ଗୋଡ଼େଇ ଗୋଡ଼େଇ ସାପକୁ ଧରିଲେ ମହିଳା, ଭିଡିଓ ହେଲା ଭାଇରାଲ୍‌

ନୂଆଦିଲ୍ଳୀ: ସାପ ନାଁ ଶୁଣିବା ମାତ୍ରେ କିଛି ଲୋକ ଡରିକି ଛାନିଆ ହୋଇ ଯାଆନ୍ତି। ସାପକୁ ଛୁଇଁବା ତ ଦୂରର କଥା, କିଛି ଲୋକ ସାପକୁ ଦେଖି ଦେବା ମା‌ତ୍ରେ ଭୟରେ ଥରି ଉଠନ୍ତି। ମାତ୍ର ଆଜି ଆମେ ଏକ ଏପରି ଭିଡିଓ ଦେଖାଇବୁ ଯେଉଁଠାରେ ଜଣେ ମହିଳା ପାଣିରେ ପଶି ଗୋଡ଼େଇ ଗୋଡ଼େଇ ସାପକୁ ଧରୁଛନ୍ତି।

ଭାଇରାଲ୍‌ ହୋଇଥିବା ଭିଡିଓଟି ଦେଖିବା ପରେ ହୁଏତ ଆପଣ ନିଜ ଆଖିକୁ ବିଶ୍ବାସ କରିପାରିବେ ନାହିଁ। ଭିଡିଓରେ ଦେଖିପାରୁଥିବେ ଯେ ଗୋଟାଏ ନାଳରେ ଆଣ୍ଠୁଏ ତଳକୁ ପାଣି ଅଛି। ସେଥିରେ ଏକ ଲମ୍ବା ସାପକୁ ଦେଖିବାକୁ ମିଳୁଛି। ଜଣେ ମହିଳା ସେ ସାପଟିକୁ ଧରିବାକୁ ଉଦ୍ୟମ କରୁଛନ୍ତି। କେବଳ ଉଦ୍ୟମ କରୁନାହାନ୍ତି, ଧରୁଛନ୍ତି ମଧ୍ୟ।

 

ମହିଳା ଜଣକ ପ୍ରଥମେ ଦୂରରେ ରହି ସାପଟିକୁ ଦେଖୁଛନ୍ତି। ତାପରେ କିଛି ସମୟ ପରେ ସେ ସାପଟିକୁ ଧରିବାକୁ ଚେଷ୍ଟା କରୁଛନ୍ତି। ସାପଟି ତାଙ୍କୁ ଚୋଟ ମାରିବାକୁ ଚେଷ୍ଟା କରୁଛି। ମହିଳା ନିଜର ସୁରକ୍ଷା ସକାଶେ ହାତରେ ଏକ କୋଦାଳ ଧରିଥିବାର ଭିଡିଓରେ ଦେଖିବାକୁ ମିଳିଛି।

ଆପଣ ଅଧିକାଂଶ ସମୟରେ ମଣିଷଙ୍କ ପଛରେ ସାପକୁ ଦଉଡୁଥିବାର ଦେଖିଥିବେ। ମାତ୍ର ସାପକୁ ଧରିବା ପାଇଁ ସାପ ପଛରେ ଦଉଡୁଥିବାର ଦୃଶ୍ୟ ଆପଣ ଏହି ଭିଡିଓରେ ଦେଖିବାକୁ ପାଇବେ। ଶେଷରେ ମହିଳା ଜଣକ ସାପକୁ ଧରିବାରେ ସମର୍ଥ ହେଉଛନ୍ତି। ସୋସିଆଲ୍‌ ମିଡିଆରେ ଭିଡିଓଟି ଘୂରି ବୁଲିବା ପରେ ବ୍ୟବହାରକାରୀ ଭିଡିଓଟିକୁ ଦେଖି ଚକିତ ହୋଇଛନ୍ତି।

ସମ୍ବନ୍ଧିତ ଖବର