ଲାଇଭ୍‌ ରିପୋର୍ଟିଂ କରୁଥିବା ସମୟରେ ସାମ୍ବାଦିକାଙ୍କ କାନ୍ଧ ଉପରେ ଖସି ପଡ଼ିଲା ସାପ, ଆଉ ତା’ପରେ…

ନୂଆଦିଲ୍ଲୀ: ସିଧାସଳଖ ଖବର ପ୍ରସାରଣ କରିବା ସାମ୍ବାଦିକ/ସାମ୍ବାଦିକାଙ୍କ ପାଇଁ କିଛି ସହଜ କାମ ନୁହେଁ। ରାସ୍ତାଘାଟରେ ସମ୍ବାଦ ସଂଗ୍ରହ କରୁଥିବା ସମୟରେ ସେମାନଙ୍କୁ ଅନେକ ଅସୁବିଧାର ସାମ୍ନା ବି କରିବାକୁ ପଡ଼ିଥାଏ। ଏମିତି ଏକ ଘଟଣା ଅଷ୍ଟ୍ରେଲିଆର ଜଣେ ମହିଳା ସାମ୍ବାଦିକଙ୍କ ସହିତ ଘଟିଥିବା ଦେଖିବାକୁ ମିଳିଛି।

ସାରା କେଓ୍ଵଟେ ଲାଇଭ୍‌ ରିପୋର୍ଟିଂ କରୁଥିଲେ। ଏହି ସମୟରେ ହଠାତ ତାଙ୍କ କାନ୍ଧ ଉପରେ ଏକ ସାପ ଖସି ପଡ଼ିଥିଲା। ଆଉ ସାରା ଧରିଥିବା ମାଇକ୍‌କୁ ସାପଟି ଦଂଶନ ପାଇଁ ଚେଷ୍ଟା କରୁଥିଲା। ଏହି ଘଟଣାରେ ସାରା ଭୟଭୀତ ହୋଇଯାଇଥିଲେ ହେଁ ସିଧାସଳଖ ଖବର ପ୍ରସାରଣ ଚାଲିଥିବା ହେତୁ ନିଜର ଭୟକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ସାପ କାନ୍ଧରେ ପଡ଼ିଥିବା ସତ୍ତ୍ୱେ ସାରା ନିଜ କର୍ତ୍ତବ୍ୟରେ ହେଳା ନକରି ସେମିତି ଖବର ଦେଇ ଚାଲିଥିଲେ। ଯାହା ଆପଣ ନିମ୍ନୋକ୍ତ ଭିଡିଓରେ ଦେଖି ପାରିବେ।

ସାରାଙ୍କ କାନ୍ଧରେ ସାପ ପଡ଼ିଯିବା ପରେ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ସେ ଭୟ ନକରି ହଲଚଲ ନହୋଇ ସେମିତି ସେଠାରେ ଛିଡ଼ା ରୁହନ୍ତୁ କିଛି ହେବ ନାହିଁ।

ରିପୋର୍ଟିଂ ପରେ ଏକ ସାକ୍ଷାତକାର ଦେଇ ସାରା କହିଥିଲେ, ତାଙ୍କୁ ସାପ ଦେଖିଲେ ବହୁତ ଭୟ ଲାଗିଥାଏ। ରିପୋର୍ଟ ସମୟରେ ହଠାତ ଏଭଳି ସାପ କାନ୍ଧରେ ଆସି ପଡ଼ିଯିବାରୁ ସେ ପୂରାପୂରି ଭୟଭୀତ ହୋଇଯାଇଥିଲେ। ଏହା ସତ୍ତ୍ୱେ ବି ତାଙ୍କୁ ଯେଭଳି ସଟ୍‌ ଦେବାର ଥିଲା ସେ ଦେଇଥିଲେ। ପରେ ସାପ ଧରାଳୀ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର