ଏମ୍‌ଆର୍‌ଆଇ ମେସିନ୍‌ରେ ସାପ! ଶରୀରର କେଉଁ ଭାଗ ଭାଙ୍ଗିଛି ଜାଣିବା ପାଇଁ ସାପର ଏମ୍‌ଆର୍‌ଆଇ କରାଯାଉଥିବା ସମୟର ଫଟୋ ହେଉଛି ଭାଇରାଲ 

ମୁମ୍ବାଇ : ମଣିଷମାନଙ୍କର ଏମ୍‌ଆର୍‌ଆଇ କରାଯାଉଥିବା କଥା ତ ଆପଣମାନେ ଜାଣିଥିବେ । କିନ୍ତୁ କେବେ ସାପର ଏମ୍‌ଆର୍‌ଆଇ ହେବା କଥା ଆପଣ ଶୁଣିଥିଲେ କି? ଆଜ୍ଞା ହଁ! ମୁମ୍ବାଇର ଏକ ଡ଼ାକ୍ତରଖାନାରେ ଏକ ସାପର ଏମ୍‌ଆର୍‌ଆଇ କରାଯାଉଥିବାର ଦେଖା ଯାଇଛି । ଯାହାର ଫଟୋ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସାପର ଏମ୍‌ଆର୍‌ଆଇ କରାଯାଇ ତାହାର ଚିକିତ୍ସା କରିବାକୁ ଡ଼ାକ୍ତରମାନେ ଚେଷ୍ଟା କରୁଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଜଣେ ଯୁବକ ସାପକୁ ମାଡ଼ ମାରିବା ପରେ ତାହା ଶରୀରର ହାଡ଼ ଭାଙ୍ଗିଯିବାରୁ ସେ ଆଗକୁ ବଢ଼ି ପାରି ନ ଥିଲା । ସାପର ଏହି ଅବସ୍ଥା ଦେଖି ଜଣେ ପଶୁ ଡ଼ାକ୍ତର ଦୀପା କାତ୍ୟାଲ ତାକୁ ଡ଼ାକ୍ତରଖାନା ଆଣିବା ସହ ପ୍ରକୃତ ସମସ୍ୟା ଜାଣିବା ପାଇଁ ଏକ୍ସ-ରେ କରିଥିଲେ । କିନ୍ତୁ ଏକ୍ସ-ରେ ମଧ୍ୟ ପ୍ରକୃତ ସମସ୍ୟା ସାମ୍ନାକୁ ଆସି ପାରି ନଥିଲା । ଯାହା ପରେ ସେ ଏମ୍‌ଆର୍‌ଆଇ କରିବା ପାଇଁ ନିଷ୍ପତ୍ତିି ନେଇଥିଲେ, ଯାହା ପରେ ସାପକୁ ଏମ୍‌ଆର୍‌ଆଇ ପାଇଁ ରେଡ଼ିଓଲୋଜିଷ୍ଟ ରବି ଥାପରଙ୍କ ପାଖକୁ ନିଆ ଯାଇଥିଲା । ସାପର ଏମ୍‌ଆର୍‌ଆଇ କରିବା ପରେ ଏହା ଏକ ଭିନ୍ନ ଅନୁଭୁତି ଥିଲା ବୋଲି କହିଛନ୍ତି ରବି ଥାପର । ପୂର୍ବରୁ ମଣିଷମାନଙ୍କର ଏମ୍‌ଆର୍‌ଆଇ କରିଥିବା ବେଳେ ପ୍ରଥମ ଥର ପାଇଁ ସେ ଏକ ସାପର ଏମ୍‌ଆର୍‌ଆଇ କରି ସେ ଖୁସିଥିବା କହିଛନ୍ତି । ଏବେ ସାପକୁ ଟ୍ୟୁବ୍‌ ଜରିଆରେ ଖାଇବାକୁ ଦିଆଯାଉଥିବା ବେଳେ ସେ ସୁସ୍ଥ ହେଉଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର