କେବେ ‌ପାଲଟିବ ସ୍ମୃତିସ୍ଥଳ?

ଗୋରାକବର : ଅଧା ରହିଛି ବିଶ୍ରାମସ୍ଥଳ

ରାଜ୍ୟର ପ୍ରଥମ ମହିଳା କଲେଜ ହେଉଛି ଶୈଳବାଳା ମହିଳା ମହାବିଦ୍ୟାଳୟ। ନାରୀ ଶିକ୍ଷାର ପ୍ରଚାରପ୍ରସାର ପାଇଁ ମଧୁ ବାବୁ ନିଜ ବାସ ଗୃହକୁ କଲେଜ ଖୋଲିବା ପାଇଁ ଦେଇଥିଲେ। ତାଙ୍କ ଝିଅ ଶୈଳବାଳା ଦାସଙ୍କ ନାମରେ ଏହି କଲେଜ ନାମିତ ହୋଇଥିବା ବେଳେ ଏଥିରେ ମଧୁବାବୁଙ୍କ ଅନେକ ସ୍ମୃତି ସାଇତା ହୋଇ ରହିଛି। ଶେଷ ସମୟରେ ମଧୁ ବାବୁ ରହୁଥିବା ଘରେ ଏବେ କଲେଜ କାର୍ଯ୍ୟାଳୟ ଚାଲିଛି। କଲେଜର ଆବଶ୍ୟକ ଭିତ୍ତିଭୂମି ନ ଥିବା ବେଳେ ଉକ୍ତ କୋଠରୀର ତଳ ମହଲାରେ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ, ପରୀକ୍ଷା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ଥିବା ବେଳେ ଉପର ମହଲାରେ ସ୍ନାତକୋତ୍ତର ସମାଜ ବିଜ୍ଞନ, ଦର୍ଶନଶାସ୍ତ୍ର ଓ ଆନ୍ଥ୍ରୋପୋଲୋଜି ବିଭାଗ ରହିଛି। ଏତେ ସବୁ କାର୍ଯ୍ୟାଳୟ ଓ ବିଭାଗ ଏଠାରେ କାମ କରୁଥିବା ବେଳେ ଏହାକୁ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଏବ˚ ସ˚ସ୍କୃତି ବିଭାଗ ନିଜ ଅଧିନକୁ ନେବାକୁ ଇଛା ପ୍ରକାଶ କରୁଛି। କିନ୍ତୁ ଏହାକୁ ସଂସ୍କୃତ ବିଭାଗ ନେଇଗଲେ ଛାତ୍ରୀଙ୍କ ପାଠପଢା ଓ କଲେଜ କାମ କରିବାରେ ସମସ୍ୟା ହେବ ବୋଲି କଲେଜ ପକ୍ଷରୁ ଯୁକ୍ତି ବଢ଼ାଯାଉଛି। କଲେଜ ଅଧ୍ୟକ୍ଷା ଡକ୍ଟର ଚିନ୍ମୟୀ ମହାପାତ୍ରଙ୍କ କହିବାନୁଯାୟୀ, କଲେଜ ସହିତ ମଧୁ ବାବୁଙ୍କ ସ୍ମୃତି ଯୋଡି ହୋଇ ରହିବା ଓଡ଼ିଶାର ପ୍ରଥମ ମହିଳା କଲେଜ ପାଇଁ ଏକ ଗୌରବର ବିଷୟ। ଏଠାକୁ ଆସୁଥିବା ପ୍ରତ୍ୟେକ ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମଧୁ ବାବୁଙ୍କ ଏହି ସ୍ମୃତିକୁ ନେଇ ଗର୍ବ କରନ୍ତି। ଏହାକୁ କଲେଜ ସହିତ ‌ସଂଯୁକ୍ତ ହୋଇ ରହିବାକୁ ଦିଆଯିବା ଦରକାର ବୋଲି ସେ ମତପୋଷଣ କରିଛନ୍ତି।

ଗୋରାକବର : ଅଧା ରହିଛି ବିଶ୍ରାମସ୍ଥଳ

ତୁଳସୀପୁରସ୍ଥିତ ଗୋରାକବର ହେଉଛି ମଧୁ ବାବୁଙ୍କ ସମାଧି ସ୍ଥଳ। ଏଠାରେ ମଧ୍ୟ ତାଙ୍କ ଝିଅ ଶୈଳବାଳାଙ୍କ ସମାଧି ରହିଛି। କିନ୍ତୁ ଏଭଳି ଜଣେ ବୀର ପୁରୁଷଙ୍କ ସମାଧି ସ୍ଥଳକୁ ଉପଯୁକ୍ତ ସମ୍ମାନ ମିଳିପାରିନାହିଁ। ବର୍ଷା ଦିନେ ଏଠାରେ ପାଣି ଜମି ରହୁଥିବା ବେଳେ ବର୍ଷକୁ ଥରେ କେବଳ ମଧୁ ଜୟନ୍ତୀରେ ଏହାକୁ ପ୍ରଶାସନ ପକ୍ଷରୁ ସଫା କରାଯାଉଛି। ମଧୁବାବୁଙ୍କ ସମାଧିପୀଠ ଅବହେଳିତ ଅବସ୍ଥାରେ ପଡ଼ିଥିବା ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଭର୍ତ୍ତୃହରି ମହତାବ ନିଜ ସାଂସଦ ପାଣ୍ଠିରୁ ଏହାର ଉନ୍ନତିକରଣ ପାଇଁ ୧୦ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ। ଏହି ଅର୍ଥରେ ଏକ ବିଶ୍ରାମସ୍ଥଳ ଗତବର୍ଷରୁ ସିଏମ୍‌ସି ଦ୍ବାରା ନିର୍ମାଣ ଚାଲିଛି। ହେଲେ ସରିବା ନାଁ ଧରୁନାହିଁ। ସେହିପରି କବରଖାନାର ସୌଦର୍ଯ୍ୟକରଣ ପାଇଁ ୬ବର୍ଷ ତଳେ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ୨୦ ଲକ୍ଷ ଟଙ୍କାର ଏକ ବ୍ୟୟ ଅଟଳକ ପ୍ରଦାନ କରାଯାଇଥିଲା। ମାତ୍ର ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଇ ନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର