ନୂଆଦିଲ୍ଲୀ: ବର୍ଷାଦିନେ ସାପପ୍ରତି ସାବଧାନ ରହିବାକୁ କ୍ରମାଗତ ଭାବେ ଲୋକଙ୍କୁ ସଚେତନ କରାଯାଇଥାଏ। ବର୍ଷାଦିନେ ଗାଡ଼ି ଜୋତା, ହେଲମେଟ ଓ ରୋଷେଇ ଘର ଭିତରୁ ସାପ ବାହାରିବା ଘଟଣା ପ୍ରାୟତଃ ସାମ୍ନାକୁ ଆସିଥାଏ। ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।
ଯେଉଁଥିରେ ରୋଷେଇ ଘର ଭିତରେ ଥିବା ଏକ ଇଣ୍ଡକସନ ଭିତରୁ ସାପ ଫଣା ଟେକି ବାହାରୁଥିବା ଦେଖିବାକୁ ମିଳୁଛି। ଭିଡିଓଟି କେଉଁସ୍ଥାନର ଓ କେବେକାର ଖବର ଲେଖାହେଲା ପର୍ଯ୍ୟନ୍ତ ତାହା ଜଣାପଡ଼ି ନଥିଲା। ଭିଡିଓକୁ ଇନଷ୍ଟାଗ୍ରାମରେ @gujarati_snake_guru01ନାମକ ଆକଉଣ୍ଟରେ ସେୟାର କରାଯାଇଛି।
ଭିଡିଓ ଦେଖି ଏହା ଜଣାପଡ଼ୁଛି ଯେ ରୋଷେଇ ଘର ଭିତରୁ ସାପ ବାହାରିବା ଦେଖି ଘରଲୋକ ଭୟଭୀତ ହୋଇଯାଇଛନ୍ତି। କେହି ଜଣେ ସାପର ଭିଡିଓ କରୁଥିବା ବେଳେ ସେ କ୍ରମାଗତ ଭାବେ ଗର୍ଜନ ଛାଡ଼ି ଏକାଧିକ ଥର ଆକ୍ରମଣ କରିବାକୁ ବି ଚେଷ୍ଟା କରିଥିଲା। ସୌଭାଗ୍ୟବଶତଃ ଉକ୍ତ ସାପଟି କାହାକୁ ଦଂଶନ କରି ନାହିଁ କିନ୍ତୁ ଯେଭଳି ଭାବେ ସେ ଇଣ୍ଡକସନ ଭିତରୁ ଫଣା ଟେକି ବାହାରିଛି ଦେଖିଲେ ଭୟ ଲାଗୁଛି।