍ଞାନିକଙ୍କ କହିବା କଥା ହେଲା ଲିଓନାର୍ଡ ନିଜ ମାଆଙ୍କୁ ମନେ ପକାଇ ଏହି ଚିତ୍ରଟି ଆଙ୍କିଛନ୍ତି। କାହିଁକି ନା, ଏହି ଚିତ୍ରଟିର ମୁହଁର ସାମାନ୍ୟ ଲିଓନାର୍ଡଙ୍କ ମାଆଙ୍କ ମୁହଁ ସହ ସମାନତା ରହିଛି। ଆଉ କେହି କୁହନ୍ତି ଲିଓନାର୍ଡ ନିଜର ମହିଳା ରୂପକୁ ଭାବି କରି ଏହି ଚିତ୍ର ଆଙ୍କିଛନ୍ତି। ବାସ୍ତବରେ ମୋନାଲିସା ଚିତ୍ର ପଛର ସେହି ଝିଅଟି କିଏ ଆଜି ପର୍ଯ୍ୟନ୍ତ ଶତ ପ୍ରତିଶତ ପ୍ରମାଣ ମିଳିନାହିଁ।

ଆହୁରି ବି କଥାଟିଏ ରହିଛି। ଚିତ୍ରକରଙ୍କର ଜଣେ ଘନିଷ୍ଠ ମିତ୍ର ତାଙ୍କୁ ତାଙ୍କ ପତ୍ନୀଙ୍କର ଏକ ଚିତ୍ର ଆଙ୍କିବାକୁ ଅନୁରୋଧ କରିଥିଲେ। ଏହି ପତ୍ରଟି ୧୫୦୩ ମସିହାରେ ଲେଖା ଯାଇଥିଲା। ଚିତ୍ରକରଙ୍କ ବନ୍ଧୁପତ୍ନୀଙ୍କ ନାମ ଥିଲା ଲିଜା ଜିଓପାଣ୍ଡୁ। ସେହି ମହିହାରେ ସେ ଲିଜା ଜିଓପାଣ୍ଡୁଙ୍କର ଏକ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ। ମାତ୍ର ଚିତ୍ରଟି ସେତେ ଆକର୍ଷଣୀୟ ହୋଇ ପାରିନଥିବାରୁ ଚିତ୍ରକର ସନ୍ତୁଷ୍ଟ ହୋଇନଥିଲେ। ବନ୍ଧୁପତ୍ନୀଙ୍କର ଯେଉଁ ଚିତ୍ର ବନାଇଥିଲେ ତାହା ଉଦାସ ଦିଶୁଥିଲା। ତାହାକୁ ସଜାଡ଼ିବାକୁ ଯାଇ ଲିଓନାର୍ଡ ଆଉ ଟିକେ କୌଶଳ ଓ ସମୟ ବିନିଯୋଗ କଲେ। ଚିତ୍ର ଭିତରେ ଥିବା ନାରୀ ଓଠରେ ଆକର୍ଷଣୀୟ ହସ ଭରିଲେ। ଲିଓନାର୍ଡଙ୍କ ବନ୍ଧୁଙ୍କ ପତ୍ନୀ ସହିତ ସେହି ଚିତ୍ରଟିର ଅନେକ ସାମଞ୍ଜସ୍ୟ ରହିଛି। ବୋଧହୁଏ ମୋନାଲିସା ଚିତ୍ର ପଛରେ ଲିଜା ଜିଓପାଣ୍ଡୁ ଅଛନ୍ତି ବୋଲି କେହି କେହି ମତ ରଖିଛନ୍ତି।

ସମ୍ବନ୍ଧିତ ଖବର