ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି ବର୍ଷ ଯାଉଛି ୫ ଲକ୍ଷ ଲୋକଙ୍କ ଜୀବନ!

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବାୟୁ ପ୍ରଦୂଷଣ। ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ଯାଉଛି ପ୍ରାୟ ୫ ଲକ୍ଷ ଲୋକଙ୍କ ଜୀବନ। ଏହା ଏବେ ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ବୃଦ୍ଧି ପାଇବାରେ ଲାଗିଛି ଯାନବାହନ ଚଳାଚଳ। ଏହି ଯାନ ବାହାନରୁ ନିର୍ଗତ ହେଉଥିବା ବିଷାକ୍ତ ବାଷ୍ପ ଏବଂ ଲୋକମାନଙ୍କୁ ଘର ଚୁଲାରୁ ନିର୍ଗତ ହେଉଥିବା ବିଷାକ୍ତ ଧୁଆଁ ଯେ, ଏତେ ଭୟଙ୍କର ହୋଇପାରେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ବିଷାକ୍ତ କଣିକା ପ୍ରଦୂଷଣରେ ହେଉଥିବା ୭୦ ପ୍ରତିଶତ ମୃତ୍ୟୁର କାରଣ ଅଟେ। ଅର୍ଥାତ ପ୍ରତି ବର୍ଷ ପାଖାପାଖି ସାଢେ ୩ ଲକ୍ଷ ଲୋକ ଏହି ପ୍ରଦୂଷଣ କାରଣରୁ ହେଉଥିବା ରୋଗ ଦ୍ୱାରା ମୃତ୍ୟୁବରଣ କରୁଛନ୍ତି। ଏଭଳି ସାଂଘାତିକ ତଥ୍ୟ ଆଇଆଇଟିର ସିଭିଲ୍‌ ଇଞ୍ଜିନିୟରିଙ୍ଗ ବିଭାଗ ପିଏଚଡି ଛାତ୍ରମାନଙ୍କ ରିସର୍ଚ୍ଚରୁ ସାମ୍ନାକୁ ଆସିଛି ।

ଦେଶରେ ଦିନକୁ ଦିନ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଆଇଆଇଟି କାନପୁରର ଛାତ୍ରମାନେ କାନପୁରକୁ କେନ୍ଦ୍ରରେ ରଖି ଦିଲ୍ଲୀ, ନୋଏଡା, ପାଟନା, ଜୟପୁର ସମେତ ଅନ୍ୟ କେତେକ ସହରରେ ଏନେଇ ରିସର୍ଚ୍ଚ କରିଥିଲେ। ରିସର୍ଚ୍ଚରୁ ଜଣାପଡିଛି ଯେ, ବାୟୁ ପ୍ରଦୂଷଣରେ ୭୩ ପ୍ରତିଶତ ଧୂଳିକଣା ପିଏମ ୨.୫ରୁ ଉପରେ ରହିଛି। ଯାହାକି ଶରୀରରେ ଉପରି ଭାଗ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଟେ। ସୂଚନା ଅନୁଯାୟୀ, ବାୟୁ ପ୍ରଦୂଷଣରେ ଯେଉଁ ୫ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି, ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ଲୋକଙ୍କର ଜୀବନ ସେହି ଛୋଟ ଧୂଳି କଣା ପାଇଁ ଯାଇଛି। ତେବେ କେବଳ ଗାଡି ମୋଟର ନୁହେଁ, ଘରର ଚୂଲା, ବାଣ, ଘର ମାନଙ୍କରେ ଜଳୁଥିବା ଧୂପକାଠି, ରାସ୍ତାରେ ଭିଡରେ ଫସି ରହୁଥିବା ଗାଡି ଗୁଡିକର ବିଷାକ୍ତ ଧୂଆଁ ଆଦି କାରଣରୁ ଏହା ବିଶେଷ ଭାବେ ପ୍ରଭାବିତ ହେଉଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର