ଏଟିଏମ୍‌ ଭିତରୁ ବାହାରିଲା ସାପ, ଉଦ୍ଧାର ବେଳର ଭିଡିଓ ହେଲା ଭାଇରାଲ୍‌

କୋଇମ୍ବାଟୋରେ: ତାମିଲନାଡୁର କୋଇମ୍ବାଟୋରେର ଏକ ଏଟିଏମ୍‌ ଭିତରୁ ମଙ୍ଗଳବାର ଏକ ସାପ ଦେଖିବାକୁ ମିଳିଛି। ଯେଉଁ ଏଟିଏମ୍‌ ଭିତରୁ ସାପ ବାହାରିଛି ତାହା ଥାନେରାପାଣ୍ଡାଲ୍‌ ରୋଡ୍‌ରେ ଅବସ୍ଥିତ। ଏଟିଏମ୍‌ ଭିତରୁ ଜଣେ ସାପ ଧରାଳି ସାପଟିକୁ ଉଦ୍ଧାର କରିଛନ୍ତି। ସାପ ଧରାଳି ଜଣକ ସାପଟିକୁ ଉଦ୍ଧାର କରିବା ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଏବେ ଘୂରିବାରେ ଲାଗିଛି।

ଭିଡିଓଟରେ ଦେଖିବାକୁ ମିଳିଛି ଯେ ସାପ ଧରାଳୀ ଜଣକ ପ୍ରଥମେ ଏଟିଏମ୍‌ ଭିତରେ ସାପଟିକୁ ଖୋଜିବାରେ ଲାଗିଛନ୍ତି। ସାପଟି ଏଟିଏମ୍‌ ମେସିନ୍‌ର ପଛପଟେ ରହି ଯାଇଥିବାର ଦେଖିବାକୁ ମିଳିଛି। ଏହି ଘଟଣାରେ କାହାରି କିଛି କ୍ଷତି ଘଟିନାହିଁ। ତେବେ, ଏହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ଯେ ସାପଟିକୁ ପ୍ରଥମେ କିଏ ଦେଖିଲା ଓ ସାପଟି ଏଟିଏମ୍‌ ଭିତରକୁ କିପରି ପଶିଲା।

ଉଲ୍ଲେଖଯୋଗ୍ୟ, ଗତକାଲି କେରଳର କୁନ୍ନୁର ଲୋକସଭା ସଂସଦୀୟ କ୍ଷେତ୍ରର ଏକ ମତଦାନ କେନ୍ଦ୍ରରୁ ସାପ ବାହାରିଥିଲା। ସେହିପରି ଭିଭିପ୍ୟାଟ୍‌ ମେସିନ୍‌ରୁ ସାପ ବାହାରିଥିବାର ଉଦାହରଣ ରହିଛି।

ସମ୍ବନ୍ଧିତ ଖବର