କର୍ମତତ୍ପର ଜୀବନର ଦୀର୍ଘ ଏକ ମାସ ଅତିବାହିତ ହୋଇସାରିଛି। ସେଦିନର ସେହି ଲୁହଭିଜା ରାତ୍ରିରେ ସଭିଏଁ ଅପେକ୍ଷାରେ। ‘‘କେତେବେଳେ ବୁଲୁ ଆସିବ, ସମସ୍ତେ ତାହାର ଅନ୍ତିମ ସତ୍ତା ଅନୁଭବ କରିବେ।’’ରାତ୍ରି ୯ଟା୫୦ ମିନିଟ୍ରେ ସବୁ ଅପେକ୍ଷାର ପରିସମାପ୍ତି ଘଟିଲା। ବଡ଼ଭାଇ ପୁଥୁଲ୍ (ନିରଞ୍ଜନ)ଙ୍କର ଲୁହଭରା ଆଖି। ମାଉସୀଙ୍କୁ ଦେଇଥିବା ପ୍ରତିଶ୍ରୁତିର ସ୍ମୃତିଚାରଣ କରୁଥିଲେ ଭିଡ଼ ଭିତରେ ଏକୁଟିଆ। ମାଉସୀଙ୍କର ସାନପୁଅ ବୁଲୁ। ଅଷ୍ଟମ ଗର୍ଭରେ ତା’ର ଜନ୍ମ। ଅଷ୍ଟମ ଗର୍ଭ ଅତି ପବିତ୍ର। ବୁଲୁ ଅତି ସୁନ୍ଦର କୁନି ପିଲାଟିଏ ହୋଇଥିବ। ମାଉସୀଙ୍କର ସବୁକିଛି। ବଡ଼ ପରିବାରର ଶୃଙ୍ଖଳା ଭିତରେ ବନ୍ଧାଥିଲେ ମଧ୍ୟ ମାଉସୀଙ୍କର ସ୍ନେହବୋଳା ଅବାରିତ ଆଦରର ଥିଲା ବୁଲୁ। ପିଲାଦିନର ତାର ଗେଲିସ୍ ଦିଆ ପ୍ୟାଣ୍ଟ୍ ଭଳି ଏକ ଶୃଙ୍ଖଳା ବା ବନ୍ଧନହୀନ ଜୀବନର ମୂଳଦୁଆ ମାଉସୀ ପକେଇଥିଲେ। ପରିଣତ ବୟସରେ ମଧ୍ୟ ତାଙ୍କର ସବୁ କିଛି ଥିଲା ବୁଲୁ। କିନ୍ତୁ ଦିନେ ତ ତାଙ୍କର ଯିବାର ଥିଲା। ରୋଗଶଯ୍ୟାରେ ଶୋଇ ଶୋଇ ନିରବ ପ୍ରାର୍ଥନା କରୁଥିଲେ ବୁଲୁ ପାଇଁ। ଆଜ୍ଞାଧୀନ, ବୋଉ ସୁହାଗି ନିରଞ୍ଜନଙ୍କୁ ପ୍ରତିଜ୍ଞାବଦ୍ଧ କରାଇଥିଲେ ବୋଧହୁଏ। ‘ପୁଥୁଲ୍, ତା’ର ପିଲାମାନେ ତତେ ଲାଗିଲେ’। ଆଜି ତା’ର ମୃତ୍ୟୁରେ ନିରଞ୍ଜନ ଅତ୍ୟନ୍ତ ଅଧିର ହୋଇପଡ଼ିଛନ୍ତି।
ଇଟା, ସିମେଣ୍ଟରେ ଘର ତୋଳିବା ପରି ବୁଲୁକୁ ଗଢ଼ିଥିଲେ ସେ। ପ୍ରସିଦ୍ଧ ଅମିୟ ର˚ଜନ ପଟ୍ଟନାୟକ କରିବାରେ ତାଙ୍କର ମୁକ୍ତହସ୍ତ ହୃଦୟଚିରା ସ୍ନେହ ଥିଲା, ଯାହା ଏକ ସ୍ବାକ୍ଷର। ପ୍ରତିଷ୍ଠା, ସମ୍ମାନ, ସର୍ଭଭାରତୀୟ ଡ୍ରାମା ଏବ˚ ସିନେମା ସ୍ତରରେ ତାର ସୁନାମ ସବୁକିଛି ସେହି ପିତୃପ୍ରତିମ ଅଗ୍ରଜଙ୍କର ମାତୃ ପ୍ରତିଶ୍ରୁତିର ଦେୟ। ଜୀବନ ଏବ˚ କର୍ମ ଜୀବନର ସୁଚିନ୍ତିତ ମୂଳଦୁଆ ପକାଇବାରେ ବଡ଼ଭାଇର ଅନ୍ତହୀନ ସାହାଯ୍ୟ, ସହାନୁଭୂତି ଏବ˚ ଅନୁକମ୍ପାର ଭାବବିହ୍ବଳ କାହାଣୀର ଲେଖକ ଥିଲେ ପୁଥୁଲଭାଇ। ଏଥିରେ କୌଣସି ଦ୍ବିମତ ନାହିଁ। ସେ ଦିନ ରାତ୍ରିର ଝଡ଼ ପରର ନିରବତା ମଧ୍ୟରେ ପୁଥୁଲ୍ଭାଇ ବୋଧହୁଏ ସ୍ବର୍ଗବାସୀ ମା’ଙ୍କୁ ଦେଇଥିବା ନିରବ ପ୍ରତିଶ୍ରୁତିର ସ୍ମୃତିଚାରଣ କରି କେବଳ ଦୁଃଖୀ ହେଉନଥିଲେ, କ୍ଷମା ପ୍ରାର୍ଥନା ମଧ୍ୟ କରୁଥିଲେ ଅନ୍ତରରେ କହି କହି ‘‘ବୋଉ, ପ୍ରତିଶ୍ରୁତି ରଖିପାରିନାହିଁ। ଆଉ କେଇବର୍ଷର ସଫଳ ଇତିହାସ ଲେଖିବାକୁ ବୁଲୁ ରହିଲା ନାହିଁ। ମତେ କ୍ଷମା କରିଦେବୁ।’’
-ଲଲିଆ ଭାଇ